Videos
|
Sports

ଏହି କାରଣକୁ ନେଇ ଗମ୍ଭୀର-ଜୟ ଶାହାଙ୍କ ମଧ୍ୟରେ ଫାଟ!

Ritu Das
Browse all articles by Ritu Das
·2 years ago·2 min read
ଏହି କାରଣକୁ ନେଇ ଗମ୍ଭୀର-ଜୟ ଶାହାଙ୍କ ମଧ୍ୟରେ ଫାଟ!

ଅର୍ଗସ ବ୍ୟୁରୋ: ଭାରତର ପରବର୍ତ୍ତୀ ଟି-୨୦ କ୍ୟାପଟେନ କିଏ ହେବ? ଏହି ପ୍ରଶ୍ନ ଉତ୍ତର ଖୋଜୁଛି ସମଗ୍ର ବିଶ୍ବ। ଏହ ସମୟରେ ଭାରତୀୟ କ୍ରିକେଟ ସହ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଭାରତର ପରବର୍ତ୍ତୀ ଟି-୨୦ କ୍ୟାପଟେନଙ୍କୁ ନେଇ ବିବାଦ ଲାଗି ରହିଛି। ବିସିସିସିଆଇ ସଚିବ ଜୟ ଶାହ ଏବଂ ନୂତନ କୋଚ ଗୌତମ ଗମ୍ଭୀରଙ୍କ ମଧ୍ୟରେ ମତଭେଦ ଥିବା ଜଣାପଡ଼ିଛି। 

ବର୍ତ୍ତମାନ କ୍ରିକେଟ ଜଗତରେ ଭାରତର ପରବର୍ତ୍ତୀ ଟି-୨୦ କ୍ୟାପଟେନଙ୍କ ବିଷୟରେ ଚର୍ଚ୍ଚା ଚାଲିଚି। BCCIର ନିଷ୍ପତ୍ତି ଉପରେ ସମଗ୍ର ବିଶ୍ବର ନଜର ଅଟକିଛି। ଅନେକ ରିପୋର୍ଟ ପୂର୍ବରୁ ଦାବି କରାଯାଇଥିଲା ଯେ, ୨୦୨୪ ଟି-୨୦ ବିଶ୍ବକପ ବିଜେତା ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବତନ କ୍ୟାପଟେନ ରୋହିତ ଶର୍ମାଙ୍କ ସ୍ଥାନ ନେବେ। କିନ୍ତୁ ହଠାତ ପୁନର୍ବାର ଏକ ରିପୋର୍ଟ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

ଦ୍ବିତୀୟ ରିପୋର୍ଟରେ ଦର୍ଶାଯାଇଛି ଯେ, ହାର୍ଦ୍ଦିକ କ୍ୟାପଟେନ ପଦ ପାଇବେ ନାହିଁ। ନୂତନ କ୍ୟାପଟେନ ହେବା ପାଇଁ ସୂର୍ଯ୍ୟ କୁମାର ଯାଦବ ସବୁଠାରୁ ବଡ଼ ପ୍ରତିଦ୍ବନ୍ଦ୍ବୀ। ସଚିବ ଜୟ ଶାହ ଚାହୁଁଛନ୍ତି ଯେ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଦଳର ଦାୟିତ୍ବ ଗ୍ରହଣ କରନ୍ତୁ। ତେବେ ଗୌତମ ଗମ୍ଭୀର ଏଥିପାଇଁ ପ୍ରସ୍ତୁତ ନୁହନ୍ତି। ଗମ୍ଭରୀ ଚାହୁଁଛନ୍ତି ଯେ, ଟି-୨୦ ଦଳର କମାଣ୍ଡ ସୁର୍ଯ୍ୟକୁମାର ଯାଦବଙ୍କୁ ହସ୍ତାନ୍ତର କରାଯାଉ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏସମ୍ପର୍କରେ ଉଭୟଙ୍କ ମଧ୍ୟରେ ମତଭେଦ ହେବାର ଖବର ଆସିଛି। ଅନ୍ୟ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ବାରମ୍ବାର ଆଘାତ, ବିରତି ନେବା ଏବଂ କାର୍ଯ୍ୟଭାର ପରିଚାଳନା ହେତୁ ପାଣ୍ଡ୍ୟା କ୍ୟାପଟେନ ହେବାକୁ ଚାହୁଁ ନାହାନ୍ତି। କାରଣ ଆପଣ ଜାଣିଥିବେ ପାଣ୍ଡ୍ୟା ଲଗାତାର ଫର୍ମାଟରେ ମ୍ୟାଚ ଖେଳିଲେ ବାରମ୍ବାର ଇଞ୍ଜୁରୀ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ନିକଟରେ ଗମ୍ଭୀର ସ୍ପଷ୍ଟ କରିଥିଲେ ଯେ, ସବୁ ଖେଳାଳିଙ୍କୁ ସବୁ ମ୍ୟାଚ ଖେଳିବାକୁ ପଡ଼ିବ। ହ୍ବାଇଟ ବଲ ହେଉ କିମ୍ବା ରେଡ ବଲ। କ୍ରିକେଟରେ ବିଶ୍ରାମ ମିଳିବ ନାହିଁ ବୋଲି ଗମ୍ଭୀର ସ୍ପଷ୍ଟ କରିଛନ୍ତି। ସେ ରାହିତ ହୁଅନ୍ତୁ କି କୋହଲି। ସମସ୍ତେ ସବୁ ମ୍ୟାଚ ଖେଳିବାକୁ ବାଧ୍ୟ। 

ତେବେ ଶ୍ରୀଲଙ୍କା ଗସ୍ତ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇପାରିବ। ଏହାପୂର୍ବରୁ ଅନେକ ରିପୋର୍ଟ ଦାବି କରିଥିଲା ଯେ, ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଏବଂ ତିନି ମ୍ୟାଚ ବିଶିଷ୍ଟ ODI ସିରିଜ ପାଇଁ ଦଳ ବୁଧବାର ଘୋଷଣା କରିବାର ଥିଲା। କିନ୍ତୁ ମତଭେଦ ଯୋଗୁ ଏଯାଏ ଦଳ ଘୋଷଣା ହୋଇନାହିଁ। 
ତେବେ ହଠାତ ଚୟନ ବୈଠକ ସ୍ଥଗିତ ହେବାର ଖବର ବାହାରିଲା। ବର୍ତ୍ତମାନ କୁହାଯାଉଛି ଯେ, ବିସିସିଆଇ ସଚିବ ଜୟ ଶାହଙ୍କୁ ୧୯ରୁ ୨୨ ଜୁଲାଇ ମଧ୍ୟରେ ଶ୍ରୀଲଙ୍କାରେ ହେବାକୁ ଥିବା ଆଇସିସି ବୈଠକରେ ଯୋଗ ଦେବାକୁ ପଡ଼ିବ। ସୂତ୍ରରୁ ଜଣାପଡ଼ିଛି ଗୁରୁବାର ଦଳ ଘୋଷଣା କରାଯାଇପାରେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Due to this reason | Argus News