Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଏଜବାଷ୍ଟନ ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ ୪୦୭ ରନରେ ସୀମିତ

Ritu Das
Browse all articles by Ritu Das
·1 year ago·2 min read
ଏଜବାଷ୍ଟନ ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ ୪୦୭ ରନରେ ସୀମିତ

Key Points

ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଏଜବାଷ୍ଟନରେ ଖେଳାଯାଉଛି

ଭାରତ ପାଇଁ ମହମ୍ମଦ ସିରାଜ ୬ ଓ ଆକାଶ ଦୀପ ୪ ୱିକେଟ୍ ନେଇଥିଲେ

ପ୍ରଥମ ଇନିଂସ ଆଧାରରେ ଭାରତ ୧୮୦ ରନରେ ଅଗ୍ରଣୀ ରହିଛି

ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଏଜବାଷ୍ଟନରେ ଖେଳାଯାଉଛି । ଟିମ୍ ଇଣ୍ଡିଆ ଶୁଭମନ ଗିଲଙ୍କ ଦ୍ୱିଶତକ (୨୬୯) ବଳରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୫୮୭ ରନର ବିଶାଳ ସ୍କୋର କରିଥିଲା । ଏହାର ଦବାବରେ ଇଂଲଣ୍ଡ ୮୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୪୦୭ ରନ୍ କରିଛି । ଇଂଲଣ୍ଡ ପାଇଁ ଜେମି ସ୍ମିଥ୍ ଓ ହ୍ୟାରି ବ୍ରୁକ୍ ଶତକୀୟ ଇନିଂସ ଖେଳିଥିଲେ । ଭାରତ ପାଇଁ ମହମ୍ମଦ ସିରାଜ ୬ ଓ ଆକାଶ ଦୀପ ୪ ୱିକେଟ୍ ନେଇଥିଲେ । ପ୍ରଥମ ଇନିଂସ ଆଧାରରେ ଭାରତ ୧୮୦ ରନରେ ଅଗ୍ରଣୀ ରହିଛି । ତୃତୀୟ ଦିନର ଖେଳ ୭୭/୩ ସ୍କୋରରୁ ଆରମ୍ଭ କରିଥିବା ଇଂଲଣ୍ଡ ଆରମ୍ଭରେ ଦୁଇଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।


ମହମ୍ମଦ ସିରାଜ ଦିନର ଦ୍ୱିତୀୟ ଓଭରରେ ଇଂଲଣ୍ଡକୁ ଲଗାତାର ଦୁଇଟି ଝଟକା ଦେଇଥିଲେ । ପ୍ରଥମେ ଜୋ ରୁଟ୍ (୨୨)ଙ୍କୁ ପନ୍ତଙ୍କ ହାତରେ କ୍ୟାଚ୍ କରାଇଥିଲେ । ଏହାପରେ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କୁ ମଧ୍ୟ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ । ସେ ଖାତା ମଧ୍ୟ ଖୋଲିପାରି ନଥିଲେ । ୮୪ ସ୍କୋରରେ ପାଞ୍ଚଟି ୱିକେଟ ହରାଇଥିବା ଇଂଲଣ୍ଡ ପାଇଁ ସଂକଟମୋଚକ ସାଜିଥିଲେ ହ୍ୟାରି ବ୍ରୁକ୍ ଏବଂ ଜେମି ସ୍ମିଥ୍ । ଉଭୟଙ୍କ ମଧ୍ୟରେ ଷଷ୍ଠ ୱିକେଟ ପାଇଁ ୩୦୩ ରନର ଭାଗୀଦାରି ହୋଇଥିଲା । ଦ୍ୱିତୀୟ ସେସନର ଖେଳ ୩୫୫/୫ ସ୍କୋରରେ ଶେଷ ହୋଇଥିଲା । ତୃତୀୟ ସେସନରେ ଆକାଶ ଦୀପ ହ୍ୟାରି ବ୍ରୁକଙ୍କୁ ନିଜର ଶିକାର କରିଥିଲେ । ବ୍ରୁକ୍ ୨୩୪ ବଲରୁ ୧୭ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୫୮ ରନ୍ କରି ଆଉଟ ହୋଇଥିଲେ । ଅନ୍ୟପଟେ ସ୍ମିଥ୍ ୧୮୪ ରନ କରି ଅପରାଜିତ ରହିଥିଲେ । ପରେ କ୍ରିସ୍ ୱକ୍ସଙ୍କୁ କରୁଣ ନାୟାରଙ୍କ ହାତରେ କ୍ୟାଚ୍ କରାଇଥିଲେ ଆକାଶ ଦୀପ । ଶେଷରେ ବ୍ରାଇଡନ୍ କାର୍ସେ, ଜୋଶ ଟଙ୍ଗ୍ ଏବଂ ସୋଏବ ବଶିରଙ୍କୁ ସିରାଜ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ। ଏହି ତିନି ଜଣ ଖାତା ମଧ୍ୟ ଖୋଲିପାରି ନଥିଲେ । ଇଂଲଣ୍ଡର ପ୍ରଥମ ଇନିଂସରେ, ଭାରତ ପାଇଁ ମହମ୍ମଦ ସିରାଜ ଛଅଟି ଏବଂ ଆକାଶ ଦୀପ ଚାରିଟି ୱିକେଟ ନେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
edgebaston-first-test-first-innings-india-407-all-out | Argus News