ଫିଲ୍ମ ଦୁନିଆରେ ଏଣ୍ଟ୍ରି ମାରିଲେ ଧୋନୀ

ଅର୍ଗସ ବ୍ୟୁରୋ: ଦୁଇ ତାରକା ଗୋଟିଏ ଫିଲ୍ମରେ ଥିଲେ ଫିଲ୍ମର କ୍ରେଜ ହିଁ ବଢ଼ିଯାଏ। ଲୋକେ ତାଙ୍କ ପ୍ରିୟର ସୁପରଷ୍ଟାରଙ୍କୁ ଦେଖିବାକୁ ଭିଡ଼ ଜମାଇଥାନ୍ତି। ସାଉଥ ଫିଲ୍ମର GOATରେ ମଧ୍ୟ ସମାନ ଘଟଣା ଘଟିଛି। ଏଥିରେ ତେଲୁଗୁ ଫିଲ୍ମରେ ସୁପରଷ୍ଟାର ଥାଲାପତି ବିଜୟ ଅଭିନୟ କରିଛନ୍ତି। କିନ୍ତୁ ଏହି ଫିଲ୍ମରେ ତାଙ୍କ ସହ ଆଉ ଜଣେ ଷ୍ଟାରଙ୍କୁ ଦେଖିବାକୁ ମିଳିଛି। କିନ୍ତୁ ଏହି ଷ୍ଟାର ଫିଲ୍ମ ଜଗତରୁ ନୁହେଁ ବରଂ କ୍ରିକେଟ ଜଗତରୁ ଆସିଛନ୍ତି। ସେ ହେଲେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ। ଆଜ୍ଞା ହଁ ଧୋନୀ ଫିଲ୍ମ ଜଗତକୁ ଏଣ୍ଟ୍ରି ମାରିଛନ୍ତି।
ଦୁଇଥର ଭାରତକୁ ବିଶ୍ବ ଚାମ୍ପିୟନ କରିଥିବା ଧୋନୀଙ୍କ ଚେନ୍ନାଇରେ ବହୁତ ପ୍ରଶଂସକ ଅଛନ୍ତି। ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଛନ୍ତି। ଧୋନୀ ତାଙ୍କ ଅଧିନାୟକତ୍ବରେ ଏହି ଦଳକୁ ପାଞ୍ଚଟି ଟାଇଟଲ ଦେଇଛନ୍ତି। ଚେନ୍ନାଇର ଲୋକମାନେ ଧୋନୀଙ୍କୁ ଥାଲା ଅର୍ଥାତ ବଡ଼ ଭାଇ ବୋଲି ଡାକନ୍ତି।
ଏହି ଫିଲ୍ମରେ ଧୋନୀ ଏକ ଛୋଟ କାମିଓ ଭାବେ ଦେଖାଦେଇଛନ୍ତି। ତାଙ୍କୁ ଏଥିରେ ଏକ ଆଇପିଏଲ ମ୍ୟାଚ ଖେଳୁଥିବା ଦେଖିବାକୁ ମିଳିଛି। ଏବଂ ବିଜୟ ଏହି ମ୍ୟାଚ ଦେଖୁଥିବା ଦେଖାଯାଇଛି। ଧୋନୀଙ୍କ ସ୍କ୍ରିନ ସମୟ ବହୁତ କମ। କିନ୍ତୁ ତାଙ୍କ ଉପସ୍ଥିତି ବହୁତ ହାଇଲାଇଟ ହୋଇଛି ଏବଂ ଫ୍ୟାନମାନେ ବହୁତ ଖୁସି ହୋଇଛନ୍ତି।
ବିଜୟଙ୍କ ବ୍ୟତୀତ ଏହି ଫିଲ୍ମରେ ପ୍ରଭାସ ଦେବ, ସ୍ନେହା ମଧ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ପୂର୍ବତନ ଭାରତୀୟ କ୍ରିକେଟର ସୁବ୍ରମଣ୍ୟମ ବଦ୍ରିନାଥଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଧୋନୀ କ୍ରିକେଟ ଜଚଗତର ବାଦଶାହ ଅଟନ୍ତି। ଏବେ ସେ ଫିଲ୍ମ ଦୁନିଆରେ ଏଣ୍ଟ୍ରି ମାରିଛନ୍ତି। ତାଙ୍କର ଏକ ପ୍ରଡକ୍ସନ ହାଉସ ମଧ୍ୟ ଅଛି। ଏହି ପ୍ରଡକ୍ସନ ହାଉସର ନାମ ଧୋନୀ ଏଣ୍ଟରଟେନମେଣ୍ଟ ଲିମିଟେଡ। ଏହି ପ୍ରଡକ୍ସନ ହାଉସ LGM ନାମକ ଏକ ଫିଲ୍ମ ମଧ୍ୟ ପ୍ରସ୍ତୁତ କରିଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର