Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆଜିଠୁ ଆଡିଲେଡରେ ଅଷ୍ଟ୍ରେଲିଆ - ଇଣ୍ଡିଆ ଦିବାରାତ୍ର ଟେଷ୍ଟ ମ୍ୟାଚ୍

Smruti Parija
Browse all articles by Smruti Parija
·1 year ago·1 min read
ଆଜିଠୁ ଆଡିଲେଡରେ ଅଷ୍ଟ୍ରେଲିଆ - ଇଣ୍ଡିଆ ଦିବାରାତ୍ର ଟେଷ୍ଟ ମ୍ୟାଚ୍

Key Points

  • ଆଡିଲେଡରେ ରୋହିତଙ୍କ ବଡ଼ ସାକ୍ରିଫାଇଜ୍
  • ଓପନିଂରେ ନଖେଳି ରାହୁଲଙ୍କୁ ଦେଲେ ଚାନ୍ସ
  • ମିଡିଲ୍ ଅର୍ଡରରେ ପଡ଼ିଆକୁ ଓହ୍ଲାଇବେ ହିଟ୍ ମ୍ୟାନ୍
  • ପ୍ରଥମ ଟେଷ୍ଟରେ ମାଟି କାମୁଡିଥିଲା ଅଷ୍ଟ୍ରେଲିଆ

ଅର୍ଗସ ବ୍ୟୁରୋ: ଅଲଗା ପ୍ଲେସ୍ ହେଲେ ସମାନ ଜୋଶ୍। ଆଡିଲେଡରେ ଉଡ଼ିବ ଅଷ୍ଟ୍ରେଲିଆର ହୋସ୍। ଶୁକ୍ରବାରଠୁ ବର୍ଡର୍ ଗାଭାସ୍କର ଟ୍ରଫିର 2ୟ ଟେଷ୍ଟ ମ୍ୟାଚରେ ଆମ୍ନା ସାମ୍ନା ହେବେ ଭାରତ-ଅଷ୍ଟ୍ରେଲିଆ। ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ବୋଲରଙ୍କ ହୋସ୍ ଉଡ଼ାଇଥିଲେ ଇଣ୍ଡିଆ ବ୍ୟାଟର୍। 5 ଶହରୁ ବି ଉର୍ଦ୍ଧ୍ବ ରନର ଲିଡ୍ ପରେ ମାଟି କାମୁଡିଥିଲେ କଙ୍ଗାରୁ ଦଳ। ଇଣ୍ଡିଆ ବୋଲରଙ୍କ ପେସ୍ ଆଗରେ ଉଡିଥିଲା ଅଷ୍ଟ୍ରେଲିଆ ବ୍ୟାଟରଙ୍କ ହୋସ୍।

ତେବେ ଆଡିଲେଡରେ ବି ଟିମ୍ ଇଣ୍ଡିଆର ପ୍ରଦର୍ଶନ ଭଲ ରହିବ ବୋଲି ଆଶା ରଖିଛନ୍ତି ଖେଳ ପ୍ରେମୀ। ଅନ୍ୟପଟେ ପ୍ଲେଇଂ ଇଲେଭେନକୁ ହିଟ ମ୍ୟାନଙ୍କ କମବ୍ୟାକ ମେନଇନ ବ୍ଲୁଙ୍କ ମନରେ ଜୋଶ୍ ଭରିଛି। ଚଳିତ ମ୍ୟାଚର ଓପନିଂ ଯୋଡିକୁ ନେଇ ଲାଗି ରହିଥିବା ବିବାଦ ଉପରେ ବିରାମ ଟାଣିଛନ୍ତି ରୋହିତ। ସେ ଓପନିଂ ନଖେଳି ମିଡିଲ୍ ଅର୍ଡରରେ ଖେଳିବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି। ଗଲା ମ୍ୟାଚରେ ଓପନିଂ ଯୋଡିର ହାଇ ପରଫର୍ମାନ୍ସକୁ ଦେଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରୋହିତ। 

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପିଙ୍କ ବଲରେ ମ୍ୟାଚ ଖେଳାଯିବାକୁ ଯାଉଛି। ଏଥର ଦିବାରାତ୍ର ଚାଲିବ ଏହି ଟେଷ୍ଟ ମ୍ୟାଚ୍। ଏ ସବୁ ଭିତରେ ଇଣ୍ଡିଆର ପିଙ୍କ ବଲ ଯାଦୁଗର ଜାଡେଜା ମଧ୍ୟ ପ୍ଲେଇଂ ଇଲେଭେନରେ ସ୍ଥାନ ପାଇଥିବା ସୂଚନା ମିଳିବା ପରେ ଟିମ୍ ଇଣ୍ଡିଆର ପରଫର୍ମାନ୍ସକୁ ନେଇ ଆଶାବାଦୀ ରହିଛନ୍ତି କ୍ରୀଡ଼ାପ୍ରେମୀ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
day-night-test-match-starts-from-today-onwards-at-Adelaide-australia | Argus News