Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପୁରୁଷ ଏବଂ ମହିଳା ଟିମଙ୍କୁ ମିଳିବ ସମାନ ପୁରସ୍କାର ରାଶି:ଆଇସିସି

Sangram Tripathy
Browse all articles by Sangram Tripathy
·1 year ago·1 min read
ପୁରୁଷ ଏବଂ ମହିଳା ଟିମଙ୍କୁ ମିଳିବ ସମାନ ପୁରସ୍କାର ରାଶି:ଆଇସିସି

ଅର୍ଗସ ବ୍ୟୁରୋ:ଅକ୍ଟୋବର ୩ରୁ ଆରମ୍ଭ ହେବ ଆଇସିସି ମହିଳା ଟି-୨୦ ବିଶ୍ୱକପ । ଏହା ପୂର୍ବରୁ ବଡ଼ ଘୋଷଣା କରିଛି ଆଇସିସି। ଆଇସିସି ପ୍ରତିଯୋଗିତାରେ ଭାଗ ନେଉଥିବା ପୁରୁଷ ଏବଂ ମହିଳା ଟିମଙ୍କୁ ମିଳିବ ସମାନ ପୁରସ୍କାର ରାଶି । ଡରବନରେ ଆଇସିସିର ବାର୍ଷିକ ସମ୍ମିଳନୀରେ ଏହି ନିଷ୍ପତ୍ତି ହୋଇଛି।  ପୁରୁଷ ଟି-୨୦ରେ ଯେତିକି ଟଙ୍କାର ପୁରସ୍କାର ରାଶି ବିଭିନ୍ନ ଦଳକୁ ମିଳିଥିଲା ମହିଳା ବିଶ୍ୱକପରେ ମଧ୍ୟ ସମାନ ପରିମାଣର ଅର୍ଥ ମିଳିବ।

ଚଳିତ ବର୍ଷ ୟୁଏଇରେ ମହିଳା ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ୱକପ ବିଜେତା ଦଳକୁ ଆଇସିସି ୨.୩୪ ମିଳିୟନ ଡଲାର ପ୍ରଦାନ କରିବ। ୨୦୨୩ ତୁଳନାରେ ଏହା ୧୩୪% ଅଧିକ। ୨୦୨୩ରେ ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିଆ ଦଳକୁ କେବଳ ୧ ମିଲିୟନ ଡଲାର ମିଳିଥିଲା।ବିଶ୍ୱକପର ରନର୍ସ ଅପ ଦଳକୁ ପୂର୍ବରୁ ୫୦୦,୦୦୦ ଡଲାର ମିଳୁଥିବା ବେଳେ ଏଥର ୧.୧୭ ମିଲିୟନ ଡଲାର ମିଳିବ। 

୨୦୨୪ ଟି-୨୦ ବିଶ୍ୱକପ ପାଇଁ ଆଇସିସି ମୋଟ ୭,୯୫୮,୦୮୦ ଡଲାରର ବ୍ୟବସ୍ଥା କରିଛି। ଏହା ୨୦୨୩ର ୨.୪୫ ମିଲିୟନ ଡଲାର ଠାରୁ ୨୨୫ ପ୍ରତିଶତ ଅଧିକ। ଆଇସିସିର ଚେୟାରମ୍ୟାନ ଗ୍ରେଗ ବାର୍କଲେ କହିଛନ୍ତି, ଏହା ଆମ ଖେଳର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଏବଂ ମୋତେ ଖୁସି ଲାଗୁଛି, ଆଇସିସି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଉଥିବା ପୁରୁଷ ଏବଂ ମହିଳା କ୍ରିକେଟରମାନଙ୍କୁ ବର୍ତ୍ତମାନ ସମାନ ଭାବେ ପୁରସ୍କୃତ କରାଯିବ। ଆଇସିସିର ପ୍ରଶଂସା କରି ବିସିସିଆଇ ସଚିବ ଜୟ ଶାହ ଟ୍ୱିଟରରେ ଲେଖିଛନ୍ତି ଏକ ନୂଆ ସକାଳର ଆରମ୍ଭ। ସମାନତା ଏବଂ ସଶକ୍ତିକରଣର ଯୁଗ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Equal prize money for men's and women's teams: ICC | Argus News