Videos
|
Sports

ବେଙ୍ଗାଲୁରରେ IPL ବିଜୟ ଉତ୍ସବ ପାଳନ ବେଳେ ଦଳଚକଟା ଘଟଣା, ଚାଲିବ ଫୌଜଦାରୀ ମାମଲା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବେଙ୍ଗାଲୁରରେ IPL ବିଜୟ ଉତ୍ସବ ପାଳନ ବେଳେ ଦଳଚକଟା ଘଟଣା, ଚାଲିବ ଫୌଜଦାରୀ ମାମଲା

Key Points

ଆରସିବିକୁ ଝଟକା
ଦଳାଚକଟା ମାମଲାରେ ଚାଲିବ ଫୌଜଦାରୀ ମାମଲା

ବେଙ୍ଗାଲୁରରେ IPL ବିଜୟ ଉତ୍ସବ ପାଳନ ବେଳେ ଦଳଚକଟା ଘଟଣା । RCB ଓ କର୍ଣ୍ଣାଟକ କ୍ରିକେଟ ଆସୋସିଏସନ୍ ବିରୋଧରେ ଚାଲିବ ଫୌଜଦାରୀ ମାମଲା । କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ବୈଠକରେ ଜଷ୍ଟିସ୍‌ ଡି କୁହ୍ନା କମିଶନଙ୍କ ରିପୋର୍ଟକୁ ମିଳିଛି ମଂଜୁରି । ଫୌଜଦାରୀ ମାମଲା ପାଇଁ ଅନୁମତି ଦେଇଛନ୍ତି କର୍ଣ୍ଣାଟକ ସରକାର । ଉତ୍ସବ ପାଳନ ବେଳେ ଏକାଧିକ ଅନିୟମିତତା ହୋଇଥିବା ରିପୋର୍ଟରେ ଦର୍ଶାଇଥିଲେ କମିଶନ । କମିଶନଙ୍କ ରିପୋର୍ଟକୁ ଆଧାର କରି କର୍ଣ୍ଣାଟକ ସରକାର ନେଇଛନ୍ତି ନିଷ୍ପତ୍ତି । RCBର IPL ବିଜୟ ଉତ୍ସବ ଦଳଚକଟାରେ 11 ଜଣଙ୍କର ମୃତ୍ୟୁ ହେବା ସହ 33 ଆହତ ହୋଇଥିଲେ । 


କର୍ଣ୍ଣାଟକ ସରକାର ଜଷ୍ଟିସ ମାଇକେଲ ଡି'କୁନହା କମିସନଙ୍କ ରିପୋର୍ଟ ଗ୍ରହଣ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି କମିସନ ତଦନ୍ତ ସମୟରେ ଆରସିବି ଏବଂ କେଏସସିଏରେ ଅନେକ ଅନିୟମିତତା ଏବଂ ବିସଙ୍ଗତି ପ୍ରକାଶ କରିଥିଲା। ନ୍ୟାୟିକ କମିସନଙ୍କ ରିପୋର୍ଟ ଜୁଲାଇ ୧୧ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ପ୍ରଦାନ କରାଯାଇଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରିପୋର୍ଟ ଅନୁଯାୟୀ, ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ପାଇଁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଇଭେଣ୍ଟ ଆୟୋଜକ ଡିଏନଏ ଏଣ୍ଟରଟେନମେଣ୍ଟ ଏବଂ ବାଙ୍ଗାଲୋର ପୁଲିସ ସିଧାସଳଖ ଦାୟୀ। ସୂଚନାଯୋଗ୍ୟ ଯେ ଜୁଲାଇ ୪ରେ ହୋଇଥିବା ଏହି ଦଳାଚକଟା ଘଟଣାରେ ୧୧ ଜଣ ପ୍ରାଣ ହରାଇଥିଲେ ଓ ୫୬ ଜଣ ଆହତ ହୋଇଥିଲେ । ଯେଉଁଥିପାଇଁ RCB ଓ କର୍ଣ୍ଣାଟକ କ୍ରିକେଟ ଆସୋସିଏସନ୍ ବିରୋଧରେ ଚାଲିବ ଫୌଜଦାରୀ ମାମଲା ହୋଇଛି ।


ଅଧିକ ପଢ଼ନ୍ତୁ ଖେଳ ଖବର:

didnt-stop-rcbs-illegal-victory-event-as-abrupt-stoppage-could-have-potentially-incited-violence-govt-tells-karnataka-high-court-in-its-status-report | Argus News