|
logo
Live

Argus News - ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ

Sports

ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ

Ritu Das
Browse all articles by Ritu Das
·2 years ago·1 min read
ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ

ଅର୍ଗସ ବ୍ୟୁରୋ: ଆଇପିଏଲ୍‌ ପଦାର୍ପଣରେ ଜ୍ୟାକ୍‌ ‌ଫ୍ରେସର୍ ମ୍ୟାକ‌୍‌ଗର୍କଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ପରାଜୟ ଧାରା ଭାଙ୍ଗିଛି। ଗୁରୁବାର ୨୨ତମ ଜନ୍ମଦିନ ପାଳନ କରିଥିବା ଏହି ଅଷ୍ଟ୍ରେଲୀୟ ଯୁବ ତାରକା ମାତ୍ର ୩୧ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରି ଦିଲ୍ଲୀକୁ ଷଷ୍ଠ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ଦେଇଛନ୍ତି। 
ଅନ୍ୟପକ୍ଷରେ ଘରୋଇ ପରିବେଶରେ ଲକ୍ଷ୍ନୌ ପରାଜୟ ବରଣ କରିଛି। ଲମ୍ବା ସମୟ ପରେ କେଏଲ୍ ରାହୁଲଙ୍କ ଦଳ ୧୬୦+ ସ୍କୋର୍‌ କରିବା ପରେ ପ୍ରତିପକ୍ଷକୁ ଅଟକାଇବାରେ ବିଫଳ ହୋଇଛି। ଦ୍ବିତୀୟ ଥର ପାଇଁ ଦିଲ୍ଲୀ କ୍ରମାଗତ ପରାଜୟ ପରେ ବିଜୟୀ ହୋଇଛି। ଏଥି ସହିତ ଋଷଭ ପନ୍ତଙ୍କ ଦଳ ପଏଣ୍ଟ ଟେବୁଲ୍‌ର ଶେଷ ସ୍ଥାନ ପରିତ୍ୟାଗ କରିଛି। 

ଶୁକ୍ରବାର ଟସ୍ ଜିତି ବ୍ୟାଟିଂ କରିଥିଲେ ମଧ୍ୟ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ୧୬୭ ରନ୍ କରିଥିଲା। ଜବାବରେ ମ୍ୟାକ୍‌ଗର୍କ (୩୫ ବଲ୍‌ରୁ ୫୫ ରନ୍) ଓ ପନ୍ତ୍ (୨୪ ବଲ୍‌ରୁ ୪୧ ରନ୍)ଙ୍କ ମଧ୍ୟରେ ହୋଇଥିବା ୭୭ ରନ୍ ଭାଗୀଦାରି ବଳରେ ଦିଲ୍ଲୀ ୧୧ ବଲ୍ ପୂର୍ବରୁ ୬ ୱିକେଟ୍‌ରେ ସହଜ ବିଜୟ ହାସଲ କରିଛି। ଏହି ପାଳି ଅବସରରେ ପନ୍ତ୍ ମଧ୍ୟ ଆଇପିଏଲ୍‌ରେ ୩୦୦୦ ରନ୍ ପୂରଣ କରିଛନ୍ତି। ୧୯ତମ ଓଭରରେ ବୋଲିଂକୁ ଆସିଥିବା ଅର୍ସଦ ଖାନ୍‌ଙ୍କ ପ୍ରଥମ ବଲ୍‌କୁ ତ୍ରିଷ୍ଟନ୍‌ ଷ୍ଟବ୍ସ ଛକା ମାରି ବିଜୟ ମୁଣ୍ଡି ମାରିଛନ୍ତି। କୁଲଦୀପ ଯାଦବ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ | Argus News