Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗୁଜୁରାଟକୁ ୬ ଓ୍ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ

Sports

ଗୁଜୁରାଟକୁ ୬ ଓ୍ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଗୁଜୁରାଟକୁ ୬ ଓ୍ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ

ଅର୍ଗସ ବ୍ୟୁରୋ:  ଗୁୁଜୁରାଟକୁ ତାରି ମାଟିରେ ଶୋଚନୀୟ ଭାବେ ହରାଇଲା ଦିଲ୍ଲୀ ।  ଅହମଦାବାଦଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଗୁଜରାଟକୁ ୬ ଓ୍ବିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ବିଜୟ ପାଇଁ ଗୁଜରାଟ ପକ୍ଷରୁ ରଖାଯାଇଥିବା ୯୦ରନର ଟାର୍ଗେଟକୁ ଦିଲ୍ଲୀ ୮.୫ ତମ ଓଭରରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ଜେକ୍ ଫ୍ରେସର ମାକଗର୍କ ୨୦ ରନ କରିଥିବା ବେଳେ ସାଇ ହୋପ ୧୯ରନ ଓ ଋଷଭ ପନ୍ତ ୧୬ରନ କରିଥିଲେ । ସେହିପରି ଅଭିଷେକ ପୋରେଲ ୧୫ରନ କରିଥିଲେ । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ଦଳୀୟ ସ୍କୋର ମାତ୍ର ୧୧ ରନ ହୋଇଥିବାବେଳେ ଅଧିନାୟକ ଶୁଭମନ ଗିଲ ମାତ୍ର ୮ ରନ କରି ଆଉଟ ହୋଇଥିଲେ । ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୩ଟି ଓ୍ବିକେଟ ନେଇଥିବାବେଳେ ଟ୍ରିଷ୍ଟେନ ଷ୍ଟବ୍ସ ଓ ଇଶାନ୍ତ ଶର୍ମା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Delhi crush Gujarat by six wickets as bowlers dominate in Ahmedabad | Argus News