କ୍ୟାନ୍ସରରେ ପୀଡ଼ିତ ଥାଇ ମଧ୍ୟ ବିଶ୍ବକପ ଜିତାଇଥିଲେ ଯୁବରାଜ

ଅର୍ଗସ ବ୍ୟୁରୋ: ଯୁବରାଜ ଭାରତୀୟ କ୍ରିକେଟ ଦଳରେ ଥିଲେ ଷ୍ଟାର କ୍ରିକେଟର। କେବଳ ଯୁବରାଜଙ୍କ ନାଁ ହିଁ କାଫି। ଦିନିକିଆ ହେଉ କି ଟି-୨୦ ବ୍ୟାଟ ଧରିଲେ ସେ ସବୁ ଫର୍ମାଟରେ କରନ୍ତି ରାଜ। ଟିମ ଇଣ୍ଡିଆ ପାଇଁ ସେ ଥିଲେ ସଙ୍କଟ ମୋଚକ । ସେ ଯେତେବେଳେ ପଡିଆ ମଝିରେ ବ୍ୟାଟ ଧରି ଛିଡା ହୁଅନ୍ତି ସେତେବେଳେ ବଡ ବଡ ବୋଲରଙ୍କ ନିଦ ହଜିଯାଏ । ତାଙ୍କ ଷ୍ଟାଇଲିସ ବ୍ୟାଟିଂର ସାରା ବିଶ୍ବ ଦିଓ୍ବାନା। ଆଜି ହେଉଛି ଏହି କିମ୍ବଦନ୍ତି କ୍ରିକେଟଙ୍କ ଜନ୍ମଦିନ।
୧୯୮୧ ମସିହା ଡିସେମ୍ବର ୧୨ ତାରିଖରେ ଚଣ୍ଡିଗଡରେ ଜନ୍ମଗ୍ରହଣ କରିଥିଲେ ଯୁବରାଜ । ଆଜି ତାଙ୍କୁ ୪୨ ବର୍ଷ ହୋଇଛି । ଯୁବରାଜ ଏମିତି ଜଣେ ଖେଳାଳି ଯିଏ ଟି-୨୦ ଆଉ ଦିନିକିଆ ବିଶ୍ୱ ବିଜେତା ଦଳର ସଦସ୍ୟ ଥିଲେ । କେବଳ ସଦସ୍ୟ ନୁହେଁ ଭାରତକୁ ଚାମ୍ପିୟନ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆଉ ଏହି ଦୁଇ ବିଶ୍ୱକପରେ ଟିମ ଇଣ୍ଡିଆ ପାଇଁ ତାଙ୍କ ଅବଦାନକୁ ଭାରତ କେବେ ବି ଭୁଲିବନି।
ହେଲେ କ୍ୟାନ୍ସର ଯୋଗୁଁ ୨୦୧୧ ବିଶ୍ୱକପ ପରେ ସେ ଦଳଠୁ ଦୂରରେ ରହିଥିଲେ । ଆଉ ଯେତେବେଳେ ସୁସ୍ଥ ହୋଇ ଫେରିଥିଲେ ସେତେବେଳେ ତାଙ୍କର ଫର୍ମ ଆଉ ଫେରି ନ ଥିଲା । ୨୦୧୯ ଜୁନ ୧୦ ତାରିଖରେ କ୍ରିକେଟରୁ ଅବସର ନେଇଥିଲେ। ଏହାପରଠୁ ନା ଦେଖିବାକୁ ମିଳୁଛି ଯୁବରାଜ ସିଂଙ୍କ ବଡ ବଡ ଛକା ନା ଷ୍ଟାଇଲିସ ବ୍ୟାଟିଂ। ସେ ଯାହା ବି ହେଉ ନା ଯୁବରାଜଙ୍କୁ ମ୍ୟାଚ ଓ୍ବିନର ଭାବେ ସମସ୍ତେ ମନେରଖିଛନ୍ତି ଆଉ ମନେ ରଖିବେ। ଆଜି ଏହି କ୍ରିକେଟରଙ୍କ ଜନ୍ମଦିନ ହୋଇଥିବାରୁ ଆମ ତରଫରୁ ଯୁବରାଜଙ୍କୁ ଜନ୍ମଦିନର ଢ଼େର ସାରା ଅଭିନନ୍ଦନ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର