|
logo
Live

Argus News - ରୋହିତ ଏବଂ ବିରାଟଙ୍କ ଅବସରକୁ ନେଇ ସବୁଠି ଚର୍ଚ୍ଚା

Sports

ରୋହିତ ଏବଂ ବିରାଟଙ୍କ ଅବସରକୁ ନେଇ ସବୁଠି ଚର୍ଚ୍ଚା

Ritu Das
Browse all articles by Ritu Das
·2 years ago·2 min read
ରୋହିତ ଏବଂ ବିରାଟଙ୍କ ଅବସରକୁ ନେଇ ସବୁଠି ଚର୍ଚ୍ଚା

ଅର୍ଗସ ବ୍ୟୁରୋ: ବିଶ୍ବକପ ପରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସହ ଟିମ ଇଣ୍ଡିଆର ଅନେକ ବରିଷ୍ଠ ଖେଳାଳି ଛୁଟି କାଟୁଛନ୍ତି। ବିଶ୍ବକପ ହାରିବା ପରେ କୋହଲି ଏବଂ ରୋହିତ ବର୍ତ୍ତମାନ ପାଇଁ ଟି-୨୦ ଫର୍ମାଟରୁ ଦୂରରେ ଅଛନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳୁଛି। ଏହି ସିରିଜ ପରେ ଟିମ ଇଣ୍ଡିଆକୁ ଦକ୍ଷିଣଆଫ୍ରିକା ଗସ୍ତରେ ଯିବାକୁ ପଡ଼ିବ। ଯେଉଁଠାରେ ପ୍ରଥମ ୩ଟି ଟି-୨୦, ୩ଟି ଓ୍ବାନଡେ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ। ବିଶ୍ବକପରେ ସବୁ ମ୍ୟାଚରେ ବିରାଟଙ୍କ ପ୍ରଦର୍ଶନ ଥିଲା ଏକଦମ ଜବରଦସ୍ତ। ସେ ସବୁ ମ୍ୟାଚରେ ଦେଶକୁ ଗର୍ବିତ ମଧ୍ୟ କରିଥିଲେ। 
ବିରାଟ କୋହଲି ବିସିସିଆଇକୁ ସୂଚନା ଦେଇଛନ୍ତି, ସେ ଓ୍ବାନଡେ ଏବଂ ଟି-୨୦ ଫର୍ମାଟରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିରତି ନେଉଛନ୍ତି। ଏବଂ ସେ ଏହି ଦୁଇ ଫର୍ମାଟକୁ କେବେ ଫେରିବେ ସେ ନିଜେ ଜଣାଇବେ। ଏହି କଥା ଶୁଣି ବିରାଟଙ୍କ କୋଟି କୋଟି କ୍ରିକେଟ ଫ୍ୟାନ ନିରାଶ ହୋଇପଡ଼ିଛନ୍ତି। 
ଫ୍ୟାନ ମାନେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି ଯେ, ବାଧହୁଏ ବିରାଟ ବର୍ତ୍ତମାନ ହ୍ବାଇଟ ବଲଠାରୁ ନିଜକୁ ଦୂରେଇବାକୁ ଚାହୁଁଛନ୍ତି। ଉଭୟ ଫର୍ମାଟରୁ ତାଙ୍କର ଅବସର ଗ୍ରହଣ କରିବାର ସଙ୍କେତ ଦେଇଛନ୍ତି। 

ବିରାଟ କୋହଲି ପତ୍ନୀ ଅନୁଷ୍କାଙ୍କ ସହ ବର୍ତ୍ତମାନ ଲଣ୍ଡନରେ ଛୁଟି କାଟୁଛନ୍ତି ଭାରତୀୟ ଟିମର କ୍ୟାପଟେନ ରୋହିତ ଶର୍ମା ମଧ୍ୟ ସ୍ତ୍ରୀ ରିତିକାଙ୍କ ସହ ଲଣ୍ଡନରେ ଛୁଟି କାଟୁଛନ୍ତି। ସେପଟେ ରୋହିତ ମଧ୍ୟ ବିଶ୍ବକପ ପରାସ୍ତ ହେବାପରେ କ୍ୟାମେରାଠାରୁ ଦୂରରେ ଅଛନ୍ତି। ଏୟାରପୋର୍ଟରେ ତାଙ୍କ ଝିଅ ସମାଇରା ଏକ ମିଡିଆରେ କହିଛନ୍ତି ଯେ, ମୋ ପାପା ବହୁତ ପଜିଟିଭ। ଆଉ ମାସେ ପରେ  ସେ ପୁଣି ହସିବେ ଆଉ ସେଇ ଜୋଶରେ ଖେଳିବେ। ଏହି ଦୁଇ ଖେଳାଳି ଗତ ୨-୩ମାସ ଧରି କ୍ରମାଗତ କ୍ରିକେଟ ଖେଳିଛନ୍ତି। ପ୍ରଥମେ ଏସିଆ କପରେ ଟିମ ଇଣ୍ଡିଆ ଚାମ୍ପିୟନ ହୋଇଥିଲା। ତା'ପରେ ଘରୋଇ ସିରିଜରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଏବଂ ପରେ ବିଶ୍ବକପରେ କ୍ରମାଗତ ୧୦ଟି ମ୍ୟାଚ ଜିତି ଶେଷରେ ଫ୍ୟାଇନାଲ ମ୍ୟାଚରେ ଇଣ୍ଡିଆ ହାରିଯାଇଥିଲା। ଏହି ସମୟରେ ବିରାଟଙ୍କ ନିଷ୍ପତ୍ତି ଅବସରର ସଙ୍କେତ ପରି ମନେ ହେଉଛି।

କିନ୍ତୁ ବିରାଟଙ୍କ ବର୍ତ୍ତମାନର ଫର୍ମ ଏବଂ ଫିଟନେସକୁ ଦେଖିଲେ ସେ ଏହି ସମୟରେ କୌଣସି ଫର୍ମାଟରୁ ଅବସର ନେବା ଉଚିତ ନୁହେଁ। କାରଣ ବିରାଟ ହେଉଛନ୍ତି ଇଣ୍ଡିଆ ଟିମର ରନ ମେସିନ। ତାଙ୍କ ବିନା ଦଳ ଜିତିବା ଏକପ୍ରକାର ଅସମ୍ଭବ କହିଲେ ଅତ୍ୟୁକ୍ତି ହେବନାହିଁ। ଆଉ ଜିତିଲେ ବି ସେଭଳି ମଜା ଆସିବନି। କାରଣ ବିରାଟ କୋହଲିଙ୍କ ଫ୍ୟାନ ଫଲୋଇଙ୍ଗ ସବୁଠାରୁ ଅଧିକ। ପଡ଼ିଆକୁ ଆସିଲେ ହିଁ ଯେମିତି ଲୋକଙ୍କର କ୍ରେଜ ବଢ଼ିଯାଏ। ସେଥିପାଇଁ ବର୍ତ୍ତମାନ  ସେ ଏଭଳି ନିଷ୍ପତ୍ତି ନେବା ଉଚିତ ନୁହେଁ। ଫ୍ୟାନମାନଙ୍କ ପାଇଁ ଖେଳିବା ଦରକାର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
ରୋହିତ ଏବଂ ବିରାଟଙ୍କ ଅବସରକୁ ନେଇ ସବୁଠି ଚର୍ଚ୍ଚା | Argus News