Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Asia Cup ପୂର୍ବରୁ ହାତ ଛାଡ଼ିଦେଲା Dream11, କହିଲା 'ଏବେ ସମ୍ଭବ ନୁହେଁ ସ୍ପନସରସିପ୍'

Sushanta Sahoo
Browse all articles by Sushanta Sahoo
·10 months ago·2 min read
Asia Cup ପୂର୍ବରୁ ହାତ ଛାଡ଼ିଦେଲା Dream11, କହିଲା 'ଏବେ ସମ୍ଭବ ନୁହେଁ ସ୍ପନସରସିପ୍'

Key Points

ନିକଟରେ ସଂସଦରେ ପ୍ରମୋସନ ଆଣ୍ଡ ରେଗୁଲେସନ ଅଫ୍ ଅନଲାଇନ୍ ଗେମିଂ ବିଲ୍-୨୦୨୫ ପାରିତ ହୋଇଥିଲା । ଆଉ ଏହି ବିଲ୍‌କୁ ରାଷ୍ଟ୍ରପତିଙ୍କ ମୋହର ପରେ ଟଙ୍କା ଦେଣନେଣ କରି ଖେଳା ଯାଉଥିବା ଗେମିଂ ଆପ୍ ଉପରେ ରୋକ୍ ଲାଗିଛି ।

ମୁମ୍ବାଇ: ଏସିଆ କପ୍‌ର ଠିକ୍ ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI)କୁ ବଡ଼ ଝଟ୍‌କା ଲାଗିଛି । ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରାୟୋଜକ ଥିବା ଡ୍ରିମ୍୧୧ (Dream11) ଏବେ ଦଳର ସ୍ପନସରସିପ୍ କରିପାରିବ ନାହିଁ ବୋଲି ବିସିସିଆଇକୁ ଜଣାଇଛି । ନିକଟରେ ସଂସଦରେ ପ୍ରମୋସନ ଆଣ୍ଡ ରେଗୁଲେସନ ଅଫ୍ ଅନଲାଇନ୍ ଗେମିଂ ବିଲ୍-୨୦୨୫ ପାରିତ ହୋଇଥିଲା । ଆଉ ଏହି ବିଲ୍‌କୁ ରାଷ୍ଟ୍ରପତିଙ୍କ ମୋହର ପରେ ଟଙ୍କା ଦେଣନେଣ କରି ଖେଳା ଯାଉଥିବା ଗେମିଂ ଆପ୍ ଉପରେ ରୋକ୍ ଲାଗିଛି । ଫଳରେ ଡିମ୍୧୧ର ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି ।


ଖବର ଅନୁସାରେ, ଡିମ୍୧୧ର ଏକ ପ୍ରତିନିଧି ମଣ୍ଡଳୀ ମୁମ୍ବାଇ ସ୍ଥିତ ବିସିସିଆଇ କାର୍ଯ୍ୟାଳୟକୁ ଯାଇ ଏ ନିଷ୍ପତ୍ତି ନେଇ ଅବଗତ କରାଇଛନ୍ତି । ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରାୟୋଜକରୁ ଡ୍ରିମ୍୧୧ ଓହରିବା ପରେ ଶୀଘ୍ର ବିସିସିଆଇ ନୂଆ ସ୍ପନସରସିପ୍ ପାଇଁ ଟେଣ୍ଡର ଡାକିବ । ସେପ୍ଟେମ୍ବର ୯ରୁ ୟୁଏଇରେ ଏସିଆ କପ୍ ଆରମ୍ଭ ହେବାକୁ ଥିବା ବେଳେ ବିସିସିଆଇକୁ ଶୀଘ୍ର ନୂଆ ପ୍ରାୟୋଜକ ଖୋଜିବାକୁ ପଡ଼ିବ ।


ଏନେଇ ବିସିସିଆଇ ଅଧିକାରୀ କହିଛନ୍ତି, ଡ୍ରିମ୍୧୧ର ଅଧିକାରୀ କମ୍ପାନୀର ସିଇଓ ହେମାଙ୍ଗ ଅମୀନଙ୍କ ନିଷ୍ପତ୍ତି ନେଇ ବିସିସିଆଇକୁ ଅବଗତ କରାଇଛନ୍ତି । ସ୍ପନସରସିପ୍ ନେଇ ହୋଇଥିବା ଚୁକ୍ତିକୁ ଡ୍ରିମ୍୧୧ ଆଗକୁ ଜାରି ରଖିବା ପାଇଁ ଅସମର୍ଥ ଥିବା ଜଣାଇଛି । ତେଣୁ, ଏସିଆ କପ୍‌ରେ ଭାରତୀୟ ଦଳର ପ୍ରାୟୋଜକ ଡ୍ରିମ୍୧୧ ରହିବ ନାହିଁ ।


କେତେ ଟଙ୍କାରେ ହୋଇଥିଲା ଚୁକ୍ତି ?


୨୦୨୩ରେ ବିସିସିଆଇ ସହ ଡ୍ରିମ୍୧୧ ୩୫୮ କୋଟି ଟଙ୍କାର ବଡ଼ ଧରଣର ରାଜିନାମା ସ୍ଵାକ୍ଷର କରିଥିଲା । ଏହି ଚୁକ୍ତିନାମା ଅନୁସାରେ ଡ୍ରିମ୍‌୧୧ ଭାରତୀୟ ମହିଳା ଦଳ, ଭାରତୀୟ ପୁରୁଷ ଦଳ, ୧୯ ବର୍ଷରୁ କମ୍ ଦଳ ଏବଂ ଇଣ୍ଡିଆ-ଏ ଟିମ୍‌ର କିଟ୍ ପାଇଁ ସ୍ପନସର ରାଇଟ୍ ପାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏବେ ଡ୍ରିମ୍୧୧ ଚୁକ୍ତିରୁ ଓହରିବାକୁ ଯାଉଥିବା ବେଳେ କମ୍ପାନୀକୁ କୌଣସି ଜରିମାନା ଦେବାକୁ ପଡ଼ିବ ନାହିଁ । କାରଣ ଚୁକ୍ତିରେ ସ୍ପଷ୍ଟ ଲେଖା ଅଛି, ଯଦି ସରକାରଙ୍କ ନୂଆ ଆଇନ୍ ପାଇଁ କମ୍ପାନୀର ବ୍ୟବସାୟ ପ୍ରଭାବିତ ହୁଏ ତ କମ୍ପାନୀ, ବିସିସିଆଇକୁ କୌଣସି ଜରିମାନା ଦେବ ନାହିଁ । ପ୍ରାୟ ୧୮ ବର୍ଷ ତଳେ ଆରମ୍ଭ ହୋଇଥିବା ଡ୍ରିମ୍‌୧୧ର ଏବେକାର ବଜାର ମୂଲ୍ୟ ପ୍ରାୟ ୮ ବିଲିୟନ୍ ଡଲାର ।


କେବଳ ବିସିସିଆଇ ନୁହେଁ ଡ୍ରିମ୍୧୧ ଆଇପିଏଲ୍‌ରେ ମଧ୍ୟ ବଡ଼ ନିବେଶ କରିଥିଲା । ମହେନ୍ଦ୍ର ସିଂ ଧୋନି, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ଥ, ଜଶପ୍ରୀତ ବୁମରାଙ୍କ ଭଳି ଖେଳାଳିଙ୍କୁ ବ୍ରାଣ୍ଡ ଆମ୍ବାସଡର କରିଥିଲା ଡ୍ରିମ୍୧୧ । ୨୦୨୦ରେ ଡ୍ରିମ୍୧୧ ଆଇପିଏଲ୍ ଟ୍ରଫିର ପ୍ରାୟୋଜକ ରହିଥିଲା ।


ଖେଳ ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
Dream11 Withdraws as Team India Sponsor Ahead of Asia Cup 2025 | Argus News | Argus News