Videos
|
Sports

Sports Update / ଏହିସବୁ କ୍ରିକେଟର୍‌ଙ୍କ ରହିଛି ଅନ୍ଧବିଶ୍ୱାସରେ ରୁଚି

Banajyotshna Ray
Browse all articles by Banajyotshna Ray
·10 months ago·2 min read
ଏହିସବୁ କ୍ରିକେଟର୍‌ଙ୍କ ରହିଛି ଅନ୍ଧବିଶ୍ୱାସରେ ରୁଚି

Key Points

ପଡ଼ିଆରେ ମାରନ୍ତି ଛକା, ଚୌକା
ଅନ୍ଧବିଶ୍ୱାସକୁ ବି ମାନନ୍ତି
ବଡ଼ ବଡ଼ କ୍ରିକେଟରଙ୍କ ବଡ଼ କାହାଣୀ

କ୍ରିକେଟକୁ କୌଶଳ, ଫିଟନେସ ଏବଂ ରଣନୀତିର ଖେଳ ଭାବରେ ବିବେଚନା କରାଯାଇପାରେ। ଖେଳିବା ପାଇଁ ଯେତେବେଳେ ପଡ଼ିଆକୁ ଯାଆନ୍ତି ଛକା, ଚୌକା ମାରି ସମସ୍ତଙ୍କ ପ୍ରିୟ କ୍ରିକେଟର ପାଲଟିଆଯାନ୍ତି। କିନ୍ତୁ ଆପଣ ଜାଣନ୍ତି କି ବଡ଼ ବଡ଼ କ୍ରିକେଟରଙ୍କର ରହିଛି ଅନ୍ଧବିଶ୍ୱାସରେ ରୁଚି। ଆଜ୍ଞା ହଁ, ଆମେ କହୁଛୁ ବିରାଟ କୋହଲି, ଏମ ଏସ ଧୋନୀ, ସଚିନ ତେନ୍ଦୁଲକରଙ୍କ ପରି କ୍ରିକେଟରଙ୍କ ବିଷୟରେ। ବିଶ୍ୱର ଅନେକ ପ୍ରସିଦ୍ଧ କ୍ରିକେଟର ବିଶ୍ୱାସ କରନ୍ତି ଯେ, କିଛି ଜିନିଷ କିମ୍ବା ଅଭ୍ୟାସ ସେମାନଙ୍କୁ ପଡ଼ିଆରେ ଭାଗ୍ୟବାନ କରିଥାଏ। ଅନେକ କିମ୍ବଦନ୍ତୀ ଭାରତୀୟ ଖେଳାଳିଙ୍କର ମଧ୍ୟ ନିଜର ‘ଭାଗ୍ୟବାନ କୌଶଳ’ ଅଛି ଯାହାକୁ ସେମାନେ ଅନ୍ଧ ଭାବରେ ବିଶ୍ୱାସ କରନ୍ତି।

ବିରାଟ କୋହଲି:

ସିଡନୀ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ । ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାଜୟ ପରେ ଶେଷ ଦିନିକିଆରେ ଦମଦାର କମବ୍ୟାକ୍ କରିଛି ଟିମ୍ ଇଣ୍ଡିଆ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅପରାଜିତ ଇନିଂସ ବଳରେ ଭାରତ ତୃତୀୟ ତଥା ଅନ୍ତିମ ଦିନିକିଆକୁ ୯ ଓ୍ବିକେଟରେ ବିଜୟ ଲାଭ କରିଛି । ତେବେ ପ୍ରଥମ ଦୁଇଟି ଦିନିକିଆରେ ବିରାଟ କୋହଲି ଜିରୋରେ ଆଉଟ ହେବା ପରେ ଶେଷରେ ଅଷ୍ଟ୍ରେଲିଆ ମାଟିରେ ଦୃଢ଼ କମବ୍ୟାକ୍‌ କରିଛନ୍ତି କିଙ୍ଗ୍ କୋହଲି । ବିରାଟ ସିଡନୀରେ କଙ୍ଗାରୁ ବୋଲିଂ ସାମ୍ନାରେ ତାଙ୍କ ପୁରୁଣା ଫର୍ମକୁ ଫେରିଛନ୍ତି ।ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ବାରମ୍ବାର ସ୍ବୀକାର କରିଛନ୍ତି ଯେ, ସେ ଅନ୍ଧବିଶ୍ୱାସରେ ବିଶ୍ୱାସ କରନ୍ତି। ତାଙ୍କର ‘କଡ଼ା’ (ଲୁହା କଙ୍କଣ) ତାଙ୍କ ପାଇଁ ଶୁଭ। ସେ କେବେବି କଡ଼ା ବିନା ପଡ଼ିଆକୁ ଯାଆନ୍ତି ନାହିଁ। ଏହା ତାଙ୍କ ଅନ୍ଧବିଶ୍ୱାସର ଏକ ଅଂଶ ପାଲଟିଛି।

ଏମ.ଏସ. ଧୋନୀ:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ୍ୟାପଟେନ କୁଲ ଭାବରେ ପରିଚିତ ଏମ.ଏସ. ଧୋନୀ ନିଜର ଖେଳ ପାଇଁ ସମସ୍ତଙ୍କ ହୃଦୟରେ ରାଜ କରନ୍ତି। ଖବର ଆସୁଛି କି ଏଣିକି ଆଇପିଏଲରେ ଆଉ ମହେନ୍ଦ୍ର ସିଂହ ଧୋନି ନଜର ଆସିବେ ନା ନାହିଁ, ସେନେଇ ଗତ ସିଜିନ୍‌ରୁ ଦ୍ୱନ୍ଦ୍ୱ ଲାଗି ରହିଛି । ଅନ୍ୟପଟେ ସେ CSK ସହ ରହିବେ କି ନାଇଁ ବୋଲି ମଧ୍ୟ ପ୍ରଶ୍ନ ଉଠୁଛି । ସୋସିଆଲ ମିଡିଆରେ ଚର୍ଚ୍ଚା... ଧୋନୀ ଆଉ ଖେଳିବେ ନାହିଁ । ତାହା ତ ସମୟ କହିବ କିନ୍ତୁ ଟିମ ଇଣ୍ଡିଆକୁ ନୂତନ ଉଚ୍ଚତାରେ ପହଞ୍ଚାଇଥିବା ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ତାଙ୍କର ‘ଲକି ନମ୍ବର ୭’ର ବିଶେଷ ଗୁରୁତ୍ୱ ରହିଛି। ୭ ଜୁଲାଇରେ ଜନ୍ମଗ୍ରହଣ କରିଥିବା ଧୋନୀ ତାଙ୍କ କ୍ୟାରିଅର ସମୟରେ ଜର୍ସି ନମ୍ବର ୭ ପିନ୍ଧୁଥିଲେ। ଏହା ବ୍ୟତୀତ, ସେ ତାଙ୍କର ସ୍ପୋଟର୍‌ସ ବ୍ରାଣ୍ଡର ନାମ ‘୭’ ମଧ୍ୟ ରଖିଛନ୍ତି। ଧୋନୀ ଅନ୍ଧବିଶ୍ୱାସକୁ ଖୁବ ମାନନ୍ତି ବୋଲି ଖୁବ ଚର୍ଚ୍ଚା।

ସଚିନ ତେନ୍ଦୁଲକର:

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଜଣେ ଆତ୍ମବିଶ୍ୱାସୀ ଖେଳାଳି ଥିଲେ। ସେ ସବୁବେଳେ ବ୍ୟାଟିଂ କରିବା ପୂର୍ବରୁ ତାଙ୍କର ବାମ ପ୍ୟାଡ ପ୍ରଥମେ ପିନ୍ଧନ୍ତି। ଏହା ବ୍ୟତୀତ, ୨୦୧୧ ବିଶ୍ୱକପ ପୂର୍ବରୁ ତାଙ୍କର ‘ଲକି ବ୍ୟାଟ” ମରାମତି କରାଯାଇଥିଲା ଏବଂ ଭାରତ ସେହି ବ୍ୟାଟ ସାହାଯ୍ୟରେ ବିଶ୍ୱକପ ଜିତିଥିଲା। କୁହାଯାଏ ସଚିନ ମଧ୍ୟ ଅନ୍ଧବିଶ୍ୱାସକୁ ମାନନ୍ତି।

ଅଧିକ ପଢ଼ନ୍ତୁ ଖେଳ ଖବର:

Related Topics

Explore more stories