Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଜୟରୁ ଅଭିଯାନ ଆରମ୍ଭ କଲା ଚେନ୍ନାଇ ସୁପରକିଙ୍ଗସ୍

Sports

ବିଜୟରୁ ଅଭିଯାନ ଆରମ୍ଭ କଲା ଚେନ୍ନାଇ ସୁପରକିଙ୍ଗସ୍

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଜୟରୁ ଅଭିଯାନ ଆରମ୍ଭ କଲା ଚେନ୍ନାଇ ସୁପରକିଙ୍ଗସ୍

ଅର୍ଗସ ବ୍ୟୁରୋ: IPL 2024ର ଉଦଘାଟନୀ ମ୍ୟାମରେ ବିଜୟରୁ ଅଭିଯାନ ଆରମ୍ଭ କଲା ଚେନ୍ନାଇ ସୁପରକିଙ୍ଗସ୍। ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ସିଏସକେ ଓ ଆରସିବି ଭିତରେ ଏକ ଦମଦାର ମ୍ୟାଚ ଦେଖିବାକୁ ମିଳିଛି। ବେଙ୍ଗାଲୁରୁକୁ 6 ୱିକେଟରେ ହରାଇ ବିଜୟ ବାନା ଉଡ଼ାଇଛି ସିଏସକେ। ଆରସିବି ଚେନ୍ନାଇ ଆଗରେ ରଖିଥିବା 174 ରନର ବିଜୟ ଲକ୍ଷ୍ୟକୁ ସିଏସକେ ମାତ୍ର 18 ଓଭର 4ଟି ବଲରେ ହାସଲ କରିନେଇଛି। ସେପଟେ ଦଳ ହାରିଥିଲେ ବି ନିଜ ନାଁରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି ବିରାଟ କୋହଲି। ସେ ଟିଟ୍ବେଣ୍ଟିର ଉଭୟ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟରେ 12 ହଜାର ରନ ପୂରଣ କରିବାରେ ପ୍ରଥମ ଭାରତୀୟର ରେକର୍ଡ ହାସଲ କରିଛନ୍ତି।

ଆଜି ଆଇପିଏଲର ଦୁଇଟି ମ୍ୟାଚ ରହିଛି। ଅପରାହ୍ଣରେ ଶିଖର ଧାୱନଙ୍କ ପଞ୍ଜାବ କିଙ୍ଗସ ରିଷଭ ପନ୍ଥଙ୍କ ଦିଲ୍ଲୀ କ୍ୟାପିଟାଲସ୍ ସହ ଆମ୍ନାସାମ୍ନା ହେବାକୁ ଥିବା ବେଳେ ଏହି ମ୍ୟାଚକୁ ନେଇ ଦର୍ଶକଙ୍କ ମନରେ ଭରି ରହିଛି ଉତ୍କଣ୍ଠା। ଭୟଙ୍କର ଦୁର୍ଘଟଣାର ଶିକାର ହେବା ପରେ ପ୍ରଥମ ଥର ଲାଗି ମଇଦାନକୁ ଓହ୍ଲାଇବେ ଭାରତର ଏହି ୟଙ୍ଗ୍ ଓ ଡାଇନାମିକ୍ କ୍ରିକେଟର୍। ଯାହାଙ୍କ ଖେଳ ଦେଖିବାକୁ କ୍ରୀଡ଼ା ପ୍ରେମୀଙ୍କ ମନରେ ଭରି ରହିଛି ଗଭୀର ଉତ୍ସାହ। ସେପଟେ ସନ୍ଧ୍ୟାରେ ଶ୍ରେୟସ ଆୟରଙ୍କ କୋଲକାତା ନାଇଟରାଇଡର୍ସ ସହ ଆମ୍ନା ସାମ୍ନା ହେବେ ପାଟ୍ କୁମିନ୍ସଙ୍କ ସନରାଇଜର୍ସ ହାଇଦ୍ରାବାଦ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CSK vs RCB Highlights, IPL 2024 | Argus News