ଦୀପକ ହୁଡାଙ୍କ ନାଁରେ ତାଙ୍କ ପତ୍ନୀ ଆଣିଲେ ବଡ଼ ଅଭିଯୋଗ

ପ୍ରଥମେ ପ୍ରେମ ତା'ପରେ ବିବାହ। ବିବାହକୁ ମାତ୍ର ୩ବର୍ଷ ହୋଇଥିବାବେଳେ ସମ୍ପର୍କରେ ଆସେ ତିକ୍ତତା। ଆରମ୍ଭ ହୋଇଯାଏ ନିର୍ଯାତନା। ଦୁହିଁଙ୍କ ସମ୍ପର୍କ ଘରର ଚାରି କାନ୍ଥ ଡେଇଁ ପହଞ୍ଚିଯାଇଛି ଜେଲରେ। ଆମେ କହୁଛୁ କବାଡି ଖେଳାଳି ତଥା ଜାତୀୟ କବାଡି ଦଳର ପୂର୍ବତନ ଅଧିନାୟକ ଦୀପକ ହୁଡା ଏବଂ ୱାର୍ଲ୍ଡ ଚାମ୍ପିୟନ ବକ୍ସର ସ୍ୱିଟି ବୁରାଙ୍କ ବୈବାହିକ ଜୀବନ କଥା। ଏମାନଙ୍କ ଦାମ୍ପତ୍ୟ ଜୀବନରେ ଛାଇଯାଇଛି କଳା ବାଦଲ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହେବା ପରେ ଦୁହେଁ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ଦୀପକଙ୍କୁ ସ୍ବିଟି ମାରୁଥିବାର ଭିଜୁଆଲ କଏଦ ହୋଇଛି। ଏହି ଭିଜୁଆଲ କିଛି ଅଲଗା କଥା କହୁଛି। କିନ୍ତୁ ସେଠାରେ ସମାସ୍ୟାର ସମାଧାନ ହେବା ବଦଳରେ ସ୍ୱିଟି ସ୍ୱାମୀ ଦୀପକଙ୍କୁ ମାଡ଼ ମାରିଥିଲେ । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା ।
ଏହାପରେ ଏ ଘଟଣା ଏବେ ଆଉ ଏକ ମୋଡ଼ ନେଇଛି। ଯେଉଁଥିରେ ସ୍ୱିଟି ଏକ ପ୍ରେସ୍ କନଫରେନ୍ସ କରି ଦୀପକଙ୍କଠାରୁ ଡିଭୋର୍ସ ନେବା କଥା କହିଛନ୍ତି । ଏଥିସହ ଦୀପକଙ୍କ ବିରୋଧରେ ସେ ଅନେକ ସଙ୍ଗୀନ ଆରୋପ ମଧ୍ୟ ଲଗାଇଛନ୍ତି, ଯେଉଁଥିରେ ସେ କହିଛନ୍ତି, ଦୀପକଙ୍କର ପୁଅମାନଙ୍କ ପ୍ରତି ଦୁର୍ବଳତା ରହିଛି । ବାହାଘର ପରେ ଏକାଠି ରହିବା ସମୟରେ ଦୀପକ ତାଙ୍କୁ ବାଡ଼ିଆ ମରା କରନ୍ତି । ଯୌତୁକ ମାଗିବା ସହ ତାଙ୍କୁ ନିର୍ଯାତନା ଦେଉଥିବା ସ୍ୱିଟି କହିଛନ୍ତି। ଏଭଳି ସ୍ବାମୀଙ୍କ ସହିତ ମୁଁ ଆଉ ରହିପାରିବିନି ବୋଲି ସ୍ବିଟି କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ତେବେ ଏହି ମାମଲାରେ ଦୀପକ ହୁଡ଼ାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସେ କେବଳ ଦୀପକଙ୍କଠାରୁ ଅଲଗା ହେବାକୁ ଚାହୁଁଥିବାବେଳେ ସ୍ୱାମୀଙ୍କଠାରୁ ଭରଣ ପୋଷଣ ବାବଦକୁ କିଛି ଟଙ୍କା ଚାହାନ୍ତି ନାହିଁ ବୋଲି ମିଡିଆ ଆଗରେ ସ୍ପଷ୍ଟ କରିଛନ୍ତି । ଏଥିସହ ସେ ସ୍ୱାମୀ ଦୀପକଙ୍କୁ ରାକ୍ଷସ ବୋଲି ସମ୍ବୋଧନ କରିଛନ୍ତି । ୨୦୨୨ରେ ସ୍ୱିଟି ଓ ଦୀପକ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁହିଁଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଦୁଇଜଣଯାକ ପ୍ରତିଷ୍ଠିତ ଖେଳାଳି ହୋଇଥିବାବେଳେ ସେମାନେ ପ୍ରେମ ବିବାହ କରିଥିଲେ । ପରିବାର ଓ ବନ୍ଧୁ, ପ୍ରିୟଜନଙ୍କ ଗହଣରେ ସେମାନଙ୍କ ବାହାଘର ବେଶ୍ ଧୁମ୍ ଧାମରେ ହୋଇଥିଲା।