Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଷ୍ଟାଡିୟମ୍‌ରେ ପାଣି ପାଇଁ ହାହାକାର: ୨୦ ଦର୍ଶକ ମେଡିକାଲ୍‌ରେ ଆଡମିଟ୍‌

Ritu Das
Browse all articles by Ritu Das
·1 year ago·1 min read
ଷ୍ଟାଡିୟମ୍‌ରେ ପାଣି ପାଇଁ ହାହାକାର: ୨୦ ଦର୍ଶକ ମେଡିକାଲ୍‌ରେ ଆଡମିଟ୍‌

ଅର୍ଗସ ବ୍ୟୁରୋ: ପାଣି ବୋତଲ ପହଞ୍ଚିବାରେ ବିଳମ୍ବ କାରଣରୁ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟରେ ଦର୍ଶକଙ୍କୁ ହଇରାଣ ହେବାକୁ ପଡିଛି। ଷ୍ଟାଡିୟମରେ ପାଣି ଅଭାବ ଯୋଗୁ ପରିସ୍ଥିତି ବିଗିଡି ଚାଲିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ପାଣି ଅଭାବରୁ ପ୍ରାୟ ୨୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ନିଜ ଭୁଲକୁ ସ୍ବୀକାର କରିଛି। ଏଥିସହ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଟେଷ୍ଟର ଦ୍ୱିତୀୟ ଦିନରେ ପର୍ଯ୍ୟାପ୍ତ ପରିମାଣର ଜଳ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି।

ପୁଣେର ଏମ୍‌ସିଏ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯାଇଥିବା ବେଳେ ପାଣି ବୋତଲ ବିଳମ୍ବରେ ପହଞ୍ଚିଥିଲା। ସକାଳ ସେସନ୍‌ ପାଇଁ ପ୍ରାୟ ୧୮ ହଜାର ଦର୍ଶକ ଷ୍ଟାଡିୟମକୁ ଆସିଥିଲେ। ଷ୍ଟାଡିୟମରେ ଛାତ ନ ଥିବା ବେଳେ ପ୍ରବଳ ଖରାରେ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରିକି କିଛି ଲୋକ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ବିପକ୍ଷରେ ନାରା ମଧ୍ୟ ଲଗାଇଥିଲେ। ପରବର୍ତ୍ତୀ ସମୟରେ କ୍ରିକେଟ ଆସୋସିଏଶନ ସମ୍ପାଦକ କମଳେଶ ପିସାଲ ଦର୍ଶକଙ୍କୁ କ୍ଷମା ମାଗିଥିଲେ। ଚଳିତ ବର୍ଷ ଦର୍ଶକମାନଙ୍କୁ ଥଣ୍ଡା ପାଣି ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଟ୍ରାଫିକ କାରଣରୁ ଟ୍ୟାଙ୍କର ପହଞ୍ଚି ପାରି ନ ଥିବା ବେଳେ ସମସ୍ତଙ୍କୁ ମାଗଣା ପାଣି ବୋତଲ ଦିଆଯାଇଥିବା ପିସାଲ କହିଛନ୍ତି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cries for water | Argus News