Videos
|
Sports

ଅଗସ୍ତ୍ୟକୁ ନେଇ ପୁଣି ଲେଖିଲେ ଇମୋସନାଲ ପୋଷ୍ଟ

Ritu Das
Browse all articles by Ritu Das
·2 years ago·2 min read
ଅଗସ୍ତ୍ୟକୁ ନେଇ ପୁଣି ଲେଖିଲେ ଇମୋସନାଲ ପୋଷ୍ଟ

ଅର୍ଗସ ବ୍ୟୁରୋ: ଭାରତୀୟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଶ୍ରୀଲଙ୍କା ଟି-୨୦ ସିରିଜରେ ବ୍ୟସ୍ତ ଅଛନ୍ତି। ଗତ ଦୁଇଟି ମ୍ୟାଚରେ ପାଣ୍ଡ୍ୟାଙ୍କ ବ୍ୟାଟରୁ ରନ ବର୍ଷା ହୋଇଥିଲା। ଭାରତ ଟି-୨୦ ସିରିଜ ଜିତିସାରଲାଣି। ଗତ ଜୁନ ୨୯ ତାରିଖରେ ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ବକପ ମଧ୍ୟ ଜିତିଥିଲା। ଏହି ମ୍ୟାଚର ଶ୍ରେୟ ମଧ୍ୟ ଦଳ ହାର୍ଦ୍ଦିକଙ୍କୁ ଦେଇଥିଲା। 

ବାର୍ବାଡୋସରୁ ଆଇସିସି ବିଶ୍ବକପ ଜିତି ଭାରତ ଫେରିବା ପରେ ହାର୍ଦ୍ଦିକ ତାଙ୍କ ଜୀବନକୁ ନେଇ ବ୍ୟକ୍ତିଗତ କଥା ସାରା ଦେଶବାସୀଙ୍କୁ ଜଣାଇଥିଲେ। ହାର୍ଦ୍ଦିକ ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ ଜୁଲାଇ ୧୮ ତାରିଖରେ ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ଦେଉଛନ୍ତି  ବୋଲି ଜଣାଇଥିଲେ। ଜୁଲାଇ ୩୦ ତାରିଖ ମାନେ ଆଜି ହେଉଛି ହାର୍ଦ୍ଦିକଙ୍କ ପୁଅ ଅଗସ୍ତ୍ୟଙ୍କ ଜନ୍ମଦିନ। 

ହାର୍ଦ୍ଦିକ ତାଙ୍କ ପର୍ସନାଲ ଲାଇଫକୁ ନେଇ ଏବେ ବଡ କଷ୍ଟ ସ୍ତରରେ ଗତି କରୁଛନ୍ତି। ଚଳିତ ଆଇପିଏଲରେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ କରାଯାଇଥିଲା। ପୂର୍ବରୁ ଏମଆଇର କ୍ୟାପଟେନ ରୋହିତ ଶର୍ମା ଥିଲେ। ହଠାତ ହାର୍ଦ୍ଦିକଙ୍କୁ କ୍ୟାପଟେନ୍ସି ଦିଆଯାଇଥିବାରୁ ଫ୍ୟାନମାନେ ନିରାଶ ହୋଇଥିଲେ। କାରଣ ଦଳର ପ୍ରଦର୍ଶନ ପୁରା ଖରାପ ଥିଲା। ସେଥିପାଇଁ ପ୍ରତି ମ୍ୟାଚରେ ହାର୍ଦ୍ଦିକଙ୍କୁ ଷ୍ଟାଡିୟମରେ ଫ୍ୟାନ ମାନେ ବୁ କରି କମେଣ୍ଟ କରୁଥିଲେ।

ଏହାପରେ ହଠାତ ତାଙ୍କ ପର୍ସନାଲ ଲାଇଫରେ ଏତେ ବଡ଼ ଝଡ଼ ଆସିଥିଲା ଯେ, ଫ୍ୟାନମାନେ ଦୁଃଖୀ ହୋଇଯାଇଥିଲେ। କାରଣ ଫ୍ୟାନମାନେ କେବେ ବି ଚାହୁଁ ନ ଥିଲେ ହାର୍ଦ୍ଦିକ-ନତାଶାଙ୍କର ଛାଡ଼ପତ୍ର ହେଉ। କିନ୍ତୁ ଏପରି ହେଲାନି ଦୁଇ ଜଣଙ୍କ ଆପୋଷ ବୁଝାମଣାରେ ଉଭୟଙ୍କର ଛାଡ଼ପତ୍ର ହେଲା। କିନ୍ତୁ ପୁଅ ଅଗସ୍ତ୍ୟର ଦାୟିତ୍ବ ଦୁଇଜଣ ନେବେ ବୋଲି ଉଭୟ କନଫର୍ମ କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏବେ କିଛି ଦିନ ହେଲା ହାର୍ଦ୍ଦିକ ଚର୍ଚ୍ଚାରେ ରହୁଛନ୍ତି । ଆଜି ପୁଣି ହାର୍ଦ୍ଦିକ-ନତାଶା ଟ୍ରେଣ୍ଡିଙ୍ଗରେ। ଆଜି ହାର୍ଦ୍ଦିକ ତାଙ୍କ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଭିଡିଓ ଶେୟାର କରି ପୁଅ ଅଗସ୍ତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। 

ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଅଗସ୍ତ୍ୟ ତାଙ୍କ ପିତାଙ୍କ ପ୍ରତ୍ୟେକ କାର୍ଯ୍ୟକୁ ଫଲୋ କରୁଛନ୍ତି। ଉଭୟ ଏକାଠି ଖେଳିବା ଦେଖି ଫ୍ୟାନମାନେ ବହୁତ ଖୁସି ହୋଇଛନ୍ତି। ଜନ୍ମଦିନରେ ହାର୍ଦ୍ଦିକ ଅଗସ୍ତ୍ୟଙ୍କୁ ଏକ ଇମୋସନାଲ ପୋଷ୍ଟ ଶେୟାର କରିଛନ୍ତି। ପୁଅ ଅଗସ୍ତ୍ୟକୁ ବାର୍ଥଡେ ଓ୍ବିଶ ଜଣାଇଛନ୍ତି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Emotional post | Argus News