Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL Controversy / IPL 2026 ପୂର୍ବରୁ ବିବାଦରେ ଡଓ୍ବେନ ବ୍ରାଭୋ....ଭାଇରାଲ ଭିଡିଓକୁ ନେଇ KKR ଶିବିରରେ ଚର୍ଚ୍ଚା

Ritu Das
Browse all articles by Ritu Das
·3 months ago·2 min read
IPL 2026 ପୂର୍ବରୁ ବିବାଦରେ ଡଓ୍ବେନ ବ୍ରାଭୋ....ଭାଇରାଲ ଭିଡିଓକୁ ନେଇ KKR ଶିବିରରେ ଚର୍ଚ୍ଚା
IPL

Key Points

ଆଇପିଏଲ ୨୦୨୬ ପୂର୍ବରୁ ପୂର୍ବତନ ଓ୍ବେଷ୍ଟଇଣ୍ଡିଜ କ୍ୟାପଟେନ ଡଓ୍ବେନ ବ୍ରାଭୋ ଏକ ଅଜବ ବିବାଦରେ ଫସିଛନ୍ତି। ପୁଣି ଜଣେ କ୍ରିକେଟର ମହିଳାଙ୍କୁ ନେଇ ଅଜବ ମତ ରଖିଛନ୍ତି। 
ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୧୯ତମ ସିଜନ ମାର୍ଚ୍ଚ ୨୮ରୁ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ ୨୦୨୬ ପୂର୍ବରୁ ପୂର୍ବତନ ଓ୍ବେଷ୍ଟଇଣ୍ଡିଜ କ୍ୟାପଟେନ ଡଓ୍ବେନ ବ୍ରାଭୋ ଏକ ଅଜବ ବିବାଦରେ ଫସିଛନ୍ତି। କୋଲକାତା ନାଇଟ ରାଇଡର୍ସ (KKR)ର ମେଣ୍ଟର ଡଓ୍ବେନ ବ୍ରାଭୋଙ୍କର ଏକ ବିବାଦୀୟ ବୟାନ ମିଡିଆ ଇଭେଣ୍ଟ ଅବସରରେ ରେକର୍ଡ ହୋଇଛି। ଯାହା ଏବେ ସୋସିଆଲ ମିଡିଆରେ ଦ୍ରୂତ ଗତିରେ ଭାଇରାଲ ହେବାରେ ଲାଗିଛି।

ଏହି ଇଭେଣ୍ଟରେ KKR ମୁଖ୍ୟ କୋଚ ଅଭିଷେକ ନାୟର, ଆସିଷ୍ଟାଣ୍ଟ କୋଚ ଶେନ ଓ୍ବାଟଶନ ଏବଂ କ୍ୟାପଟେନ ଆଜିଙ୍କ୍ୟ ରାହାଣେ ଉପସ୍ଥିତ ଥିଲେ। ବ୍ରାଭୋ କଥାରେ କଥାରେ କହିଥିଲେ ଯେ, "ଯେତେବେଳେ ମୋତେ ଏମାନେ ଫୋନ କରିଥିଲେ ମୁଁ ଦୁଇଜଣ ଝିଅଙ୍କ ସହ ମୋ ଘରେ ଥିଲି। " ବ୍ରାଭୋ ଆହୁରି କିଛି କହିବାକୁ ଯାଉଥିଲେ, କିନ୍ତୁ ରାହାଣେ ତାଙ୍କୁ ଇଙ୍ଗିତ କରିଥିଲେ ମାଇକ ଅନ୍‌ ଅଛି।




ଡଓ୍ବେନ ବ୍ରାଭୋ ମହିଳାଙ୍କୁ ଅପମାନ କରିଛନ୍ତି କି?
ବ୍ରାଭୋ ତୁରନ୍ତ ପ୍ରତିକ୍ରିୟା ଦେଇ ସିଟ୍‌ ବୋଲି କହିଛନ୍ତି ଏବଂ ସାଙ୍ଗେ ସାଙ୍ଗେ ନଜର ତଳକୁ କରିଦେଇଛନ୍ତି। ଏହା ସମସ୍ତଙ୍କୁ ଚିନ୍ତିତ କରିଦେଇଛି। ଭିଡିଓଟି ଭାଇରାଲ ହେବାମାତ୍ରେ ବ୍ରାଭୋ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହୋଇଛନ୍ତି। ଅନେକ ୟୁଜର୍ସ ତାଙ୍କ ବକ୍ତବ୍ୟକୁ ଅସମ୍ମାନଜନକ ଏବଂ ମହିଳାଙ୍କ ପ୍ରତି ଦାୟିତ୍ବହୀନ ବୋଲି କହିଛନ୍ତି।

ତେବେ ବ୍ରାଭୋ ଯେଉଁ ଦୁଇ ଝିଅଙ୍କ କଥା କହୁଥିଲେ ତାହା ସେ ସେଭଳି ଉଦ୍ଦେଶ୍ୟରେ କହି ନାହାନ୍ତି। ସେ ମଜାକ କରୁଥିଲେ ସେ ଦୁଇଜଣ ମୋ ସାଙ୍ଗ ବୋଲି କହିଛନ୍ତି। ତେବେ ଏହି ଗୋଟିଏ କ୍ଲିପ ଆଧାରରେ ଜଣେ ଏତେ ବଡ଼ ଖେଳାଳିଙ୍କ ଚରିତ୍ରକୁ ନେଇ କିଛି ବି କହିବା ଠିକ ନୁହେଁ।
ପୂର୍ବରୁ ବିବାଦୀୟ କଥା କହି ହାର୍ଦ୍ଦିକଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା

କ୍ରିକେଟରେ ଏପରି ଘଟଣା ନୂଆ ନୁହେଁ। ପୂର୍ବରୁ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କଫି ଓ୍ବିଥ କରଣରେ ତାଙ୍କର ମନ୍ତବ୍ୟ ପାଇଁ ବିବାଦରେ ଫସି ଯାଇଥିଲେ। ହାର୍ଦ୍ଦିକଙ୍କୁ ତାଙ୍କର ମନ୍ତବ୍ୟ ପାଇଁ ସାର୍ବଜନୀନ ଭାବେ କ୍ଷମା ମାଗିବାକୁ ପଡ଼ିଥିଲା। ହାର୍ଦ୍ଦିକ କହିଥିଲେ ଯେ, "ଶୋର ମାହୋଲରେ ମୁଁ ଟିକେ ଭାସିଯାଇଥିଲି କାହାର ଭାବନାକୁ ଆଘାତ ଦେବାକୁ ମୋର ଇଚ୍ଛା ନ ଥିଲା।
ଏହି ଘଟଣା ପୁଣିଥରେ ଦର୍ଶାଉଛି ଯେ, କ୍ରିକେଟର ମାନେ ସବୁବେଳେ କ୍ୟାମେରା ଏବଂ ମାଇକ୍ରୋଫୋନରେ ନଜରରେ ରହିଥାନ୍ତି। ଏକ ଛୋଟ ମନ୍ତବ୍ୟ ମଧ୍ୟ ଏକ ବଡ଼ ବିବାଦର ରୂପ ନେଇପାରେ। ଡଓ୍ବେନ ବ୍ରାଭୋ ଏହି ବିଷୟରେ ସ୍ପଷ୍ଟୀକରଣ ଦେବେ କି ନାହିଁ ତାହା ଦେଖିବାକୁ ବାକି ରହିଲା। କିନ୍ତୁ ବର୍ତ୍ତମାନ ଏହି ଭିଡିଓ ଆଇପିଏଲ ପୂର୍ବରୁ KKR ପାଇଁ ସମସ୍ୟା ସୃଷ୍ଟି କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dwayne Bravo Sparks Controversy Before IPL 2026, Viral Video Triggers Buzz in KKR Camp | Argus News