Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ହଠାତ କ୍ରିକେଟରୁ ଅବସର ନେଇ ଫ୍ୟାନ୍ସଙ୍କୁ ଚମକାଇଲେ ଦିମୁଥ କରୁଣାରତ୍ନେ

Ritu Das
Browse all articles by Ritu Das
·1 year ago·2 min read
ହଠାତ କ୍ରିକେଟରୁ ଅବସର ନେଇ ଫ୍ୟାନ୍ସଙ୍କୁ ଚମକାଇଲେ ଦିମୁଥ କରୁଣାରତ୍ନେ

ପାଖାପାଖି ଦେଢ଼ ଦଶନ୍ଧି ଧରି ଶ୍ରୀଲଙ୍କା କ୍ରିକେଟ ଦଳର ସେବା କରିଥିବା ଦିମୁଥ କରୁଣାରତ୍ନେ ଅବସର ଘୋଷଣା କରିଛନ୍ତି। ଗାଲେ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ ପରେ ସେ ଅବସର ନେବେ। କରୁଣାରତ୍ନେ ଜଣେ ଓପନିଂ ବ୍ୟାଟ୍ସମ୍ୟାନ ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଏହି ଆଗାମୀ ମ୍ୟାଚ ମଧ୍ୟ ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ହେବ। ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୮ ହଜାରରୁ ଅଧିକ ରନ କରିଛନ୍ତି।


ଦିମୁଥ କରୁଣାରତ୍ନେ କହିଛନ୍ତି, ସେ ତାଙ୍କର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବା ପରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେବେ। ଅବସର ପରେ ସେ ଶ୍ରୀଲଙ୍କା ଛାଡ଼ି ଆସନ୍ତା ମାସରେ ପରିବାର ସହ ଅଷ୍ଟ୍ରେଲିଆ ଯିବେ ବୋଲି ସେ ପ୍ରକାଶ କରିଛନ୍ତି। ମେଜର କ୍ଲବ ତିନିଦିନିଆ ଟୁର୍ନାମେଣ୍ଟରେ କରୁଣାରତ୍ନେ ନିଜର ଶେଷ ମ୍ୟାଚ ଖେଳିବାକୁ ଯାଉଛନ୍ତି। ଫେବ୍ରୁଆରୀ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ସିଂହଳୀଜ୍‌ ଓ ନାନ୍ଦେସ୍କକ୍ରିପ୍ଟସ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚରେ ସେ ଭାଗ ନେବେ। ଦିମୁଥ କରୁଣାରତ୍ନେ ଅବସର ନେବା ପରେ କହିଛନ୍ତି, ଯଦି ଜଣେ ଖେଳାଳି ବର୍ଷକୁ ମାତ୍ର ୪ଟି ଟେଷ୍ଟ ମ୍ୟାଚ ଖେଳନ୍ତି ତେବେ ଫର୍ମ ବଜାୟ ରଖିବା ଏବଂ ଉତ୍ସାହିତ ରହିବା କଷ୍ଟକର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗତ ୨-୩ ବର୍ଷ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଆରମ୍ଭ ହେବା ପରଠାରୁ ଆମେ ବହୁତ କମ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିଛୁ। ମୋର ବର୍ତ୍ତମାନର ଫର୍ମ, ୧୦୦ତମ ଟେଷ୍ଟ ଏବଂ ୨୦୨୩-୨୫ ଡବ୍ଲ୍ୟୁଟିସି ସିଜିନ ଶେଷ ହେବା ମଧ୍ୟ ମୋର ଅବସର ନିଷ୍ପତ୍ତି ପଛରେ ରହିଛି। ମୁଁ ଭାବୁଛି ଅବସର ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ଦିମୁଥ କରୁଣାରତ୍ନେ ୨୦୧୧ରେ ଶ୍ରୀଲଙ୍କା ପକ୍ଷରୁ ଦିନିକିଆ ମ୍ୟାଚ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ନିଜ କ୍ୟାରିୟରରେ ସେ ୯୯ ଟେଷ୍ଟ ମ୍ୟାଚ ଖେଳି ୭୧୭୨ ରନ କରିଛନ୍ତି। ସେ ନିଜ ଟେଷ୍ଟ କ୍ୟାରିୟରରେ ୧୬ଟି ଶତକ ଓ ୩୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଦିନିକିଆ କ୍ୟାରିୟରରେ ସେ ୫୦ ମ୍ୟାଚ ଖେଳି ମୋଟ ୧୩୧୬ ରନ କରିଛନ୍ତି। ଦିନିକିଆ ମ୍ୟାଚରେ ତାଙ୍କର ଗୋଟିଏ ଶତକ ଓ ୧୧ଟି ଅର୍ଦ୍ଧଶତକ ରହିଛି। ଦୀର୍ଘ ୧୪ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୮ ହଜାରରୁ ଅଧିକ ରନ କରିବା ସହ ୧୭ଟି ଶତକ ହାସଲ କରିଛନ୍ତି।

Sponsored
Dimuth Karunaratne shocks fans by abruptly retiring from cricket | Argus News