Chennai Super Kings / IPL ନିଲାମ: ଅନେକ ଖେଳାଳିଙ୍କୁ ବାଦ୍, କିନ୍ତୁ CSK ନିହାତି କିଣିବ ଏହି ୩ ଖେଳାଳିଙ୍କୁ...
·9 months ago·3 min read

Key Points
IPL ନିଲାମରେ ଏହି ୩ ଖେଳାଳିଙ୍କୁ କିଣିବା ପାଇଁ କୌଣସି ବି ସ୍ଥିତିକୁ ଯାଇପାରେ CSK
ଅନେକ ଖେଳାଳିଙ୍କୁ ମ୍ୟାଚରୁ ବାଦ୍
ଅନେକ ଖେଳାଳିଙ୍କୁ ମ୍ୟାଚରୁ ବାଦ୍
ଆଇପିଏଲ୍ ୨୦୨୬ ପାଇଁ ଡିସେମ୍ବର ୧୬ରେ ଆବୁଧାବିରେ ହେବାକୁ ଯାଉଛି ମିନି ନିଲାମ। ଯାହାକୁ ନେଇ ଏବେଠୁ ଆରମ୍ଭ ହେଲାଣି ଅନେକ ଆଲୋଚନା। ଆଇପିଏଲ ମ୍ୟାଚ ପାଇଁ ମିନି ନିଲାମ ହେବା ପୂର୍ବରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ଆସିଛି । ବିସିସିଆଇ ଆଗାମୀ ମିନି-ନିଲାମ ପାଇଁ ପଞ୍ଜିକୃତ ଥିବା ପ୍ରାୟ ୧,୦୦୦ ଖେଳାଳିଙ୍କୁ ବାଦ୍ ଦେଇଛି । ଏହି ଖବର ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ଭିତରେ ଚେନ୍ନାଇ ସୁପର କିଙ୍ଗ୍ସ କୁ ନେଇ ମଧ୍ୟ ବଡ କଥା ଭାଇରାଲ ହେଉଛି। କୁହାଯାଉଛି ଚେନ୍ନାଇ ସୁପର କିଙ୍ଗ୍ସ ପର୍ସରେ ରହିଛି ସବୁଠୁ ଅଧିକ ଟଙ୍କା। ଦଳ ପାଖରେ ରହିଛି ୪୩.୪ କୋଟି ଟଙ୍କା। ଏଥିରେ ଦଳ ସର୍ବାଧିକ ୯ ଖେଳାଳି କିଣି ପାରିବ। ସିଏସକେ ଦଳରେ ବର୍ତ୍ତମାନ ୪ ବିଦେଶୀ ଖେଳାଳି ଅଛନ୍ତି। ମିନି ନିଲାମରେ ଦଳ ସର୍ବାଧିକ ୪ ବିଦେଶୀ ଖେଳାଳି କିଣି ପାରିବ। କିନ୍ତୁ ତିନି ଖେଳାଳି CSKର ଟାର୍ଗେଟରେ ରହିଛନ୍ତି ।
ମ୍ୟାଟ୍ ହେନରି:
ନ୍ୟୁଜିଲାଣ୍ଡ୍ ବୋଲର ମ୍ୟାଟ୍ ହେନରିଙ୍କୁ ମଧ୍ୟ ନିଜ ଟିମରେ ସାମିଲ୍ କରିବାକୁ ଚେନ୍ନାଇ ସୁପର କିଙ୍ଗ୍ସ ବିଚାର କାରିପାରେ। ହେନରିଙ୍କ ବେସ୍ ପ୍ରାଇସ୍ ମଧ୍ୟ ୨ କୋଟି ଟଙ୍କା ରହିଛି । ୩୩ ବର୍ଷୀୟ ହେନରୀ ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପାଇଁ ଖେଳିଛନ୍ତି। ଯଦିଓ ତାଙ୍କର ଆଇପିଏଲ୍ କ୍ୟାରିୟର ବିଶେଷ ପ୍ରଭାବଶାଳୀ ନଥିଲା, ସେ ସମ୍ପ୍ରତି ଭଲ ବୋଲିଂ କରୁଛନ୍ତି।
ଲିୟାମ ଲିଭିଙ୍ଗଷ୍ଟୋନ:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇଂଲଣ୍ଡର ଅଲରାଉଣ୍ଡର ଲିୟାମ ଲିଭିଙ୍ଗଷ୍ଟୋନଙ୍କ ମୂଲ୍ୟ ୨ କୋଟି ଟଙ୍କା ରହିଛି । ଗତ ବର୍ଷ ଲିଭିଙ୍ଗଷ୍ଟୋନ ଡିଫେଣ୍ଡିଂ ଚାମ୍ପିଅନ ଆରସିବିର ଥିଲେ। ମାତ୍ର ଆରସିବି ତାଙ୍କୁ ଦଳରୁ ରିଲିଜ୍ କରିଛି। ଏବେ ସିଏସକେର ନଜର ତାଙ୍କ ଉପରେ ରହିଛି। କାରଣ ଦଳ ଏକ ଦମଦାର ଫିନିସରର ସନ୍ଧାନରେ ରହିଛି। ଏମଏସ ଧୋନୀ ଆଗାମୀ ସଂସ୍କରଣ ଖେଳିଲେ ମଧ୍ୟ ଦଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନେଇପାରେ। ୩୨ ବର୍ଷୀୟ ଲିଆମ୍ ଲିଭିଙ୍ଗଷ୍ଟୋନ IPLରେ ୧୧୨ ମ୍ୟାଚ୍ ଖେଳି ୧୦୫୧ ରନ୍ କରିଛନ୍ତି।
ରବି ବିଷ୍ଣୋଇ:
ଗତ ବର୍ଷ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ପକ୍ଷରୁ ଖେଳିଥିବା ରବି ବିଷ୍ଣୋଇ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସର ନଜରରେ ରହି ପାରନ୍ତି। ସିଏସ୍କେ ଏକ ଭଲ ସ୍ପିନରଙ୍କ ସନ୍ଧାନରେ ରହିଛି। ରବିଙ୍କ ମୂଲ୍ୟ ୨ କୋଟି ଟଙ୍କା ରହିଛି। ସିଏସକେ ୧୬ ଜଣ ଖେଳାଳିଙ୍କ ପାଇଁ ୮୧.୬ କୋଟି ଖର୍ଚ୍ଚ କରିଛି। ଆଇପିଏଲ୍ ୨୦୨୬ ନିଲାମ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ମୋଟ ୧୬ ଜଣ ଖେଳାଳିଙ୍କୁ ଦଳରେ ରଖି ବାକି ଖେଳାଳିଙ୍କୁ ରିଲିଜ୍ କରିଛି। ଦଳ ସଞ୍ଜୁ ସାମସନଙ୍କୁ ରାଜସ୍ଥାନଠୁ ଟ୍ରେଡ କରି ରବୀନ୍ଦ୍ର ଜାଡ଼େଜାଙ୍କୁ ଛାଡ଼ିଛି। CSK ପାଖରେ ବର୍ତ୍ତମାନ ୪୩.୪ କୋଟି ଟଙ୍କା ରହିଛି।
ଚେନ୍ନାଇ ସୁପର କିଙ୍ଗସ ରିଟେନସନ୍ ତାଲିକା:
ଭାରତୀୟ: ଋତୁରାଜ ଗାୟକ୍ଵାଡ଼ (ଅଧିନାୟକ), ଏମ୍ଏସ୍ ଧୋନି, ଅଂଶୁଲ କମ୍ବୋଜ, ଗୁରଜପନୀତ ସିଂହ, ମୁକେଶ ଚୌଧୁରୀ, ରାମକୃଷ୍ଣ ଘୋଷ, ଶିବମ୍ ଦୁବେ, ଶ୍ରେୟସ ଗୋପାଳ, ସୟଦ ଖଲିଲ୍ ଅହମ୍ମଦ, ଆୟୁଷ ମହାତ୍ରେ, ଉର୍ଭିଲ ପଟେଲ, ସଞ୍ଜୁ ସାମସନ।
ଅନ୍ୟପଟେ କୁହାଯାଉଛି କି, ଆଇପିଏଲରୁ ଅନେକ ଖେଳାଳିଙ୍କୁ ବାଦ୍ ଦିଆଯାଉଛି। ଏତେ ସଂଖ୍ୟାରେ ଖେଳାଳିଙ୍କୁ କାହିଁକି ନିଲାମ ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି? ଏହା ସମସ୍ତଙ୍କ ମନରେ ପ୍ରଶ୍ନ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ, ବୋର୍ଡର ଏହି ପଦକ୍ଷେପ ସମସ୍ତ ଫ୍ରାଞ୍ଚାଇଜ୍ଗୁଡ଼ିକୁ ଭଲ ଭାବରେ ଖେଳାଳିଙ୍କ ବିଶ୍ଳେଷଣ ଏବଂ ଖେଳାଳି ଚୟନ କରିବାକୁ ଅନୁମତି ଦେବ। ତେବେ ଆଇପିଏଲ୍ ୨୦୨୬ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଡିସେମ୍ବର ୧୬ରେ ଆବୁଧାବିରେ ହେବାର ଧାର୍ଯ୍ୟ ହୋଇଛି । ଆଉ ଏହା ପୂର୍ବରୁ କେଉଁ କେଉଁ ଖେଳାଳି ନିଲାମ ପ୍ରକ୍ରିୟାରେ ରହିବେ, ସେନେଇ ପ୍ରସ୍ତୁତି କରୁଛି ବିସିସିଆଇ । ବୋର୍ଡ ନିଲାମ ହେବାକୁ ଥିବା ଖେଳାଳିଙ୍କ ଡ୍ରାଫ୍ଟରେ ଅନ୍ତର୍ଭୁକ୍ତ ୧,୩୫୫ ଖେଳାଳିଙ୍କ ମଧ୍ୟରୁ ୧,୦୦୫ ଖେଳାଳିଙ୍କୁ ବାଦ୍ ଦେଇଛି, ଯାହା ଦ୍ୱାରା କି ବର୍ତ୍ତମାନ ନିଲାମ ହେବାକୁ ଥିବା ଖେଳାଳିଙ୍କ ମୋଟ ସଂଖ୍ୟା ୩୫୦ ହୋଇଛି ।

ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories