Asia Cup: UAE ଠାରୁ ୯ ୱିକେଟ୍ରେ ଜିତିଲା ଭାରତ, ଚମକ ଦେଖାଇଲା ଟିମ୍ ସୂର୍ଯ୍ୟ

Key Points
ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଏସିଆ କପ୍ରେ ଦ୍ଵିତୀୟ ମୁକାବିଲା ଖେଳା ଯାଇଥିଲା । ଘରୋଇ ଦଳ ୟୁଏଇକୁ ହରାଇ ଭାରତ ୯ ୱିକେଟ୍ରେ ପ୍ରଥମ ମ୍ୟାଚ୍ ଜିତିଛି ।
ଦୁବାଇ: ଏସିଆ କପ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଏସିଆ କପ୍ରେ ଦ୍ଵିତୀୟ ମୁକାବିଲା ଖେଳା ଯାଇଥିଲା । ଘରୋଇ ଦଳ ୟୁଏଇକୁ ହରାଇ ଭାରତ ୯ ୱିକେଟ୍ରେ ପ୍ରଥମ ମ୍ୟାଚ୍ ଜିତିଛି । ପ୍ରଥମେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
ପ୍ରଥମେ ବ୍ୟାଟିଂ କରିଥିବା ୟୁଏଇ ଟିମ୍ ମାତ୍ର ୧୩.୧ ଓଭରରେ ସମସ୍ତ ୱିକେଟ୍ ହରାଇ କରିଥିଲା ୫୭ ରନ୍ । ଭାରତ ପକ୍ଷରୁ କୁଲଦୀପ ଯାଦବ ୪ଟି ୱିକେଟ୍ ନେଇଥିବା ବେଳେ ଶିବମ ଦୁବେ ୩ଟି, ବୁମରା, ଅକ୍ଷର, ବରୁଣ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ବୋଲିଂରେ ୟୁଏଇ ଟିମ୍ ପାଇଁ ଘାତକ ସାଜିଥିଲେ କୁଲଦୀପ ଯାଦବ ଓ ଶିବମ ଦୁବେ ।
A dominating show with the bat! 💪
— BCCI (@BCCI) September 10, 2025
A 9⃣-wicket win for #TeamIndia after chasing down the target in 4.3 overs. 👏👏
Scorecard ▶️ https://t.co/Bmq1j2LGnG#AsiaCup2025 | #INDvUAE pic.twitter.com/ruZJ4mvOIV
📱 Get Argus News App
✨ୟୁଏଇ ପକ୍ଷରୁ ଓପନର୍ ଆଲିଶାନ ଶରାଫୁ ସର୍ବାଧିକ ୨୨ ରନ୍ କରିଥିବା ବେଳେ ଅଧିନାୟକ ମହମ୍ମଦ ୱାସିମ୍ ୧୯ କରିଥିଲେ । ଆଉ ଜଣେ କେହି ବି ଖେଳାଳି ୨ ଅଙ୍କ ରନ୍ କରିବାକୁ ସକ୍ଷମ ହୋଇ ନଥିଲେ । ସମସ୍ତ ଖେଳାଳି ଦୁଇ କିମ୍ବା ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ ।
୫୮ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ଭାରତୀୟ ଦଳ ଗୋଟିଏ ୱିକେଟ୍ ହରାଇ ୪.୩ ଓଭରରେ ବିଜୟ ହାସଲ କରି ନେଇଛି । ଭାରତ ପକ୍ଷରୁ ଅଭିଷେକ ଶର୍ମା ୧୬ ବଲ୍ରେ ୩ଟି ଛକ୍କା, ୨ଟି ଚଉକା ସହାୟତାରେ ୩୦ ରନ୍ ସ୍କୋର୍ କରି ଆଉଟ୍ ହୋଇଥିଲେ ।
ଏହାପରେ ଶୁବମନ ଗିଲ୍ ୯ ବଲ୍ରେ ଗୋଟିଏ ଛକ୍କା, ୨ଟି ଚଉକା ସହାୟତାରେ ୨୦ ରନ୍ ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୨ ବଲ୍ରେ ଗୋଟିଏ ଛକ୍କା ସହାୟତାରେ ୭ ରନ୍ କରି ଦଳକୁ ଜିତାଇଛନ୍ତି । ୧୪ ତାରିଖରେ ଭାରତ ପାରମ୍ପାରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ଭେଟିବ ।