Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଟେଷ୍ଟରେ ଟି୨୦ର ଜଲୱା,ଯଶସ୍ୱୀ ରୋହିତ ଭାଙ୍ଗିଲେ ଇଂଲଣ୍ଡର ବିଶ୍ୱ ରେକର୍ଡ 

Sangram Tripathy
Browse all articles by Sangram Tripathy
·1 year ago·1 min read
ଟେଷ୍ଟରେ ଟି୨୦ର ଜଲୱା,ଯଶସ୍ୱୀ ରୋହିତ ଭାଙ୍ଗିଲେ ଇଂଲଣ୍ଡର ବିଶ୍ୱ ରେକର୍ଡ 

ଅର୍ଗସ ବ୍ୟୁରୋ:ନାଗପୁର ଟେଷ୍ଟରେ ଟି୨୦ର ଜଲୱା ଦେଖାଇଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ବ୍ୟାଟର ଯଶସ୍ୱୀ ଜୈସୱାଲ। ଟେଷ୍ଟ କ୍ରିକେଟରେ ୫୦ ରନ୍ ସ୍କୋର କରି ଇଂଲଣ୍ଡର ବିଶ୍ୱ ରେକର୍ଡ ଭାଙ୍ଗିଛି ଟିମ୍ ଇଣ୍ଡିଆ । ଏହାପୂର୍ବରୁ ଏହି ରେକର୍ଡ ଇଂଲଣ୍ଡ ନାମରେ ଥିଲା। ଇଂଲଣ୍ଡ ଚଳିତ ବର୍ଷ ୱେଷ୍ଟଇଣ୍ଡିଜ ବିପକ୍ଷରେ  ମାତ୍ର ୪.୨ ଓଭରରେ ୫୦ ରନ ସଂଖ୍ୟା ଛୁଇଁଥିଲା। ରୋହିତ ଶର୍ମା ଏବଂ ଯଶସ୍ୱୀ ୩ ଓଭରରେ ୫୦ ରନ ସଂଖ୍ୟା ଛୁଇଁ ୱାଲର୍ଡ ରେକର୍ଡକୁ ଭାଙ୍ଗିଛନ୍ତି।ବର୍ଷା ଯୋଗୁ ଦ୍ୱିତୀୟ ଟେଷ୍ଟର ଅଢ଼େଇ ଦିନ ଧୋଇ ହୋଇଯିବାରୁ,ପ୍ରଥମେ ବାଂଲାଦେଶକୁ ୨୩୩ରେ ଅଲଆଉଟ କରିଥିଲା ଭାରତ,ପରେ ଧୁଆଁଦାର ପାରି ଖେଳିବା ସହ ୨୮୫/୯ରେ ପାଳି ଘୋଷଣା କରିଥିଲା ରୋହିତ ବାହିନୀ। ଯଶସ୍ୱୀ ୭୨,ରୋହିତ ୨୩,ଗିଲ୍ ୩୯, ପନ୍ତ୯, ବିରାଟ କୋହଲି ୩୫ ବଲରେ ୪୭, କେଏଲ ରାହୁଲ ୪୩ ବଲରେ ୬୮ ଓ ଆକାଶ ଦୀପ ୫ ବଲରେ ୧୨ ରନ କରିଥିଲେ। ଭାରତ ମାତ୍ର ୩୫ ଓଭର ବ୍ୟାଟିଂ କରି ୫୨ ରନର ଗୁରୁତ୍ୱପୂର୍ଣ୍ଣ ଲିଡ ହାସଲ କରିନେଇଛି। ବାଂଲାଦେଶ ପକ୍ଷରୁ ସାକିବ ଅଲ ହାସନ ଓ ମେହିଦ ହାସନ ମିରାଜ ୪ଟି ଲେଖାଏ ୱିକେଟ ନେଇଛନ୍ତି। ଖବର ଲେଖାହେବା ସୁଦ୍ଧା ବାଂଲାଦେଶ ୧୧ ଓଭର ବ୍ୟାଟିଂ କରି ୨୨ ରନରେ ୨ଟି ୱିକେଟ୍ ହରାଇଥିଲା,ଭାରତ ପକ୍ଷରୁ ଅଶ୍ବିନ୍ ୨ଟି ୱିକେଟ୍ ନେଇଛନ୍ତି। ଦ୍ବିତୀୟ ଟେଷ୍ଟରେ ଜିତିବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
England's world record was broken by Yashswi Rohit in Test T20 | Argus News