ବିବାହ ବନ୍ଧନରେ ବାନ୍ଧିହେଲେ ଦୀପଗ୍ରେସ
·2 years ago

ଅର୍ଗସ ବ୍ୟୁରୋ: ଅନ୍ତର୍ଜାତୀୟ ହକିରୁ ସନ୍ୟାସ ନେବା ପରେପରେ ସୁନ୍ଦରଗଡ଼ର ଚର୍ଚ୍ଚିତ ଅଲିମ୍ପିଆନ୍ ଦୀପ୍ଗ୍ରେସ୍ ଏକ୍କାଙ୍କ ଜୀବନଯାତ୍ରାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ମଙ୍ଗଳବାର ସେ ସବଡ଼େଗା ବ୍ଲକ୍ ଦେଓଗାଁର ଅନୁପ ଲାକ୍ରାଙ୍କ ହାତ ଧରିଛନ୍ତି।
ଜନ୍ମମାଟି ଲୁଲୁକିଡିହି ଚର୍ଚ୍ଚରେ ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ଦୀପ୍ଗ୍ରେସ୍ ଓ ଅନୁପଙ୍କ ବିବାହ ସମ୍ପନ୍ନ ହୋଇଛି। ପୂର୍ବରୁ ଜାନୁଆରି ୨୬ ତାରିଖରେ ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିଲା। ଅନୁପ ମଧ୍ୟ ଜଣେ ହକି ଖେଳାଳି। ସେ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ। ଏବେ ଦୀପ୍ଗ୍ରେସ୍ ପୂର୍ବତଟ ରେଳବାଇ ଓ ସ୍ବାମୀ ଅନୁପ ଭାରତୀୟ ସେନାବାହିନୀରେ କାର୍ଯ୍ୟରତ। ବିବାହ ଉତ୍ସବରେ ହକି ତାରକା ପ୍ରବୋଧ ତିର୍କି, ଅନ୍ତର୍ଜାତୀୟ ହକି ଖେଳାଳି ବନମାଳି ଖେସ, ଅନିଲ ଏକ୍କା, ସୁନୀଲ ଏକ୍କା, ଅନ୍ତର୍ଜାତୀୟ ରୋଇଂ ଖେଳାଳି ସୀମା ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: