୧୫ ତମ ବିବାହ ବାର୍ଷିକୀରେ କିଛି ଏମିତି କହିଲେ ଧୋନି
·2 years ago·1 min read

ଅର୍ଗସ ବ୍ୟୁରୋ: ୧୫ ତମ ବିବାହ ବାର୍ଷିକୀ ପାଳନ କଲେ ଏମଏସ ଧୋନି ଏବଂ ସାକ୍ସି ଧୋନି। କେକ କାଟି ପରସ୍ପରକୁ ଆନିଭର୍ସରୀ ଉଇସ କଲେ। ସେଲିବ୍ରେସନର ଏକ ହୃଦୟସ୍ପର୍ଶୀ ଭିଡ଼ିଓ ନିଜ ସୋସିଆଲ ମିଡିଆରେ ସେଆର କଲେ ପତ୍ନୀ ସାକ୍ସି ଧୋନି।
ଆଜିର ଦିନ ପ୍ରତ୍ୟେକ ଭାରତୀୟଙ୍କ ପାଇ ସ୍ପେସିଆଲ । କାରଣ ଆଜି ଆମ ଚାମ୍ପିୟନସ ନିଜ ମାଟିକୁ ଫେରିଛନ୍ତି। ଟି-୨୦ ବିଶ୍ବକପ ଚାମ୍ପିୟନ ଟ୍ରଫି ନେଇ ବାର୍ବାଡୋସରୁ ଦିଲ୍ଲୀରେ ପହଂଚିଛନ୍ତି ଭାରତୀୟ କ୍ରିକେଟ ଦଳର ସମସ୍ତ ଖେଳାଳି । ଏହି ଅବସରରେ ଏଆରପୋର୍ଟରେ ସେମାନଙ୍କ ପାଇ ଭବ୍ୟ ସାଗତର ଆୟୋଜନ କରାଯାଇଥିଲା। ବାତ୍ୟା ପାଇଁ ବାର୍ବାଡୋସରେ ଫଶି ରହିଥିଲା ଟିମ୍ ଇଣ୍ଡିଆ । ଯେଉଁଥିପାଇଁ ଖେଳାଳୀଙ୍କର ସ୍ବଦେଶ ଫେରିବାରେ ବିଳମ୍ବ ହୋଇଥିଲା ।
ଅନ୍ୟପଟେ ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ପାଇଁ ମଧ୍ୟ ଏହା ଏକ ବିଶେଷ ଦିନ। ତାଙ୍କ ବିବାହକୁ ଆଜି ୧୫ ବର୍ଷ ପୂରିଛି। ପତ୍ନୀ ସାକ୍ଷୀଙ୍କ ସହ କେକ୍ କାଟି ଆନିଭର୍ସରି ପାଳିଛନ୍ତି ଧୋନି।
ଅଧିକ ପଢନ୍ତୁ କ୍ରୀଡ଼ା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: