ମଞ୍ଚେଷ୍ଟର ଟେଷ୍ଟରେ ପରାଜୟ ଏଡ଼ାଇବାକୁ ଭାରତର ସଂଘର୍ଷ
·1 year ago·1 min read

Key Points
ମଞ୍ଚେଷ୍ଟର ଟେଷ୍ଟରେ ପରାଜୟ ଏଡ଼ାଇବାକୁ ଭାରତର ସଂଘର୍ଷ
ଆଜି ପଞ୍ଚମ ଦିନରେ 2 ୱିକେଟରେ 174 ରନରୁ ଖେଳ ଆରମ୍ଭ କରିବ ଭାରତ
ମଞ୍ଚେଷ୍ଟର ଟେଷ୍ଟରେ ପରାଜୟ ଏଡ଼ାଇବାକୁ ଭାରତର ସଂଘର୍ଷ। ଆଜି ପଞ୍ଚମ ଦିନରେ 2 ୱିକେଟରେ 174 ରନରୁ ଖେଳ ଆରମ୍ଭ କରିବ ଭାରତ। ରାହୁଲ 87 ଓ ଗିଲ୍ 78 ରନ୍ କରି ଅଛନ୍ତି ଅପରାଜିତ। ଏବେ ବି ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରଠାରୁ 137 ରନ୍ ପଛରେ ଅଛି ଟିମ୍ ଇଣ୍ଡିଆ। ପ୍ରଥମ ଇନିଂସରେ 669 ରନର ବିଶାଳ ସ୍କୋର କରିଥିଲା ଘରୋଇ ଦଳ।
ଭାରତର ଦ୍ବିତୀୟ ପାଳି ପ୍ରଥମ ଓଭରରେ ଯଶସ୍ବୀ ଜୟସ୍ବାଲ ଓ ସାଇ ସୁଦର୍ଶନ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ। ଏଭଳି ସମୟରେ ଅଧିନାୟକ ଶୁବମନ ଗିଲ ଓ କେଏଲ୍ ରାହୁଲ ଏକ ୧୭୪ ରନର ବଡ଼ ପାର୍ଟନରସିପ୍ ଭାଗୀଦାରି ଗଢ଼ିଛନ୍ତି। ୪ର୍ଥ ଦିନ ଷ୍ଟମ୍ପ୍ସ ସୁଦ୍ଧା ଭାରତ ୨ ୱିକେଟ୍ରେ ୧୭୪ ରନ୍ କରିଛି। ତେବେ ଆଜିର ମ୍ୟାଚ ଉପରେ ସମସ୍ତଙ୍କର ନଜର ରହିଛି। ଭାରତ ଭଲ ପ୍ରଦର୍ଶନ କରୁ ବୋଲି ସମସ୍ତେ ପ୍ରାର୍ଥନା କରୁଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: