Videos
|
Sports

ଦ୍ବିତୀୟ ଇନିଂସରେ ୧୪୫ ରନରେ ଅଲ୍ ଆଉଟ୍ ଇଂଲିଶ ବାହିନୀ

Ritu Das
Browse all articles by Ritu Das
·2 years ago·1 min read
ଦ୍ବିତୀୟ ଇନିଂସରେ ୧୪୫ ରନରେ ଅଲ୍ ଆଉଟ୍ ଇଂଲିଶ ବାହିନୀ

ଅର୍ଗସ ବ୍ୟୁରୋ: ଜଲୱା ଦେଖାଇଲେ ଭାରତୀୟ ବୋଲର। ଦ୍ବିତୀୟ ଇନିଂସରେ ୧୪୫ ରନରେ ଅଲ୍ ଆଉଟ୍ ଇଂଲିଶ ବାହିନୀ। ରବିଚନ୍ଦ୍ରନ ଅଶ୍ବିନଙ୍କୁ ସର୍ବାଧିକ ୫ ୱିକେଟ୍ ମିଳିଥିବା ବେଳେ କୁଳଦୀପ ଯାଦବ ନେଇଛନ୍ତି ୪ ୱିକେଟ୍। ରାଞ୍ଚିରେ ଇଣ୍ଡିଆ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ଯାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମ ଇନିଂସରେ ୩୫୩ ରନ୍ କରିଥିଲା ଇଂଲଣ୍ଡ। ଏହାର ଜବାବରେ ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ୪୬ ରନ୍ ପଛରେ ରହି ଯାଇଥିଲା। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ତୃତୀୟ ଦିନରେ ଖେଳ ଶେଷ ହେବା ବେଳକୁ ଭାରତ ଦ୍ବିତୀୟ ଇନିଂସରେ ୪୦ ରନ ସଂଗ୍ରହ କରିଛି। 

ରୋହିତ ଶର୍ମା ୨୪ରେ ଏବଂ ଜୟସ୍ବାଲ ୧୬ ରନରେ ଅପରାଜିତ ଅଛନ୍ତି। ଜିତିବା ପାଇଁ ଭାରତକୁ ବର୍ତ୍ତମାନ ୧୫୨ ରନ ଦରକାର।  ମ୍ୟାଚର ଚତୁର୍ଥ ଦିନରେ ଇଂଲଣ୍ଡ ଦ୍ବିତୀୟ ଇନିଂସ ଆରମ୍ଭ କରିଥିଲା। ହେଲେ ଭାରତୀୟ ବୋଲରଙ୍କ ଆଗରେ ଧରାସାୟୀ ହୋଇ ଯାଇଛନ୍ତି ଇଂଲିଶ ଟିମ୍। ପ୍ରାରମ୍ଭରୁ ଇଂଲଣ୍ଡକୁ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିବାକୁ ପଡିଥିଲା। ଦଳୀୟ ସ୍କୋର୍ ୧୯ ହୋଇଥିବା ବେଳେ ଇଂଲଣ୍ଡ ୨ଟି ୱିକେଟ୍ ହରାଇଥିଲା। ରବିଚନ୍ଦ୍ରନ ଅଶ୍ବିନ ଓ କୁଳଦୀପ ଯାଦବଙ୍କ ବଲକୁ ସାମ୍ନା କରିପାରି ନଥିଲେ କୌଣସି ଇଂଲିଶ ବ୍ୟାଟର୍।  କେବଳ ଜ୍ୟାକ୍ କ୍ରାୱଲେ ୬୦ ରନ୍ କରିବାକୁ ସକ୍ଷମ ହୋଇଥିଲେ। ପାଞ୍ଚ ଟିକିଆ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ଆଜିର ମ୍ୟାଚ୍ ଜିତିଲେ ସିରିଜ୍ କବଜା କରିବ ଭାରତ। ମାର୍ଚ୍ଚ ୭ରେ ଧର୍ମଶାଳାରେ ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
English Team | Argus News