Videos
|
Sports

Jemimah Rodrigues / କାହିଁକି ଏମିତି କଲେ ଜେମିମା, ଯେଉଁଥିପାଇଁ ଦେବେ ୧୨ ଲକ୍ଷ ଜରିମାନା

Banajyotshna Ray
Browse all articles by Banajyotshna Ray
·7 months ago·2 min read
କାହିଁକି ଏମିତି କଲେ ଜେମିମା, ଯେଉଁଥିପାଇଁ ଦେବେ ୧୨ ଲକ୍ଷ ଜରିମାନା
Jemimah Rodrigues

Key Points

ଜେମିମାଙ୍କୁ ନେଇ ଆସିଲା ବଡ଼ ଖବର
ଏମିତି କିଛି କରିଛନ୍ତି ଜେମିମା ଯାହା ଭାଇରାଲ ହେଉଛି
ମହିଳା କ୍ରିକେଟରଙ୍କ ନାମରେ ବଡ଼ ଅଭିଯୋଗ। ଗଣିବେ ୧୨ ଲକ୍ଷ ଟଙ୍କା ଜରିମାନା। ମହିଳା ପ୍ରିମିୟର ଲିଗ୍(ଡବ୍ଲୁପିଏଲ୍)ର ଏକ ମ୍ୟାଚରେ ଧୀମା ଓଭର ହାର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ୍ ଅଧିନାୟିକା ଜେମିମା ରଡ୍ରିଗ୍ସଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ବଡ଼ୋଦରା କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମଠାରେ ମଙ୍ଗଳବାର ଖେଳାଯାଇଥିବା ଗୁଜରାଟ ଟାଇଟନ୍ସ ବିପକ୍ଷ ଏକ ମ୍ୟାଚରେ ଗୁଜରାଟ ଟାଇଟନ୍ସଠାରୁ ୩ ରନରେ ପରାସ୍ତ ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚରେ ତାଙ୍କ ଦଳର ଧୀମା ଓଭର ହାର ଯୋଗୁଁ ଜେମିମାଙ୍କ ଉପରେ ଜରିମାନା ଲାଗୁ କରାଯାଇଛି । ତେବେ ଏହା ତାଙ୍କର ଓଭର ହାର ସମ୍ପର୍କିତ ପ୍ରଥମ ତ୍ରୁଟି ହୋଇଥିବାରୁ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି ବୋଲି ବୋଲି ଡବ୍ଲୁପିଏଲ ସ୍ପଷ୍ଟ କରିଛି।

ମଙ୍ଗଳବାରର ଏହି ପରାଜୟ ପରେ ଦିଲ୍ଲୀ ପାଇଁ ପ୍ଲେ ଅଫକୁ ଯିବା କଷ୍ଟକର ହୋଇପଡ଼ିଛି। ଦିଲ୍ଲୀ ଏବେ ୭ଟି ମ୍ୟାଚରୁ ୩ ବିଜୟ ସହ ମୋଟ୍ ୬ ପଏଣ୍ଟ ପାଇଛି ଓ ଏହାର ରନହାର ବିଯୁକ୍ତ ୦.୧୬୪ ରହିଛି। ଏହି ଦଳ ଏବେ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ସେପଟେ ଏହି ବିଜୟ ସହ ଗୁଜରାଟ ଏବେ ୭ଟି ମ୍ୟାଚରୁ ୪ ବିଜୟ ସହ ମୋଟ ୮ ପଏଣ୍ଟ ପାଇଛି। ଏହା ବିଯୁକ୍ତ ୦.୨୭୧ ରନହାର ସହ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି ଓ ନିଜର ପ୍ଲେଅଫ୍ ଖେଳିବା ଉଜ୍ଜଳ କରିଛି।

ଏହା ପୂର୍ବରୁ ଆପଣ ଦେଖିଥିବେ ବିଶ୍ବକପ୍ ଇତିହାସରେ ସବୁଠୁ ବଡ଼ ରନ୍ ଚେଜ୍। ଭାରତ ପକ୍ଷରୁ ଜେମିମା ରୋଡ୍ରିଗ୍‌ସ ଅପରାଜିତ ଶତକ ହାସଲ କରିଥିଲେ । ସେ ୧୨୭ ରନ୍ ଏବଂ କ୍ୟାପ୍‌ଟେନ୍ ହରମନପ୍ରିତ୍ କୌର ୮୯ ରନ୍ କରିଥିଲେ । ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟାଇଟଲ୍ ଲଢେଇ ହୋଇଥିଲା। ଆଉ ଭାରତ ବିଜୟ ହାସଲ କରିଥିଲା। ସେହି ମ୍ୟାଚରେ ଜେମିମା ଭଲ ପ୍ରଦର୍ଶନ କରିଥିଲେ।

ପ୍ରଥମ ବିଶ୍ୱକପ୍‌। ଦୁଇ ମ୍ୟାଚରେ ଖୋଲିପାରିନଥିଲେ ଖାତା। ଆଉ ତାଙ୍କର କମବ୍ୟାକ, ଭାରତକୁ ପହଞ୍ଚାଇଲା ଫାଇନାଲରେ। ଜେମିମାଙ୍କ ବ୍ୟାଟିଂ ଶୋ ଦେଖି ବିଶ୍ୱ କ୍ରୀଡାପ୍ରେମୀ ତାଜୁବ। ପ୍ରତିଦିନ କାନ୍ଦୁଥିଲେ... କିନ୍ତୁ ପଛକୁ ଫେରିନଥିଲେ। ଆଉ ଏବେ ହୋଇଗଲେ ପ୍ରତି କ୍ରୀଡାପ୍ରେମୀଙ୍କ ଆଇକନ୍‌। ଗୁରୁବାର ମୁମ୍ବାଇର ଡିଓ୍ୱାଇ ପାଟିଲରେ ଖେଳାଯାଇଥିବା ବିଶ୍ୱକପ ସେମିରେ ଅଷ୍ଟ୍ରେଲିଆକୁ ଏକଜିଟ୍‌ର ରାସ୍ତା ଦେଖାଇଛି ଭାରତ। ସାତ ସାତ ଥରର ଚାମ୍ପିଅନ କଙ୍ଗାରୁ ଦଳକୁ ମାତ୍‌ ଦେଇଥିବା ଭାରତର ଝିଅ ଜେମିମା ରୋଡ୍ରିଗସ୍‌। ଏହା କେବଳ ଜେମିମାଙ୍କ ସଫଳତା ନୁହେଁ ବରଂ ସାହାସ, ଆବେଗ ଏବଂ ଆତ୍ମନିର୍ଭରର ଏକ ବଳିଷ୍ଠ ଉଦାହରଣ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଖେଳ ଖବର:

Related Topics

Explore more stories

Jemimah Rodrigues | Delhi Capitals skipper Jemimah Rodrigues fined Rs 12 lakh for Code of Conduct breach | Argus News | Argus News