ପତ୍ନୀ-ପିଲାଙ୍କ ସମ୍ମୁଖରେ କ୍ରିକେଟରଙ୍କୁ ଗୁଳି କରି ହତ୍ୟା

ଅର୍ଗସ ବ୍ୟୁରୋ: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଧାମିକା ନିରୋଶାନାଙ୍କୁ ଘରେ ପଶି ହତ୍ୟା କରାଯାଇଛି। ସେ ଦେଶର ଅଣ୍ଡର ୧୯ ଟିମର କ୍ୟାପଟେନ ମଧ୍ୟ ଥିଲେ। ମଙ୍ଗଳବାର ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ। ସେମାନେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସାମ୍ନାରେ ଗୁଳି ଚଳାଇଥିଲେ। ଏଥିରେ ଉକ୍ତ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ପୋଲିସ ଏନେଇ ଖବର ପାଇବା ପରେ ମାମଲାର ତଦନ୍ତ କରୁଛି। ତେବେ ଧାମିକା ଅଣ୍ଡର ୧୯ କ୍ରିକେଟ ଖେଳୁଥିବା ସମୟରେ ଇରଫାନ ପଠାନ, ପାର୍ଥିବ ପଟେଲଙ୍କ ଭଳି ଭାରତୀୟ କ୍ରିକେଟରଙ୍କ ବିପକ୍ଷରେ ଖେଳିଛନ୍ତି।
ଧାମିକା ଆଲୋଚନାରେ ରହୁଥିବା ଜଣାପଡ଼ିଛି। ହେଲେ ତାଙ୍କୁ କିଏ କେଉଁ କାରଣରୁ ହତ୍ୟା କରିଛି ତାହା ଜଣାପଡ଼ିନାହିଁ। ହତ୍ୟା ସମୟରେ ଘରେ ପତ୍ନୀ ଏବଂ ପିଲାମାନେ ଉପସ୍ଥିତ ଥିଲେ। ଏଣୁ ପୋଲିସ ସମସ୍ତଙ୍କୁ ପଚରାଉଚରା କରୁଛି।
ଧାମିକା ଶ୍ରୀଲଙ୍କାର ଅଣ୍ଡର ୧୯ ଟିମ ଲଗି କ୍ରିକେଟ ଖେଳିଥିଲେ ହେଁ ଜାତୀୟ ଦଳରେ ସ୍ଥାନ ପାଇ ପାରି ନଥିଲେ। ସେ ଡାହାଣ ହାତୀ ଦ୍ରୂତ ବୋଲର ଏବଂ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ ଥିଲେ। ୨୦୦୧ରୁ ୨୦୦୪ ଯାଏ ସେ ଗଲ କ୍ରିକେଟ କ୍ଲବ ଲାଗି ସେ ୧୨ ଫାଷ୍ଟ କ୍ଲାସ ମ୍ୟାଚ ଏବଂ ୮ ଲିଷ୍ଟ ଏ ମ୍ୟାଚ ଖେଳିଥିହଲେ। ତେବେ ୨୦୦୪ରେ ସେ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ତାଙ୍କ ମୃତ୍ୟୁରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
📱 Get Argus News App
✨