India-England ଟେଷ୍ଟ: ଇଂଲଣ୍ଡ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟ୍ ହରାଇ ୨୫୧ ରନ କରିଛି

Key Points
ଲର୍ଡ୍ସ ଗ୍ରାଉଣ୍ଡରେ ଭାରତ - ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟ
ଇଂଲଣ୍ଡ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟ୍ ହରାଇ ୨୫୧ ରନ କରିଛି
ପ୍ରଥମ ଦିନରେ ଜୋ ରୁଟ୍ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ
ଲର୍ଡ୍ସ ଗ୍ରାଉଣ୍ଡରେ ଭାରତ - ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟ୍ ହରାଇ ୨୫୧ ରନ କରିଛି। ଅନୁଭବୀ ଜୋ ରୁଟ୍ ୯୯ ରନ ଏବଂ ବେନ ଷ୍ଟୋକ୍ସ ୩୯ ରନ କରି ବ୍ୟାଟିଂ କରୁଛନ୍ତି। ପ୍ରଥମ ଦିନରେ ଜୋ ରୁଟ୍ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ବେଳେ ଭାରତ ପକ୍ଷରୁ ନୀତିଶ ରେଡ୍ଡୀ ୨ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡର ଓପନର ଜ୍ୟାକ କ୍ରାଉଲି ଓ ବେନ ଡକେଟ୍ ପ୍ରଥମ ଓ୍ଵିକେଟ୍ରେ ୪୩ ରନ ଯୋଡ଼ିଥିଲେ। ୧୪ତମ ଓଭରରେ ନୀତିଶ ରେଡ୍ଡୀ ଦୁଇଟି ଓ୍ଵିକେଟ୍ ନେଇ ଇଂଲଣ୍ଡକୁ ଡବଲ ଝଟକା ଦେଇଥିଲେ। ଡକେଟ୍(୨୩) ଓ ଜ୍ୟାକ କ୍ରାଉଲି(୧୮) ରନ କରି ପାଭିଲିୟନ ଫେରିଥିଲେ।
ଏହାପରେ ଓଲି ପୋପ ଓ ଜୋ ରୁଟ୍ ଇନିଂସ ସମ୍ଭାଳିଥିଲେ। ଦୁଇ ବ୍ୟାଟର ସତର୍କତାର ସହ ବ୍ୟାଟିଂ କରି ୧୦୯ ରନ ଯୋଡ଼ିଥିଲେ। ୧୫୩ ରନ ସ୍କୋରରେ ଓଲି ପୋପଙ୍କୁ ଆଉଟ୍ କରିଥିଲେ ଜାଡ଼େଜା। ପୋପ ୪୪ ରନ କରି ପାଭିଲିୟନ ଫେରିଥିଲେ। ହାରି ବ୍ରୁକ(୧୧ ରନ)ଙ୍କୁ କ୍ଲିନ ବୋଲ୍ଡ କରି ଭାରତକୁ ଚତୁର୍ଥ ସଫଳତା ଦେଇଥିଲେ ବୁମରା। ସିରିଜର ପ୍ରଥମ ୨ଟି ମ୍ୟାଚରେ ଗୋଟିଏ ଲେଖାଏ ବିଜୟ ସହିତ ବରାବର ସ୍ଥିତିରେ ଉଭୟ ଦଳ।