Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket Controversy / ମୋତେ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ... ପୂର୍ବତନ କ୍ରିକେଟରଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଲେ ଏକ୍ସ ଓ୍ବାଇଫ

Ritu Das
Browse all articles by Ritu Das
·4 months ago·2 min read
ମୋତେ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ... ପୂର୍ବତନ କ୍ରିକେଟରଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଲେ ଏକ୍ସ ଓ୍ବାଇଫ
Pakistan

Key Points

କ୍ରିକେଟ ଜଗତରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜଣେ କ୍ରିକେଟର ତାଙ୍କ ସ୍ତ୍ରୀଙ୍କ ଗର୍ଭପାତ କରବିାକୁ ବାଧ୍ୟ କରିଥିଲେ।
ପାକିସ୍ତାନ କ୍ରୀଡ଼ା (Feb-20): କ୍ରିକେଟ ଜଗତରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜଣେ କ୍ରିକେଟର ତାଙ୍କ ସ୍ତ୍ରୀଙ୍କ ଗର୍ଭପାତ କରବିାକୁ ବାଧ୍ୟ କରିଥିଲେ। ପାକିସ୍ତାନ କ୍ରିକେଟରେ ଏକ ବଡ଼ ବିବାଦ ଦେଖାଦେଇଛି । ପୂର୍ବତନ ଅଲରାଉଣ୍ଡର ଇମାଦ ୱାସିମଙ୍କ ବିରୋଧରେ ତାଙ୍କ ପୂର୍ବତନ ପତ୍ନୀ ସାନିଆ ଅସଫାକ ଅଭିଯୋଗ ଆଣିଛନ୍ତି। ସାନିଆ ଦାବି କରିଛନ୍ତି ଯେ, ତାଙ୍କୁ ଡିସେମ୍ବର ୨୦୨୩ ରେ ଗର୍ଭପାତ କରିବାକୁ ବାଧ୍ୟ କରାଯାଇଥିଲା ।ଏହାକୁ ସେ ‘ହତ୍ୟା’ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ପାଖରେ ଏ ସମ୍ପର୍କରେ ପ୍ରମାଣ ଅଛି । ଯେଉଁଥିରେ ଭିଡିଓ ଏବଂ ହ୍ୱାଟସଆପ୍ ଚାଟ୍ ମଧ୍ୟ ଅନ୍ତର୍ଭୁକ୍ତ।

ସାନିଆ ଅସଫାକ ଏକ ସୋସିଆଲ ମିଡିଆ ପୋଷ୍ଟରେ ପ୍ରକାଶ କରିଛନ୍ତି ଯେ, ସେ ଲାହୋରରେ ଗର୍ଭପାତ କରିଥିଲେ । ଏଭଳି କଷ୍ଟ ସମୟରେ ତାଙ୍କୁ କେହି ସହାୟତା କରିନଥିଲେ । ସେ ଯେତେବେ କହିବାକୁ ଚେଷ୍ଟା କରିଥିଲେ, ତାଙ୍କୁ ଚୁପ୍ କରାଯାଇଥିଲା ଏବଂ ତାଙ୍କ ବିରୁଦ୍ଧରେ ଏକ ଅଭିଯାନ ଆରମ୍ଭ କରାଯାଇଥିଲା। ସାନିଆ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ ମୋହସିନ ନକଭି ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଠାରୁ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ପଢନ୍ତୁ: ଶଦାବଙ୍କ ବିସ୍ଫୋରକ ବୟାନ, ପୂର୍ବତନ କ୍ରିକେଟ୍‌ରଙ୍କୁ ପଚାର...ସେ କେବେ ବିଶ୍ବକପ୍‌ରେ ଭାରତକୁ ହରାଇଛନ୍ତି ?

ସେ ସିଧାସଳଖ ଇମାଦ ୱାସିମଙ୍କୁ ‘ହତ୍ୟାକାରୀ’ ବୋଲି କହିଛନ୍ତି। ସାନିଆ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଇମାଦ ତାଙ୍କୁ ଡିସେମ୍ବର ୨୦୨୩ ରେ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ ଏବଂ ତାଙ୍କ ପାଖରେ ଏହି ଘଟଣାର ଏକ ଭିଡିଓ ଅଛି। ସେ ଇସଲାମାବାଦ ୟୁନାଇଟେଡ୍ ଦ୍ୱାରା ପିଏସଏଲ ନିଲାମରେ ଇମାଦ ୱାସିମଙ୍କୁ ସାମିଲ କରାଯିବା ଉପରେ ପ୍ରଶ୍ନ ଉଠାଇଥିଲେ । ତାଙ୍କୁ ବୟକଟ କରିବାକୁ ଆହ୍ୱାନ ଦେଇଥିଲେ।
ସାନିଆ କହିଛନ୍ତି ଯେ, ତାଙ୍କ ଗର୍ଭାବସ୍ଥାରେ ସେ ମାନସିକ ଏବଂ ଶାରୀରିକ ଆଘାତ ପାଇଥିଲେ। ଏହି କଷ୍ଟକର ସମୟରେ ଇମାଦ କୌଣସି ସମର୍ଥନ ଦେଇ ନଥିଲେ। ସାନିଆ ଯେତେବେଳେ ସେ ତାଙ୍କ ସହିତ ଯୋଗାଯୋଗ କରିଥିଲେ ସେତେବେଳେ ତାଙ୍କୁ ଧମକ ଦିଆଯାଇଥିଲା। ସାନିଆ କହିଛନ୍ତି ଯେ, ତାଙ୍କ ପିଲାମାନଙ୍କୁ ନ୍ୟାୟ ଦେବା ପାଇଁ ସାହସର ସହିତ ସେ ଏହି ଭିଡିଓ ରେକର୍ଡ କରିଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ex-Wife Accuses Former Cricketer of Forcing Abortion Amid Shocking Allegations | Argus News