ଜନ୍ମଦିନରେ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ଦୀନେଶ କାର୍ତ୍ତିକ

ଅର୍ଗସ ବ୍ୟୁରୋ: ଷ୍ଟାର କ୍ରିକେଟର ଦୀନେଶ କାର୍ତ୍ତିକ କ୍ରିକେଟର ସବୁ ସୋପାନରୁ ଅବସର ଘୋଷଣା କରିଛନ୍ତି। ଇଣ୍ଡିଆ ଟିମର ଜଣେ ଶ୍ରେଷ୍ଠ ଓ୍ବିକେଟ କିପର ଭାବେ ଦୀନେଶଙ୍କ ନାଁ ବେଶ ଜଣାଶୁଣା। ଆଜି ହେଉଛି D.Kଙ୍କ ୩୯ତମ ଜନ୍ମଦିନ। ଆଜିର ଦିନରେ ହିଁ ସେ ତାଙ୍କ ଅବସର ଘୋଷଣା କରିଛନ୍ତି। କାର୍ତ୍ତିକ ନିକଟରେ ହିଁ ଆଇପିଏଲ ଖେଳୁଥିବାର ଦେଖିବାକୁ ମିଳିଲା। କାର୍ତ୍ତିକ ଆରସିବି ପକ୍ଷରୁ ମ୍ୟାଚ ଖେଳୁଥିଲେ। କାର୍ତ୍ତିକ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ତାଙ୍କ ଦ୍ବିଶତକ କରିବା ଏବଂ ତାଙ୍କର ଲମ୍ବା କ୍ରିକେଟ କ୍ୟାରିୟରକୁ ମନେପକାଇ ଭାବୁକ ହୋଇଥିଲେ।
It's official 💖
— DK (@DineshKarthik) June 1, 2024
Thanks
DK 🙏🏽 pic.twitter.com/NGVnxAJMQ3
କାର୍ତ୍ତିକ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ଗତ କିଛି ଦିନ ହେଲା ମୋତେ ଯେଉଁ ସ୍ନେହ, ଶ୍ରଦ୍ଧା ଏବଂ ଭଲ ପାଇବା ମିଳିଛି। ମୁଁ ସେଥିରେ ବହୁତ ଖୁସି ଅଛି। ଏଭଳି ଭଲ ପାଇବା ମୋତେ ଦେଇଥିବାରୁ ମୁଁ ମୋ ଫ୍ୟାନମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ଦୀର୍ଘ ସମୟ ଧରି ଭାବିବା ପରେ ମୁଁ କ୍ରିକେଟ ଜଗତରୁ ହଟିବାକୁ ନିଷ୍ପତ୍ତି ନେଇଛି। ମୁଁ କ୍ରିକେଟର ସବୁ ସ୍ତରରୁ ମୋ ଅବସର ଘୋଷଣା କରୁଛି। ଖେଳରୁ ଦୁନିଆଁକୁ ଛାଡ଼ି ମୁଁ ମୋ ଜୀବନରେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛି। ଏହି ନିଷ୍ପତ୍ତି ମୋ ପାଇଁ ନିଶ୍ଚିତ କଷ୍ଟଦାୟକ। କିନ୍ତୁ ଦିନେ ନା ଦିନେ ସବୁ ଖେଳାଳିଙ୍କୁ ଏହି ସ୍ତର ଅତିକ୍ରମ କରିବାକୁ ପଡ଼ିବ।
📱 Get Argus News App
✨କାର୍ତ୍ତିକ ଆଉ ମଧ୍ୟ କହିଛନ୍ତି, ଇଣ୍ଡିଆ ଟିମର କୋଚ, କ୍ୟାପଟେନ, ଚୟନକର୍ତ୍ତା, ଏବଂ ମୋ ସାଥି ଖେଳାଳିଙ୍କୁ ମଧ୍ୟ ମୋ ହୃଦୟରୁ ଧନ୍ୟବାଦ। ମୋତ ବହୁତ ଭଲ ପାଇବା ଦେଇଛନ୍ତି। ମୋର ଏହି କ୍ରିକେଟ ଯାତ୍ରା ସମସ୍ତଙ୍କର ବହୁତ ବଡ଼ ଅବଦାନ ରହିଛି। ମୁଁ ନିଜକୁ ଖୁବ ଭାଗ୍ୟଶାଳୀ ମାନୁଛି ଯେ, ମୋତେ ମୋ ଦେଶ ପାଇଁ ଖେଳିବାକୁ ସୁଯୋଗ ମିଳିଥିଲା। ମୋର ସବୁ କ୍ଷେତ୍ରରେ ମୋତେ ଦୃଢ଼ ବିଶ୍ବାସ କରିଥିବାରୁ ଏବଂ ମୋତେ ଢେର ସାରା ଆଶୀର୍ବାଦ କରିଥିବାରୁ ମୁଁ ମୋ ପିତାମାତାଙ୍କ ନିକଟରେ ଚିର ଋଣୀ।
ସୂଚନା ଥାଉ କି, ଦୀନେଶ କାର୍ତ୍ତିକ ଆଇପିଏଲରେ ନିଜର ରେକର୍ଡ ରନ କରିଛନ୍ତି। ୨୫୭ ମ୍ୟାଚରେ ୨୨ ଅର୍ଦ୍ଧଶତକ କରି ୪୮୪୨ ରନ କରିଛନ୍ତି। କାର୍ତ୍ତିକ ଆଇପିଏଲ ଇତିହାସରେ ଟପ ୧୦ ଖେଳାଳିଙ୍କ ମଧ୍ୟରେ ସାମିଲ ଅଛନ୍ତି। ଏହି ଆଇପିଏଲରେ କାର୍ତ୍ତିକ ୧୪୭ କ୍ୟାଚ ଧରିଥିବାବେଳେ ୩୭ଥର ଷ୍ଟମ୍ପିଙ୍ଗ କରିଛନ୍ତି।
ଚଳିତ ଥର ଆଇପିଏଲରେ କାର୍ତ୍ତିକ ଦମଦାର ପ୍ରଦର୍ଶନ କରିଥିଲେ। ୧୫ ମ୍ୟାଚରେ ୩୨୬ ରନ କରିଛନ୍ତି କାର୍ତ୍ତିକ। କାର୍ତ୍ତିକଙ୍କର ଏଭଳି ପ୍ରଦର୍ଶନ ଥିଲା ଯେ, ଟି-୨୦ ଫର୍ମାଟରେ ପୁଣିଥରେ କାର୍ତ୍ତିକଙ୍କୁ ଆଣିବାକୁ ଟିମ ଚିନ୍ତା କରୁଥିଲା। ଇଣ୍ଡିଆ ଟିମର କ୍ୟାପଟେନ ରୋହିତ ଶର୍ମା ମଧ୍ୟ ଆଇପିଏଲ ମ୍ୟାଚ ବେଳେ କହିଥିଲେ ଯେ, ଭଲ ଖେଳୁଛ ବିଶ୍ବକପ ଆଗକୁ ଖେଳିବାର ଅଛି। ଏହିଭିଡିଓ ମଧ୍ୟ ଖୁବ ଭାଇରାଲ ହୋଇଥିଲା। କିନ୍ତ ଆଜି ସେ ସବୁ ଫର୍ମାଟରୁ ବିଦାୟ ନେଇଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର