Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଇଂଲଣ୍ଡ ୩୮୭ ରନରେ ଅଲଆଉଟ୍, ରୁଟଙ୍କ ଶତକ, ବୁମରାଙ୍କୁ ୫ ଓ୍ବିକେଟ୍

Ritu Das
Browse all articles by Ritu Das
·1 year ago·1 min read
ଇଂଲଣ୍ଡ ୩୮୭ ରନରେ ଅଲଆଉଟ୍, ରୁଟଙ୍କ ଶତକ, ବୁମରାଙ୍କୁ ୫ ଓ୍ବିକେଟ୍

Key Points

ଇଂଲଣ୍ଡ ୩୮୭ ରନରେ ଅଲଆଉଟ୍

ଜୋ ରୁଟ ଶତକ ଅର୍ଜନ କରିଥିବାବେଳେ

ଭାରତ ପକ୍ଷରୁ ଯସପ୍ରୀତ ବୁମରା ୫ଟି ଓ୍ବିକେଟ ନେଇଥିଲେ

ଲର୍ଡସ ଟେଷ୍ଟରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୩୮୭ ରନରେ ଅଲଆଉଟ ହୋଇଯାଇଛି । ଇଂଲଣ୍ଡ ପକ୍ଷରୁ ଜୋ ରୁଟ ଶତକ ଅର୍ଜନ କରିଥିବାବେଳେ ଭାରତ ପକ୍ଷରୁ ଯସପ୍ରୀତ ବୁମରା ୫ଟି ଓ୍ବିକେଟ ନେଇଥିଲେ। ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଜ୍ୟାକ କ୍ରାଉଲି ଓ ବେନ ଡକେଟ ଏକ ଭଲ ଆରମ୍ଭ କରିଥିଲେ ବି ଏକ ବଡ଼ ପାର୍ଟନରସିପ କରିପାରିନଥିଲେ । ଡକେଟ୍ ୨୩ ଓ କ୍ରାଉଲି ୧୮ ରନ କରିଥିଲେ ।


ତେବେ ଓଲି ପୋପ୍ ଓ ଜୋ ରୁଟଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ପୋପ୍ ୪୪ ରନ କରିଥିବାବେଳେ ରୁଟ୍ ଏକ ଲଢୁଆ ଶତକ ଅର୍ଜନ କରିଥିଲେ । ସେହିପରି ବେନ ଷ୍ଟୋକ୍ସ ୪୪ ରନ କରିଥିବାବେଳେ ଜେମି ସ୍ମିଥ ଓ ବ୍ରାଇଡନ କାର୍ସେ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୫ଟି ଓ୍ବିକେଟ ନେଇଥିବାବେଳେ ନୀତୀଶ ରେଡ୍ଡି ଓ ମହମ୍ମଦ ସିରାଜ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ରବୀନ୍ଦ୍ର ଜାଦେଜା ଗୋଟିଏ ଓ୍ବିକେଟ ନେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
england-all-out-for-387-root-hits-century-bumrah-takes-5-wickets | Argus News