Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡ୍ରେସିଂ ରୁମ୍‌ରେ ଭୋ ଭୋ ହୋଇ କାନ୍ଦିଲେ ଇଂଲଣ୍ଡ ଖେଳାଳି

Sports

ଡ୍ରେସିଂ ରୁମ୍‌ରେ ଭୋ ଭୋ ହୋଇ କାନ୍ଦିଲେ ଇଂଲଣ୍ଡ ଖେଳାଳି

Ritu Das
Browse all articles by Ritu Das
·1 year ago·1 min read
ଡ୍ରେସିଂ ରୁମ୍‌ରେ ଭୋ ଭୋ ହୋଇ କାନ୍ଦିଲେ ଇଂଲଣ୍ଡ ଖେଳାଳି

ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡ କ୍ରିକେଟର ଶିଶୁ କୁହାଯାଉଥିବା ଆଫଗାନିସ୍ତାନ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି। ଯାହା କେବେ କେହି ବିଶ୍ବାସ କରିପାରିବେନି। କାରଣ ଆଫଗାନିସ୍ତାନ ଟିମର ଏଭଳି ଖେଳ ସମସ୍ତଙ୍କୁ ସମ୍ଭୀଭୂତ କରିଥିଲା। କାରଣ ଆଫଗାନିସ୍ତାନ ପାଖରେ ସେତିକି ଇନଫ୍ରାଷ୍ଟ୍ରକଚର ମଧ୍ୟ ନାହିଁ। କାଲିର ପରାଜୟ ପରେ, ଟୁର୍ନାମେଣ୍ଟରେ ଇଂଲଣ୍ଡର ଯାତ୍ରା ଶେଷ ହୋଇଯାଇଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ପରାସ୍ତ କରିଥିଲା।


ଏବେ, ସେମାନଙ୍କୁ ଆଫଗାନିସ୍ତାନ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଆଫଗାନିସ୍ତାନ ଇଂଲଣ୍ଡକୁ ୮ ରନରେ ପରାସ୍ତ କଲା। ଆଫଗାନିସ୍ତାନ ବିପକ୍ଷରେ ପରାଜୟ ପରେ ଇଂଲଣ୍ଡ ଖେଳାଳିମାନେ ନିଜ ଭାବନାକୁ ନିୟନ୍ତ୍ରଣ କରିପାରିଲେ ନାହିଁ। ଇଂଲଣ୍ଡ ଅଧିନାୟକ ଜସ ବଟଲର୍‌ ଏବଂ ଜୋ ରୁଟ କାନ୍ଦି ପକାଇଲେ। ଏହା ବ୍ୟତୀତ ଇଂଲଣ୍ଡ ଦଳର ଅନ୍ୟ ଖେଳାଳି ଏବଂ ପ୍ରଶିକ୍ଷକ କର୍ମଚାରୀଙ୍କ ମୁହଁରେ ନିରାଶା ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୨୫ ରନ କରିଥିଲା। ଆଫଗାନିସ୍ତାନ ପାଇଁ ଇବ୍ରାହିମ ଜାଦ୍ରାନ ସର୍ବାଧିକ ୧୭୭ ରନ କରିଥିଲେ। ଆଫଗାନିସ୍ତାନର ୩୨୫ ରନ ଜବାବରେ ଇଂଲଣ୍ଡର ସମ୍ପୂର୍ଣ୍ଣ ଦଳ ୩୧୭ ରନରେ ଅଲଆଉଟ ହୋଇଯାଇଥିଲା। ଇଂଲଣ୍ଡ ପାଇଁ ଜୋ ରୁଟ ୧୧୧ ବଲରେ ୧୨୦ ରନର ଇନିଂସ ଖେଳିଥିଲେ, କିନ୍ତୁ ତାଙ୍କ ଦଳର ପରାଜୟକୁ ରୋକିପାରି ନ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
England players burst into tears in the dressing room | Argus News