|
logo
Live

Argus News - ଆଇପିଏଲରୁ ଅବସର ନେଲେ ଡି.କେ: ଟି-୨୦ ବିଶ୍ୱକପରେ ତୁଲାଇବେ ବଡ଼ ଦାୟିତ୍ୱ

Sports

ଆଇପିଏଲରୁ ଅବସର ନେଲେ ଡି.କେ: ଟି-୨୦ ବିଶ୍ୱକପରେ ତୁଲାଇବେ ବଡ଼ ଦାୟିତ୍ୱ

Ritu Das
Browse all articles by Ritu Das
·1 year ago·1 min read
ଆଇପିଏଲରୁ ଅବସର ନେଲେ ଡି.କେ:  ଟି-୨୦ ବିଶ୍ୱକପରେ ତୁଲାଇବେ ବଡ଼ ଦାୟିତ୍ୱ

ଅର୍ଗସ ବ୍ୟୁରୋ: ଆଇପିଏଲରୁ ଅବସର ନେଲେ, ଏବେ ଟି-୨୦ ବିଶ୍ୱକପରେ ମିଳିଲା ଗୁରୁ ଦାୟିତ୍ୱ। ଆସନ୍ତା ଜୁନ୍ ମାସରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପରେ କମେଣ୍ଟେଣ୍ଟର ଭୂମିକାରେ ନଜର ଆସିବେ ଦିନେଶ କାର୍ତ୍ତିକ। ତେବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଭାସ୍ୟକାରମାନଙ୍କର ଏକ ତାଲିକା ପ୍ରକାଶ କରିଛି । ଯେଉଁଥିରେ ସାମିଲ ଅଛନ୍ତି ଦିନେଶ କାର୍ତ୍ତିକ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— ICC (@ICC) May 24, 2024

୪୦ ସଦସ୍ୟ ବିଶିଷ୍ଟ ଏହି ଭାସ୍ୟକାରଙ୍କ ପ୍ୟାନେଲରେ ଦିନେଶ କାର୍ତ୍ତିକଙ୍କୁ ସ୍ଥାନ ମିଳିଛି । କାର୍ତ୍ତିକ ଚଳିତ ବର୍ଷ ଆଇପିଏଲରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଦଳକୁ ପ୍ରତିନିଧିତ୍ୱ କରୁଥିଲେ । ତେବେ ଆସନ୍ତା ବର୍ଷ ସେ ଆଇପିଏଲ ଖେଳିବେ ନାହିଁ । ରାଜସ୍ଥାନ ରୟାଲ ବିପକ୍ଷ ଏଲିମିନେଟର ମ୍ୟାଚରେ ସେ ଆଇପିଏଲରୁ ବିଦାୟ ନେଇଛନ୍ତି ।

ସୂୂଚନାଯୋଗ୍ୟ ଯେ, ବିଶ୍ୱକପର ଏହି ଭାଷ୍ୟକାର ତାଲିକାରେ ତାଙ୍କ ସହ ଭାରତରୁ ହର୍ଷ ଭୋଗଲେ, ରବି ଶାସ୍ତ୍ରୀ ଏବଂ ସୁନୀଲ ଗାଭାସ୍କରଙ୍କୁ ସ୍ଥାନ ମିଳିଛି । ଏହା ସହ ପାକିସ୍ତାନର ୱାସିମ୍ ଆକ୍ରମ, ୱକାର ୟୁନିସ୍ ଏବଂ ରମିଜ ରାଜାଙ୍କୁ ମଧ୍ୟ ଭାଷ୍ୟକାରଙ୍କ ଗ୍ରୁପରେ ସାମିଲ କରାଯାଇଛି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
ଆଇପିଏଲରୁ ଅବସର ନେଲେ ଡି.କେ: ଟି-୨୦ ବିଶ୍ୱକପରେ ତୁଲାଇବେ ବଡ଼ ଦାୟିତ୍ୱ | Argus News