Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ସୋସିଆଲ ମିଡିଆରେ ଟ୍ରୋଲର୍ସଙ୍କ ଶିକାର ଧନଶ୍ରୀ ବର୍ମା

Ritu Das
Browse all articles by Ritu Das
·2 years ago·1 min read
ସୋସିଆଲ ମିଡିଆରେ ଟ୍ରୋଲର୍ସଙ୍କ ଶିକାର ଧନଶ୍ରୀ ବର୍ମା

ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ସୋସିଆଲ ମିଡିଆରେ ପ୍ରାୟ ଏକାଠି ନଜର ଆସିଥାନ୍ତି। ଧନଶ୍ରୀ ତାଙ୍କ ଡ୍ୟାନ୍ସ ପାଇଁ ବହୁତ ଲୋକପ୍ରିୟ ଏବଂ ଜଣେ ପ୍ରସିଦ୍ଧ କୋରିଓଗ୍ରାଫର ଭାବେ ମାନ୍ୟତା ପାଇଛନ୍ତି। ଚହଲ ଖୁବଶୀଘ୍ର ଆଇପିଏଲ ୨୦୨୪ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ଦେଖିବାକୁ ମିଳିବ। ଚହଲଙ୍କୁ ଚିୟର୍ସ କରିବାକୁ ପଡ଼ିଆରେ ପତ୍ନୀ ଧନଶ୍ରୀ ମଧ୍ୟ ଉପସ୍ଥିତ ରହିବେ। ତେବେ ଧନଶ୍ରୀ ବର୍ମା ସୋସିଆଲ ମିଡ଼ିଆ ସେନ୍ସେସନରୁ ଏବେ ଷ୍ଟାର ପାଲଟିବାରେ ଲାଗିଛନ୍ତି। 

ସେ ଜଣେ ଭଲ  ଡ୍ୟାନ୍ସର ତେବେ ରିୟଲିଟି ଶୋ’ ‘ଝଲକ ଦିଖଲା ଯା’କୁ ଆସିବା ପରେ ତାଙ୍କର ଲୋକପ୍ରିୟତା ଅଧିକ ବଢ଼ିଯାଇଛି।  କିନ୍ତୁ ଗତ କିଛି ଦିନ ଧରି ସେ ସୋସିଆଲ ମିଡ଼ିଆରେ ଟ୍ରୋଲର୍ସଙ୍କ ନଜରରେ ଅଛନ୍ତି। ‘ଝଲକ ଦିଖଲା ଯା’ ପରେ କୋରିଓଗ୍ରାଫର ପ୍ରତୀକ ଉତେକରଙ୍କ ସହିତ ତାଙ୍କର କ୍ଲୋଜ୍ ଫଟୋ ପ୍ରକାଶ ପାଇଥିଲା। ଏହାପରେ ସେ ଟ୍ରୋଲ୍ ହେବାରେ ଲାଗିଛନ୍ତି। ତେବେ ଏବେ ଧନଶ୍ରୀ ଟ୍ରୋଲର୍ସଙ୍କୁ ଜବାବ ଦେଇଛନ୍ତି।

ସେ ଇନଷ୍ଟା ପେଜରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ଟ୍ରୋଲର୍ସଙ୍କୁ ଅନୁରୋଧ କରିଛନ୍ତି, ଟ୍ରୋଲ୍ ଦ୍ବାରା ମୋ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି। ପ୍ଲିଜ୍ ଦୟାକରି ଘୃଣା ପ୍ରଚାର କରନ୍ତୁ ନାହିଁ। ସୋସିଆଲ ମିଡିଆରେ ନିକଟ ଅତୀତରେ ଯାହାବି କିଛି ହୋଇଛି ‌ତାହା ଯୋଗୁ ମୋ ପରିବାର ଉପରେ ପ୍ରଭାବ ପଡ଼ିଛି। 
ଶେଷରେ ସେ କହିଛନ୍ତି ମୁଁ ଜଣେ ଫାଇଟର ଭାବେ ଜଣାଶୁଣା। ମୁଁ କେବେ ଗିଭ୍ ଅପ୍ କରି ନାହିଁ କି କରିବି ନାହିଁ। ସୋସିଆଲ ମିଡିଆର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଭଲ ବୋଲି ଆମେ କହିପାରିବାନି। କିଛି ଭୂଲ ନ ଥାଇ ମହିଳାମାନଙ୍କୁ ଏଭଳି ଟ୍ରୋଲର ଶିକାର ହେବାକୁ ପଡ଼ୁଛି। ଯାହାକି ଆଦୌ ଗ୍ରହଣୀୟ ନୁହେଁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Sponsored
Dhanshree Burma | Argus News