Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଅନ୍ତର୍ଜାତୀୟ କ୍ରିକେଟରେ ଡେଭିଡ ଓ୍ବାର୍ନରଙ୍କ କ୍ୟାରିୟର ଶେଷ

Ritu Das
Browse all articles by Ritu Das
·2 years ago·1 min read
ଅନ୍ତର୍ଜାତୀୟ କ୍ରିକେଟରେ ଡେଭିଡ ଓ୍ବାର୍ନରଙ୍କ କ୍ୟାରିୟର ଶେଷ

ଅର୍ଗସ ବ୍ୟୁରୋ: ଆଫଗାନିସ୍ତାନ କ୍ରିକେଟ ଦଳ ଟି-୨୦ ବିଶ୍ବକପ ୨୦୨୪ ସେମିଫାଇନାଲରେ ସ୍ଥାନ ପାଇଛି। ବାଂଲାଦେଶ ଉପରେ ବିଜୟ ସହ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପର ସେମିଫାଇନାଲରେ ଯୋଗ୍ୟତା ଅର୍ଜନ କରିଛି। ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ଦଳର ଯାତ୍ରା ଆଫଗାନିସ୍ତାନର ବିଜୟ ସହିତ ଶେଷ ହୋଇଥିଲା। ଅଷ୍ଟ୍ରେଲିଆ ଦଳ ଏହି ଟୁର୍ଣ୍ଣାମେଣ୍ଟରୁ ବାହାରିଯାଇଥିବାବେଳେ ଭେଟେରାନ କ୍ରିକେଟର ଡେଭିଡ ଓ୍ବାର୍ନର ଅବସର ଘୋଷଣା କରିଛନ୍ତି। ୧୫ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ଓ୍ବାର୍ନରଙ୍କ ସମାପ୍ତ ହୋଇଛି। ଡେଭିଡ ପୂର୍ବରୁ ଏକଦିବସୀୟ ଏବଂ ରେଡ ବଲ ଫର୍ମାଟରୁ ଅବସର ନେଇଥିଲେ।

ତେବେ ୩୭ବର୍ଷୀୟ ଡେଭିଡ ଓ୍ବାର୍ନର ଏହା ତାଙ୍କର ଶେଷ ଟି-୨୦ ବିଶ୍ବକପ ହେବ ବୋଲି ଘୋଷଣା କରିସାରିଥିଲେ। ଅଷ୍ଟ୍ରେଲିଆ ଦଳ ଟି-୨୦ ବିଶ୍ବକପରୁ ବିଦା ହେବାପରେ ବର୍ତ୍ତମାନ ସିନିୟର କ୍ରିକେଟରଙ୍କ କ୍ୟାରିୟର ମଧ୍ୟ ଶେଷ ହୋଇଛି। ଯଦି ଆଜି ମ୍ୟାଚରେ ଆଫଗାନିସ୍ତାନ ଦଳ ବାଂଲାଦେଶକୁ ହରାଇଥାନ୍ତେ ତେବେ କଙ୍ଗାରୁ ଦଳ ସେମିଫାଇନାଲକୁ ଯାଇପାରିଥାନ୍ତେ। ଏହା ଡେଭିଡ ଓ୍ବାର୍ନରଙ୍କୁ ମ୍ୟାଚ ଖେଳିବାର ସୁଯୋଗ ଦେଇଥାନ୍ତା, କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆର ଯାତ୍ରା ବାଂଲାଦେଶର ପରାଜୟ ସହିତ ସମାପ୍ତ ହୋଇଛି।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
David Warner's | Argus News