କ୍ରିକେଟ ରୁଲ୍ସକୁ ନେଇ ଧୋନୀଙ୍କୁ ଏମିତି କହିଦେଲେ ପତ୍ନୀ ସାକ୍ଷୀ?

ଅର୍ଗସ ବ୍ୟୁରୋ: କ୍ରିକେଟର କିଙ୍ଗ ମହେନ୍ଦ୍ର ସିଂ ଧୋନୀ। ସେ ପଡ଼ିଆ ଭିତରେ ହେଉ ଅବା ବାହାରେ। ସବୁଠି ଥାଲାଙ୍କୁ ନେଇ ଚର୍ଚ୍ଚା। ସେଇଥିପାଇଁ ତ ସେ କ୍ୟାପଟେନ କୁଲ। ଯେତେ ଚର୍ଚ୍ଚା ହେଲେ ବି ସେ silent. କିନ୍ତୁ ଏଥର ଚର୍ଚ୍ଚା ଧୋନୀ କୁଆଡେ ଜାଣି ନାହାନ୍ତି କ୍ରିକେଟ ନିୟମ ବୋଲି କହିଛନ୍ତି ପତ୍ନୀ ସାକ୍ଷୀ। ଖବର ଭିତରକୁ ଗଲେ ଆପଣ ସବୁକଥା ଆପେ ଆପେ ଜାଣିପାରିବେ।
କ୍ରିକେଟର ଷ୍ଟମ୍ପ ପଛରେ ରହି ଯିଏ ପ୍ରତିପକ୍ଷ ବ୍ୟାଟରଙ୍କୁ ସହଜରେ ଆଉଟ କରିଦିଅନ୍ତି ଯାହାଙ୍କ ହେଲିକପ୍ଟର ସଟ ଦେଖିବାକୁ ଫ୍ୟାନ ପାଗଳ ହୁଅନ୍ତି ଚର୍ଚ୍ଚିତ ଏହି କ୍ରିକେଟର ଜଣକ କ୍ରିକେଟ ନିୟମ ଜାଣି ନ ଥିବେ। ଏକଥା ଆପଣଙ୍କର ହଜମ ହେଉ ନ ଥିବ ନିଶ୍ଚୟ। ଏକଥା ଆମେ କହୁନୁ। ଏକଥା କହିଛନ୍ତି ଖୋଦ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ। ଘଟଣାଟି ଥିଲା ଏମିତି। ଧୋନୀ ସାକ୍ଷୀ ଗୋଟିଏ ଦିନ ଘରେ ବସି ଓ୍ବାନ ଡେ' ମ୍ୟାଚ ଦେଖୁଥିଲେ। ସେହି ମ୍ୟାଚରେ ବୋଲର ବଲ ପକାଇଲେ ଏହା ଓ୍ବାଇଡ ଥିଲା, ବ୍ୟାଟର ଷ୍ଟେପ ଆଉଟ କରି ମାରିବାକୁ ଚେଷ୍ଟା କରୁଥିବାବେଳେ ଷ୍ଟମ୍ପିଂ ହୋଇଯାଇଥିଲେ। ଅମ୍ପାୟାର ରିଭ୍ୟୁ ନେବାସହ ନିଷ୍ପତ୍ତି ଛାଡ଼ିଥିଲେ ଥାର୍ଡ ଅମ୍ପାୟାରଙ୍କ ଉପରେ।
କିନ୍ତୁ ସାକ୍ଷୀ ସେହି ସମୟରେ କହିଥିଲେ ଆଉଟ ନୁହେଁ ବୋଲି। ସେ not out କହିବା ପୂର୍ବରୁ ବ୍ୟାଟ୍ସମ୍ୟାନ ପାଭିଲିୟନ ଆଡ଼କୁ ଯିବା ଆରମ୍ଭ କରିଥିଲେ। ଏହାଦେଖି ତୁରନ୍ତ ସାକ୍ଷୀ କହିଥିଲେ ୱାଇଡ ବଲରେ ଷ୍ଟମ୍ପିଂ ହୋଇ ନଥାଏ। ମୁଁ କହିଥିଲି ୱାଇଡ ବଲରେ ଷ୍ଟମିଂ ହୋଇଥାଏ। ନୋ ବଲରେ ହୋଇ ନଥାଏ। ଏହାର ଜବାବରେ ସେ ମୋତେ କହିଥିଲେ ଯେ “ତୁମକୁ କିଛି ଜଣା ନାହିଁ। ତୁମେ ଅପେକ୍ଷା କର, ତୃତୀୟ ଅମ୍ପାୟାର ବ୍ୟାଟରଙ୍କୁ ଡାକିବେ।”
ମାତ୍ର ଶେଷରେ ଅମ୍ପାୟାର ସେହି ଖେଳାଳିଙ୍କୁ ଆଉଟ ଦେଇଥିଲେ। କିନ୍ତୁ ସାକ୍ଷୀ ନିଜ ଭୁଲ ମାନିବାକୁ ରାଜି ନ ଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଦେଖି ପ୍ରଶଂସକ ବେଶ ହସିଥିଲେ।
📱 Get Argus News App
✨ଧୋନି ୨୦୧୯ରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ବେଳେ ଏବେ ବି ଆଇପିଏଲରେ ଧୋନୀଙ୍କ ଧମାକା ଦେଖିବାକୁ ମିଳୁଛି। ୨୦୨୫ ଆଇପିଏଲରେ ଧୋନୀ ନଜର ଆସନ୍ତୁ ବୋଲି ଆଶା ବାନ୍ଧିଛନ୍ତି ପ୍ରଶଂସକ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର