Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆଜି ଦିଲ୍ଲୀ କ୍ୟାପିଟାଲ୍‌ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମୁହାଁମୁହିଁ

Ritu Das
Browse all articles by Ritu Das
·1 year ago·1 min read
ଆଜି ଦିଲ୍ଲୀ କ୍ୟାପିଟାଲ୍‌ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମୁହାଁମୁହିଁ

ଆଜି ଆଇପିଏଲ୍‌ର ତୃତୀୟ ଦିନରେ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମୁହାଁମୁହିଁ । ଅକ୍ଷର ପଟେଲ ଓ ଋଷଭ ପନ୍ତ ଉଭୟ ଦୁଇ ଦଳର ନେତୃତ୍ବ ନେବେ । ପନ୍ତ ନିଜ ଆଇପିଏଲ୍‌ରେ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍‌ସ ଖେଳାଳି ଏବଂ ପରେ ଅଧିନାୟକ ରହିସାରିଛନ୍ତି। ଏବେ ଏହି ଦଳ ବିପକ୍ଷରେ ନେତୃତ୍ବ ନେବାକୁ ଯାଉଛନ୍ତି। ସେ ପ୍ରଥମ ଥର ଲାଗି ଲକ୍ଷ୍ନୌର ନେତୃତ୍ବ ନେବେ । ସେପଟେ ଗତ ଋତୁରେ ଲକ୍ଷ୍ନୌର ଅଧିନାୟକ ଦାୟିତ୍ବ ତୁଲାଇଥିବା କେଏଲ୍ ରାହୁଲ ଏଥର କେବଳ ଜଣେ ଖେଳାଳି ଭାବେ ଖେଳିବାକୁ ଇଚ୍ଛା ଜାହିର କରିବା ପରେ ଅକ୍ଷର ପଟେଲ ପ୍ରଥମ ଥର ଦିଲ୍ଲୀର ନିୟମିତ ଅଧିନାୟକ ଭାବେ ପଡ଼ିଆକୁ ଓହ୍ଲାଇବେ। ଲକ୍ଷ୍ନୌ ଦଳରେ ୬ଜଣ ପ୍ରତିଭାବାନ ବିଦେଶୀ ଖେଳାଳି ବିକଳ୍ପ ଭାବେ ରହିଛନ୍ତି ।


ଦିଲ୍ଲୀ କ୍ୟାପିଟାଲ୍‌ସ ପାଖରେ ମଧ୍ୟ ମିଚେଲ ଷ୍ଟାର୍କଙ୍କ ଭଳି ବୋଲର ଅଛନ୍ତି। ଆଜିର ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ସେପଟେ ଗତକାଲି ଯୁଗଳ ଲଢ଼େଇରେ ପ୍ରଥମ ମ୍ୟାଚରେ ରାଜସ୍ଥାନକୁ ହାଇଦ୍ରାବାଦ ହରାଇ ଥିବା ବେଳେ ଦ୍ବିତୀୟ ମ୍ୟାଚରେ ମୁମ୍ବାଇକୁ ହରାଇଛି ଚେନ୍ନାଇ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
delhi-capitals-and-lucknow-super-giants-fight-today | Argus News