Videos
|
Sports

ଆର୍ଚେରୀ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଦୀପିକା କୁମାରୀ

Sangram Tripathy
Browse all articles by Sangram Tripathy
·2 years ago·1 min read
ଆର୍ଚେରୀ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଦୀପିକା କୁମାରୀ

ଅର୍ଗସ ବ୍ୟୁରୋ :ପ୍ୟାରିସ ଅଲମ୍ପିକ୍ସର ଆଜି ହେଉଛି ଅଷ୍ଟମ ଦିନ ହୋଇଥିବାବେଳେ, ଆର୍ଚେରୀ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଦୀପିକା କୁମାରୀ। ଦୀପିକା ଜର୍ମାନୀର ମିଶେଲ କ୍ରୋପେନଙ୍କ ବିପକ୍ଷରେ  ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲା ଜିତିଥିଲେ । ଦୀପିକା ପ୍ରତିପକ୍ଷ ଖେଳାଳିଙ୍କୁ ୬-୩ ବ୍ୟବଧାନରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ ।  ଅନ୍ୟପଟେ ପ୍ୟାରିସ ଅଲମ୍ପିକ୍ସ ୨୫ ମିଟର ପିସ୍ତଲ ଇଭେଣ୍ଟ ଫାଇନାଲରେ ଚତୁର୍ଥ ସ୍ଥାନରେ ରହି  ହ୍ୟାଟ୍ରିକ ପଦକରୁ ବଞ୍ଚିତ ହେଲେ ମନୁ ଭାକର।

ଫାଇନାଲ ଫାଇଟରେ ଏକ ସମୟରେ ମନୁ ଦ୍ୱିତୀୟ ସ୍ଥାନରେ ରହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଚତୁର୍ଥ ସ୍ଥାନକୁ ଖସି ଆସିଥିଲେ। ପୂର୍ବରୁ ୧୦ ମିଟର ଏୟାର ପିସ୍ତଲ ମହିଳା ଫାଇନାଲରେ ମନୁ ଭାକର ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଥିଲେ । ପରେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ସରବଜୋତ ସିଂହ  ଏବଂ ମନୁ ଭାକର ଭାରତକୁ ଦ୍ବିତୀୟ ବ୍ରୋଞ୍ଜ ପଦକ ଭେଟିଦେଇଥିଲେ। ୨ଟି  ମେଡାଲ ହାତେଇ ଦେଶ ପାଇଁ ଗୌରବ ଆଣିଥିଲେ ମନୁ ଭାକର। 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Deepika Kumari in Archery Women's Singles Quarterfinals | Argus News