Videos
|
Sports

ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କ ମାମଲାରେ ରାୟ ଆସିବାରେ ବିଳମ୍ବ

Ritu Das
Browse all articles by Ritu Das
·2 years ago·1 min read
ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କ ମାମଲାରେ ରାୟ ଆସିବାରେ ବିଳମ୍ବ

ଅର୍ଗସ ବ୍ୟୁରୋ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ମାମଲାରେ ଶୁଣାଣିରେ ବିଳମ୍ବ। ଯୁଗ୍ମ ଭାବେ ଭିନେଶ ରୌପ୍ୟ ପଦକ ପାଇବେ କି ନାହିଁ କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟ୍ସ ପକ୍ଷରୁ ୧୩ ତାରିଖରେ ହେବ ସ୍ପଷ୍ଟ। ୯ ତାରିଖରେ ମାମଲାର ଶୁଣାଣି କରାଯାଇଥିବା ବେଳେ ଏହାକୁ ସଂରକ୍ଷିତ ରଖିଥିଲେ କୋର୍ଟ। 
ଶନିବାର ଏହାର ରାୟ ଆସିବ ବୋଲି ଆଶା କରାଯାଉଥିବା ବେଳେ ଏହାର ସମୟସୀମା ବୃଦ୍ଧି କରିଛନ୍ତି କାସ୍ କୋର୍ଟ।

୧୩ ଅଗଷ୍ଟ ମଙ୍ଗବାର ଭାରତୀୟ ସମୟ ୯ଟା ୩୦ରେ ରାୟ ପ୍ରକାଶ ପାଇବା ନେଇ ତାରିଖ ଧାର୍ୟ୍ୟ କରାଯାଇଛି। ଡ ଆନାବେଲ୍ ବେନେଟ୍ ଏହି ମାମଲାର ରାୟ ଶୁଣାଇବେ। ଅଲିମ୍ପିକ୍ ଫାଇନାଲରୁ ଅଯୋଗ୍ୟତା ବିରୋଧରେ ବୁଧବାର ଦିନ ଭିନେଶ ଫୋଗେଟ୍ କାସରେ ଆବେଦନ କରିଥିଲେ। 

ଖଣ୍ଡପୀଠ ମଧ୍ୟ ଏହି ଆବେଦନକୁ ଗ୍ରହଣ କରିବା ସହ ଶୁଣାଣି କରିଥିଲେ। ଏହା ଉପରେ ଏକ ସକାରାତ୍ମକ ସମାଧାନ ପାଇଁ ଆଶା କରାଯାଉଥିବା ଭାରତୀୟ ଅଲିମ୍ପିକ୍ ଆସୋସିଏସନ କହିଛି। ଭିନେଶ ଓଜନ ବୃଦ୍ଧି କାରଣରୁ ଫାଇନାଲରୁ ଅଯୋଗ୍ୟ ଘୋଷିତ ହେବା ପରେ ତାଙ୍କ ସ୍ଥାନରେ କ୍ୟୁବା କୁସ୍ତିଯୋଦ୍ଧା ୟୁସେଲିସ ଗୁଜମାନ ଲୋପେଜ ଫାଇନାଲରେ ପ୍ରବେଶ କରିଥିଲେ। ନିଜର ଆବେଦନରେ ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଲୋପେଜଙ୍କ ସହ ତାଙ୍କୁ ମଧ୍ୟ ମିଳିତ ଭାବେ ରୌପ୍ୟ ପଦକ ପ୍ରଦାନ କରିବାକୁ ଦାବି କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Delay in verdict | Argus News