Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଟିମ୍‌ରେ ୪ ବଡ଼ ପରିବର୍ତ୍ତନ

Ritu Das
Browse all articles by Ritu Das
·11 months ago·1 min read
ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଟିମ୍‌ରେ ୪ ବଡ଼ ପରିବର୍ତ୍ତନ

Key Points

ଭାରତ-ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଶେଷ ଟେଷ୍ଟ ଓଭାଲରେ ଆରମ୍ଭ ହୋଇଯାଇଛି

ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି

ପଞ୍ଚମ ମ୍ୟାଚରେ ଭାରତ ଚାରୋଟି ପରିବର୍ତ୍ତନ ନେଇ ଆସିଛି

ଭାରତ-ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଶେଷ ଟେଷ୍ଟ ଓଭାଲରେ ଆରମ୍ଭ ହୋଇଯାଇଛି। ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପଞ୍ଚମ ମ୍ୟାଚରେ ଭାରତ ଚାରୋଟି ପରିବର୍ତ୍ତନ ନେଇ ଆସିଛି। ଅଧିନାୟକ ଶୁଭମନ ଗିଲ କହିଛନ୍ତି, ରିଷଭ ପନ୍ତଙ୍କ ସ୍ଥାନରେ ଧ୍ରୁବ ଜୁରେଲ, ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ କରୁଣ ନାୟାର, ପ୍ରସିଦ୍ଧ କ୍ରିଷ୍ଣା, ଯଶପ୍ରୀତ ବୁମରାଙ୍କ ସ୍ଥାନରେ ଏବଂ ଆକାଶ ଦୀପ ଅଂଶୁଲ କାମ୍ବୋଜଙ୍କ ସ୍ଥାନରେ ଖେଳୁଛନ୍ତି।


ଇଂଲଣ୍ଡ ମଧ୍ୟ ପ୍ଲେଇଂ-୧୧ରେ ମୋଟ ଚାରି ଜଣ ଖେଳାଳିଙ୍କୁ ପରିବର୍ତ୍ତନ କରିଛି। ବେନ ଷ୍ଟୋକ୍ସ, ବ୍ରାଇଡନ କାର୍ସେ, ଜୋଫ୍ରା ଆର୍ଚର ଏବଂ ଲିଆମ ଡସନ ଏହି ପ୍ଲେଇଂ-୧୧ର ଅଂଶ ନାହାନ୍ତି। ଷ୍ଟୋକ୍ସଙ୍କ ସ୍ଥାନରେ ସ୍ପିନ ଅଲରାଉଣ୍ଡର ଜାକବ ବେଥେଲଙ୍କ ସାମିଲ କରାଯାଇଛି। ସେ ଷଷ୍ଠ ନମ୍ବରରେ ବ୍ୟାଟିଂ କରିବେ। ସରେର ଦୁଇ ପେସ ବୋଲିଂ ଅଲରାଉଣ୍ଡର ଗସ ଆଟକିନସନ, ଜେମି ଓଭରଟନ ଏବଂ ଜୋଶ ଟଙ୍ଗ ମଧ୍ୟ ସାମିଲ ହୋଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
england-wins-the-toss-4-big-changes-in-the-indian-team | Argus News