Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଇଂଲଣ୍ଡ ବନାମ ଭାରତ; ବାରବାଟୀ ଦେଖିବ ବିଗ୍ ଫାଇଟ୍

Sports

ଇଂଲଣ୍ଡ ବନାମ ଭାରତ; ବାରବାଟୀ ଦେଖିବ ବିଗ୍ ଫାଇଟ୍

Smruti Parija
Browse all articles by Smruti Parija
·1 year ago·1 min read
ଇଂଲଣ୍ଡ ବନାମ ଭାରତ; ବାରବାଟୀ ଦେଖିବ ବିଗ୍ ଫାଇଟ୍

Key Points

ସୁପର ସଣ୍ଡେରେ ସୁପର ଲଢେଇ

ବାରବାଟୀ ଦେଖିବ ବିଗ୍ ଫାଇଟ୍

ପ୍ରସ୍ତୁତ ମୈଦାନ ଜୋସ୍‌ରେ ପ୍ଲେୟାର

ଇଂଲଣ୍ଡ ବନାମ ଭାରତ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କ ଉତ୍କଣ୍ଠା


ଅର୍ଗସ ବ୍ୟୁରୋ: ଆଜି ବାରବାଟୀ ଲଢ଼େଇ। ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍। ବାରବାଟୀ ମହାସମରରେ କିଏ କାହାକୁ ଦେବ ମାତ୍ । ଇଂଲଣ୍ଡ ବନାମ ଭାରତ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେସ୍ ଉତ୍କଣ୍ଠା ଦେଖିବାକୁ ମିଳିଛି ।


ଅପରପକ୍ଷେ ବାରବାଟୀରେ ହୋଇଛି ମୋଟ ୧୯ଟି ୱାନ ଡେ । ସେଥିମଧ୍ୟରୁ ଭାରତ ୧୭ଟି ମ୍ୟାଚ ଖେଳି ୧୩ଟି ରେ ବିଜୟୀ ହୋଇଛି । ଭାରତ ଖେଳିଥିବା ଗତ ୭ଟି ଯାକ ମ୍ୟାଚରେ ବିଜୟୀ ହୋଇଥିବାରୁ ଏହି ଧାରା ବଜାୟ ରଖିବାକୁ ଟିମ୍ ଇଣ୍ଡିଆ ଲକ୍ଷ୍ୟ ରଖିଛି । ବାରବାଟୀର ସର୍ବୋଚ୍ଚ ସ୍କୋର ରହିଛି ୩୮୧ ରନ, ଯାହା ଭାରତ କରିଥିଲା । ଗତ ୨୦୧୭ ଜାନୁଆରି ୧୯ରେ ଏହି ମ୍ୟାଚ ହୋଇଥିଲା । ବାରବାଟୀରେ ହୋଇଥିବା ମୋଟ୍ ୧୯ଟି ୱାନ ଡେ ମଧ୍ୟରୁ ୧୧ଟି ମ୍ୟାଚରେ ଚେଜ୍ କରିଥିବା ଟିମ୍ ଜିତିଥିବା ବେଳେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୮ଟି ମ୍ୟାଚରେ ବିଜୟୀ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମକୁ ପାଣି ବୋତଲ ମନା । ଦର୍ଶକମାନେ ପାଣି ବୋତଲ ନେଇ ଷ୍ଟାଡିୟମକୁ ଯାଇପାରିବେ ନାହିଁ । ଷ୍ଟାଡିୟମକୁ ଫିଙ୍ଗିବା ଆଦି ସାମଗ୍ରୀ ଉପରେ କଟକଣା ଲଗାଯାଇଛି । ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ୫୦ ପ୍ଲାଟୁନ ପୋଲିସ ଫୋର୍ସ ।

Sponsored
England vs India; Watch the big fight at Barabati | Argus News