Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର ଭେଙ୍କେଟେଶ

Ritu Das
Browse all articles by Ritu Das
·2 years ago
ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର ଭେଙ୍କେଟେଶ

ଅର୍ଗସ ବ୍ୟୁରୋ: କୋଲକାତା ନାଇଟ ରାଇଡର୍ସ ଷ୍ଟାର ଅଲରାଉଣ୍ଡର ଭେଙ୍କେଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରିପୋର୍ଟ ଅନୁସାରେ ଶ୍ରୁତି ରଘୁନାଥନଙ୍କୁ ବିବାହ କରିଛନ୍ତି ଆୟର। 

ଉଭୟଙ୍କ ନିର୍ବନ୍ଧ ୨୦୨୩ ମସିହା ନଭେମ୍ବର ମାସରେ ହୋଇଥିଲା। ଆଜି ସକାଳେ ପରିବାର ବର୍ଗ ଏବଂ ବନ୍ଧୁଙ୍କ ଗହଣରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି। ଆୟରଙ୍କ ବିବାହର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶୁଭେଚ୍ଛା ବର୍ଷା କରୁଛନ୍ତି ଫ୍ୟାନ୍ସ।
ଆଇପିଏଲ ୨୦୨୪ରେ କେକେଆର ଓ୍ବିନର ହେବାରେ ଆୟରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ସେ ଫାଇନାଲ ମ୍ୟାଚରେ ଅପରାଜିତ ରହି ୨୬ ବଲରେ ୫୨ ରନ ସଂଗ୍ରହ କରିଥିଲେ। ଯାହା କେକେଆରକୁ ଟ୍ରଫି ବିଜୟୀରେ ସାହାଯ୍ୟ କରିଥିଲେ। ୧୪ଟି ମ୍ୟାଚରେ ଆୟର ୧୫୮.୮୦ ଷ୍ଟ୍ରାଇକ ରେଟ ସହ ୩୭୦ ରନ କରିଥିଲେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cricketer Venkatesh | Argus News