Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୩୭ ବର୍ଷରେ ବି ଗର୍ଜୁଛି ରୋହିତ ଶର୍ମାଙ୍କ ବ୍ୟାଟ୍

Sports

୩୭ ବର୍ଷରେ ବି ଗର୍ଜୁଛି ରୋହିତ ଶର୍ମାଙ୍କ ବ୍ୟାଟ୍

Sangram Tripathy
Browse all articles by Sangram Tripathy
·1 year ago·2 min read
୩୭ ବର୍ଷରେ ବି ଗର୍ଜୁଛି  ରୋହିତ ଶର୍ମାଙ୍କ ବ୍ୟାଟ୍


ଅର୍ଗସ ବ୍ୟୁରୋ: ସେ ଟି-୨୦ ହେଉ ଅବା ଦିନିକିଆ ସବୁଠି ଚାଲେ ତାଙ୍କ ରାଜ୍ । ଫ୍ୟାନ୍ ଙ୍କ ହୃଦୟର ରାଜା,ସିକ୍ସର କିଙ୍ଗ୍ ରୋହିତ ଶର୍ମା । ବୟସ ୩୭ ଛୁଇଁଲାଣି,ସବୁବେଳେ ଶାନ୍ତ ରୋହିତ କିନ୍ତୁ ପଡିଆକୁ ଓହ୍ଲାଇଲେତାଙ୍କ ବ୍ୟାଟ୍ ହୋଇଯାଏ ଅଶାନ୍ତ,ପ୍ରତିପକ୍ଷ ଟିମର ହଜାଇ ଦିଅନ୍ତି ସେ ନିଦ,ଭାରତ ପାଇଁ କରନ୍ତି ରନର ବର୍ଷା। ଯେଉଁ ବୟସରେ କ୍ରିକେଟର ମାନେ ଅବସର ନେଇଥାନ୍ତି ସେହି ବୟସରେ,ସେକିନ୍ତୁ ଜବରଦସ୍ତପ୍ରଦର୍ଶନ କରୁଛନ୍ତି ଏମିତି  ଲାଗୁଛି ସେ ଯେମିତି କ୍ୟାରିୟରର ପ୍ରଥମ ଷ୍ଟେଜରେ ଯେଉଁଭଳି ପ୍ରଦର୍ଶନ କରୁଥିଲେ ଆଜି ମଧ୍ୟ ସେମିତି। ଶ୍ରୀଲଙ୍କା ଗସ୍ତରେ ଦିନିକିଆ ଶୃଙ୍ଖଳାରେ ଭାରତ ପ୍ରଥମ ମ୍ୟାଚ୍‌ ବିଜୟରୁ ଅଳ୍ପକେ ହାତଛଡ଼ା କରିଛି ମ୍ୟାଚ୍‌ ଟାଇ ହୋଇଛି। ଶ୍ରୀଲଙ୍କାର ୨୩୦ ରନ୍‌କୁ ପିଛା କରି ଭାରତ ମଧ୍ୟ ସମାନ ସ୍କୋରରେ ଅଟକିଯାଇଛି। କିନ୍ତୁ ରୋହିତଙ୍କ ଜବରଦସ୍ତ ବ୍ୟାଟିଂ ଦେଖିବାକୁ ପାଇଥିଲେ ଦର୍ଶକ। ୪୭ ବଲରୁ ୫୮ ରନର ଜବରଦସ୍ତ ଅର୍ଦ୍ଧଶତକୀୟ ପାରି ଖେଳିଥିଲେ ହିଟ୍ ମ୍ୟାନ୍ ,ସେଥିରେ ୩ଛକା,୭ଟି ଚୌକା ସାମିଲ ହୋଇଥିଲା। ଷ୍ଟ୍ରାଇକ୍ ରେଟ୍ ରହିଥିଲା ୧୨୩।

ଆରମ୍ଭରୁ ଶ୍ରୀଲଙ୍କା ବୋଲରଙ୍କ ନିଦ ହଜାଇ ଦେଇଥିଲେ ରୋହିତ।  ଶେଷ ୧୧ ଇନିଂସରେ ରୋହିତ ଶର୍ମା ୬୬୪ ରନ୍ ସଂଗ୍ରହ କରିଛନ୍ତି ଯେଉଁଥିରେ ଗୋଟିଏ ଶତକ ସହ ୩ଟି ଅର୍ଦ୍ଧଶତକ ରହିଛି। ୨୬୩ ଦିନିକିଆ ମ୍ୟାଚ୍ ଖେଳି ୧୦ ହଜାର ୭୬୭ ରନ୍ ସଂଗ୍ରହ କରିଛନ୍ତି। ସେଥିରେ ରହିଛି ୩୧ ଶତକ,୫୬ଟି ଅର୍ଦ୍ଧଶତକରହିଛି,ଦିନିକିଆରେ ୩ଟି ଦ୍ବିଶତକ ହାସଲ କରିଛନ୍ତି ରୋହିତ। ଦିନିକିଆରେ ତାଙ୍କର ସର୍ବାଧିକ ସ୍କୋର ରହିଛି ୨୬୪। ନିକଟରେ ଭାରତକୁ ଟି-୨୦ ବିଶ୍ବକପ୍ ଭେଟି ଦେଇ ଟି-୨୦ରୁ ବିଦାୟ ନେଇଛନ୍ତି ରୋହିତ,ଏବେ କେବଳ ଦିନିକିଆ-ଟେଷ୍ଟରେ ଖେଳ ଜାରିରଖିଛନ୍ତି।

ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ମ୍ୟାଚ୍ ଡ୍ର ହୋଇଥିବାବେଳେ ସିରିଜ୍ ଜିତିବା ଲାଗି ଭାରତକୁ ବିଜୟ ଜରୁରି ହୋଇପଡିଛି। ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ୍‌ ୧୩ ଓଭରରେ ୭୫ ରନ୍‌ର ଭାଗୀଦାରି ଗଢ଼ି ଭଲ ମୂଳଦୁଆ ପକାଇଥିଲେ। ରୋହିତଙ୍କ ନେତୃତ୍ବରେ ଭାରତ ଟି-୨୦ ବିଶ୍ବକପ୍ ଜିତିଥିବାବେଳେ ୨୦୨୭ ଦିନିକିଆ ବିଶ୍ବକପ୍ ଭାରତ ବିଜୟ ହେଉ ବୋଲି ଆଶା ରଖିଛନ୍ତି କ୍ରୀଡ଼ାପ୍ରେମୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Even at the age of 37, Rohit Sharma's bat is roaring | Argus News