Videos
|
Sports

ସୁପର ଓଭର ମ୍ୟାଚ୍‌ରେ ବାଜି ମାରିଲା ଦିଲ୍ଲୀ କ୍ୟାପିଟାଲ୍ସ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ସୁପର ଓଭର ମ୍ୟାଚ୍‌ରେ ବାଜି ମାରିଲା ଦିଲ୍ଲୀ କ୍ୟାପିଟାଲ୍ସ

ସୁପର ଓଭର ମ୍ୟାଚ୍‌ରେ ବାଜି ମାରିଲା ଦିଲ୍ଲୀ କ୍ୟାପିଟାଲ୍ସ। ୩୨ତମ ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଟ୍ରିଷ୍ଟନ ଷ୍ଟବ୍ସ ସୁପର ଓଭରରେ ଛକା ମାରି ଦିଲ୍ଲୀକୁ ପଞ୍ଚମ ବିଜୟ ଦେଇଛନ୍ତି। ତେବେ ଦିଲ୍ଲୀ ବିଜୟରେ ହିରୋ ସାଜିଛନ୍ତି ମିଚେଲ୍ ଷ୍ଟାର୍କ। ଏହି ବାମହାତୀ ଦ୍ରୁତ ବୋଲର ଶେଷ ଓଭରରେ ୮ ରନ ଦେଇ ମ୍ୟାଚ୍‌କୁ ଟାଇ କରିଥିଲେ। ଏହା ପରେ ରାଜସ୍ଥାନ ସୁପର ଓଭରରେ ୧୧ ରନ କରିପାରିଥିଲା।


ନିଜର ଷଷ୍ଠ ମ୍ୟାଚ୍‌ରୁ ଦିଲ୍ଲୀ ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ସପ୍ତମ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ଭୋଗିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୧୮୮ ରନ କରିଥିଲା। ଦଳ ପକ୍ଷରୁ ଅଭିଷେକ ପୋରେଲ ସର୍ବାଧିକ ୪୯ ରନ କରିଥିବା ବେଳେ କେଏଲ ରାହୁଲ ୩୮ ରନ ଓ ଅଧିନାୟକ ଅକ୍ଷର ପଟେଲ୍ ଦ୍ରୁତ ୩୪ ରନ କରିଥିଲେ। ଜବାବରେ ରାଜସ୍ଥାନ ୪ ଓ୍ଵିକେଟ୍ ହରାଇ ସମାନ ୧୮୮ ରନ କରି ଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Delhi Capitals won the Super Over match | Argus News