Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket News / ଦୁଃଖଦ ଖବର: ରିଙ୍କୁ ସିଂହଙ୍କ ପରେ ବାପାଙ୍କୁ ହରାଇଲେ ଆଉ ଜଣେ କ୍ରିକେଟର

Ritu Das
Browse all articles by Ritu Das
·4 months ago·2 min read
ଦୁଃଖଦ ଖବର: ରିଙ୍କୁ ସିଂହଙ୍କ ପରେ ବାପାଙ୍କୁ ହରାଇଲେ ଆଉ ଜଣେ କ୍ରିକେଟର
India

Key Points

କ୍ରିକେଟ ଜଗତରୁ ଆସିଲା ଦୁଃଖଦ ଖବର । ଭାରତୀୟ କ୍ରିକେଟର ରିଙ୍କୁ ସିଂହଙ୍କ ପରେ ବାପାଙ୍କୁ ହରାଇଲେ ଆଉ ଜଣେ କ୍ରିକେଟର ।
କ୍ରିକେଟ ଜଗତରୁ ଆସିଲା ଦୁଃଖଦ ଖବର । ଭାରତୀୟ କ୍ରିକେଟର ରିଙ୍କୁ ସିଂହଙ୍କ ପରେ ବାପାଙ୍କୁ ହରାଇଲେ ଆଉ ଜଣେ କ୍ରିକେଟର । ଶ୍ରୀଲଙ୍କାର ପୂର୍ବତନ ଖେଳାଳି କୁମାର ସାଙ୍ଗାକାରାଙ୍କ ପିତାଙ୍କ ଦେହାନ୍ତ ହୋଇଛି । ସାଙ୍ଗାକାରାଙ୍କ ପିତା କ୍ଷେମା କାଣ୍ଡିର ଜଣେ ଓକିଲ ଥିଲେ । ସେ କୁମାର ସାଙ୍ଗାକାରାଙ୍କ ପ୍ରଥମ ପ୍ରଶିକ୍ଷକ ମଧ୍ୟ । ପୁଅର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ କ୍ଷେମା । ବର୍ତ୍ତମାନ ତାଙ୍କର ଦେହାନ୍ତ ହୋଇଥିବା ଖବର ଆସୁଛି । ଏହି ଖବର କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । କ୍ଷେମା କ୍ରିକେଟ ଜଗତ ଏବଂ ଶ୍ରୀଲଙ୍କାକୁ ବିଶ୍ୱର ଜଣେ ମହାନ କ୍ରିକେଟର କୁମାର ସାଙ୍ଗାକାରା ଦେଇଥିଲେ । ସାଙ୍ଗାକାରାଙ୍କ ପରିବାର ଏହି ଦୁଃଖଦ ଖବର ପ୍ରଶଂସକଙ୍କୁ ବାଣ୍ଟିଛନ୍ତି । ସାଙ୍ଗାକାରାଙ୍କ ବାପାଙ୍କ ଅନ୍ତିମ ସଂସ୍କାର ମାର୍ଚ୍ଚ ୪ ତାରିଖରେ କରାଯିବ ।​​​​​​​

କୁମାର ସାଙ୍ଗାକାରାଙ୍କ ପିତା କ୍ଷେମା କାଣ୍ଡି ଜଣେ ସମ୍ମାନିତ ବ୍ୟକ୍ତି ଥିଲେ। ଯଦିଓ ସେ ଜଣେ ବୃତ୍ତିଗତ କ୍ରିକେଟର ନ ଥିଲେ, ସେ କୁମାରଙ୍କ ପ୍ରଥମ ପ୍ରଶିକ୍ଷକ ଥିଲେ । ତାଙ୍କ ପୁଅ ପ୍ରତି ଅତ୍ୟନ୍ତ ଶୃଙ୍ଖଳାଗତ ଥିଲେ, ପ୍ରତିଦିନ ସାଙ୍ଗାକାରା ଏବଂ ତାଙ୍କ ଭାଇମାନଙ୍କୁ ପ୍ରଶିକ୍ଷଣ ଦେବାରେ ଘଣ୍ଟା ଘଣ୍ଟା ସମୟ ବିତାଇଥିଲେ । କ୍ଷେମା କାଣ୍ଡିଙ୍କ ବିୟୋଗକୁ ନେଇ ପାରିବାର ପକ୍ଷରୁ କୁହାଯାଇଛି କି, "ଆଇନଜୀବୀ କ୍ଷେମା ସାଙ୍ଗାକାରାଙ୍କ ପରଲୋକ ହୋଇଛି । ତାଙ୍କୁ ହରାଇ ପରିବାର ଭାଙ୍ଗି ପଡିଛି ।'' କୁମାର ସାଙ୍ଗାକାରାଙ୍କୁ ଶ୍ରୀଲଙ୍କା କ୍ରିକେଟ ଇତିହାସର ଜଣେ ମହାନ ଖେଳାଳି ଭାବରେ ଗଢ଼ି ତୋଳିବାରେ ତାଙ୍କ ପିତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସାଙ୍ଗାକାରା ତାଙ୍କ ଅବସର ଭାଷଣରେ ତାଙ୍କ ପିତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ । କୁମାର ସାଙ୍ଗାକାରା ବର୍ତ୍ତମାନ IPL ଦଳ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ଏବଂ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି।

ଏହାସହ ପଢ଼ନ୍ତୁ: ଟି-୨୦ ବିଶ୍ୱକପ୍ ମଧ୍ୟରେ ଚିକିତ୍ସା ସମୟରେ ରିଙ୍କୁ ସିଂହଙ୍କ ବାପାଙ୍କ ପରଲୋକ... କ୍ୟାନସର୍‌ରେ ଥିଲେ ପୀଡ଼ିତ


କହି ରଖୁଛି କି, କିଛି ଦିନ ତଳେ ଭାରତୀୟ ଷ୍ଟାର କ୍ରିକେଟକ ରିଙ୍କୁ ସିଂହ ତାଙ୍କ ବାପାଙ୍କୁ ହରାଇଥିଲେ। ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳୁଥିବା ରିଙ୍କୁ ସିଂହଙ୍କ ବାପା ଲିଭର କ୍ୟାନ୍ସର ଷ୍ଟେଜ୍ ୪ରେ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଛନ୍ତି । ଏବେ ଶ୍ରୀଲଙ୍କାର ପୂର୍ବ କ୍ରିକେଟରଙ୍କ ପିତାଙ୍କ ବିୟୋଗରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Sad News: After Rinku Singh, Another Cricketer Loses His Father | Argus News