Videos
|
Sports

ରୋହିତ ଶର୍ମାଙ୍କୁ ନେଇ ଏମିତି କହିଦେଲେ ପୂର୍ବତନ କ୍ରିକେଟର,ରାଗିଗଲେ ଫ୍ୟାନ୍

Sangram Tripathy
Browse all articles by Sangram Tripathy
·2 years ago·2 min read
ରୋହିତ ଶର୍ମାଙ୍କୁ  ନେଇ ଏମିତି କହିଦେଲେ ପୂର୍ବତନ କ୍ରିକେଟର,ରାଗିଗଲେ ଫ୍ୟାନ୍


ଅର୍ଗସ ବ୍ୟୁରୋ:୨୭ ବିଶ୍ବକପ୍ ଖେଳିଲେ ବେହୋସ୍ ହୋଇଯିବେ ରୋହିତ। ରୋହିତ ଶର୍ମାଙ୍କୁ ନେଇ ଏମିତି କହିଦେଲେ ପୂର୍ବତନ କ୍ରିକେଟର,ରାଗିଗଲେ ଫ୍ୟାନ୍ ,ସୋସିଆଲ ମିଡିଆରେ ତୁମ୍ବିତୋଫାନ୍ । ୧୭ ବର୍ଷ ପରେ ରୋହିତଙ୍କ ଅଧିନାୟକତ୍ବରେ ଭାରତ ଜିତିଛି ଟି-୨୦ ବିଶ୍ବକପ୍ ,ବାର୍ବଡସରେ ଉଡାଇଛି ବିଜୟ ବାନା। ଦିନିକିଆ ବିଶ୍ବକପରେ ମଧ୍ୟ ଉପବିଜେତା ହୋଇଛି ଭାରତ। ଯେତେବେଳେ ସାରା ଦୁନିଆଁ ରୋହିତଙ୍କ ପ୍ରଶଂସାରେ ଶତମୁଖ ହୋଇଛି,ସେତେବେଳେ  ୧୯୮୩ ବିଶ୍ବକପ୍ ବିଜୟୀ ଟିମ୍ ର ସଦସ୍ୟ ତଥା ଟିମ୍ ଇଣ୍ଡିଆର ପୂର୍ବତନ ଚୟନକର୍ତ୍ତା କ୍ରିଷ୍ନାମଚାରୀ ଶ୍ରୀକାନ୍ତ ରୋହିତ ଶର୍ମାଙ୍କୁ ନେଇ ଦେଇଛନ୍ତି ବିବାଦୀୟ ବୟାନ ଯାହାକୁ ନେଇ ଜୋର ଧରିଛି ଚର୍ଚ୍ଚା।

ଶ୍ରୀକାନ୍ତ କହିଛନ୍ତି ବିରାଟ ଜଣେ ଚମ୍ପିଆନ୍ ଖେଳାଳି,ତାଙ୍କ ଫିଟନେସ ଜବରଦସ୍ତ,ସେ ଆଗାମୀ ବିଶ୍ବକପ୍ ଖେଳିବେ,କିନ୍ତୁ ୨୦୨୭ରେ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ରୋହିତ ଶର୍ମା ଖେଳିବା ଉଚିତ୍ ନୁହେଁ,ଯଦି ସେ ଖେଳନ୍ତି ସେ ବୋହୋସ୍ ହୋଇପଡିଯିବେ,ସେତେବେଳେ ତାଙ୍କୁ ବୟସ ୪୦ ଛୁଇଁଯାଇଥିବ,ସେ ଫିଟ୍ ଥିବେ ତ,ଜଣେ ୪୦ବର୍ଷରେ କଣ ବା କ୍ରିକେଟ୍ ଖେଳିବେ,ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ଶ୍ରୀକାନ୍ତ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ତାକୁ ନେଇ ଫ୍ୟାନ୍ ମାନେ ଖୁବ୍ଧ ହୋଇଛନ୍ତି,

ରୋହିତଙ୍କୁ ଏବେ ୩୮ ବର୍ଷ ହୋଇଥିବାବେଳେ ସେ ତାଙ୍କ ଜୀବନର ଶ୍ରେଷ୍ଠ କ୍ରିକେଟ୍ ଖେଳୁଛନ୍ତି,ବିସିଆଇ ମଧ୍ୟ ତାଙ୍କୁ ଆଗକୁ ଦୁଇ ବଡ଼ ଟୁର୍ଣ୍ଣାମେଣ୍ଟର ଦାୟିତ୍ବ ତାଙ୍କ କାନ୍ଦରେ ଦେଇଛନ୍ତି,ଗୋଟିଏ ବିଶ୍ବଟେଷ୍ଟ ଚମ୍ପିୟାନସିପ୍ ଅନ୍ୟଟି ଚାମ୍ପିୟନ୍ସ ଟ୍ରଫି । ସେ ଗୋଟିଏ ବର୍ଷ ହେଲା ଲଗାତର କ୍ରିକେଟ୍ ଖେଳିଚାଲୁଛନ୍ତି,ଫିଟ୍ ମଧ୍ୟ ଅଛନ୍ତି,ଯଦି ତାଙ୍କ ଅଧିନାୟକତ୍ବରେ ଭାରତ ୨୦୨୫  ଚାମ୍ପିୟନ୍ସ ଟ୍ରଫି ଜିତୁଛି,ଦିନିକିଆ ବିଶ୍ବକପ୍ ଖେଳିବା ପ୍ରତିଶତ ବଢିବ । ଅନ୍ୟପଟେ ଟିମ୍ ଇଣ୍ଡିଆର ହେଡ୍ କୋଚ ଗମ୍ଭୀର କହିସାରିଛନ୍ତି ବିରାଟ ଏବଂ ରୋହିତ ବିଶ୍ବ କ୍ରିକେଟର ଶ୍ରେଷ୍ଠ କ୍ରିକେଟର ୨୦୨୭ ଯାଏ ଯଦି ସେମାନଙ୍କର ଫର୍ମ ଏବଂ ଫିଟନେସ ଠିକ୍ ରହେ ସେ ନିଶ୍ଚିତ୍ ଦିନିକିଆ ବିଶ୍ବକପ୍ ଖେଳିବେ। ନିକଟରେ ବିରାଟ ଏବଂ ରୋହିତ ଟି-୨୦ରୁ ଅବସର ନେଇଛନ୍ତି ।

ତେବେ ଏଠି ପ୍ରଶ୍ନ ଉଠୁଛି ରୋହିତଙ୍କର ଜାଣିଶୁଣି ମଜାକ ଉଡାଯାଇଛି ନା  ସତରେ ଫିଟନେସକୁ ନେଇ ରୋହିତ କାମ କରିବା ଉଚିତ୍ । ନା ସତରେ ଏହି ପ୍ରତିକ୍ରିୟାରେ କିଛି ଗମ୍ଭୀରତା ରହିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ex-cricketer said this about Rohit Sharma, angry fan | Argus News