ଚାମ୍ପିଆନ୍ସ ଟ୍ରଫିରେ ହେବ ଛକା ଚଉକାର ବର୍ଷା: ରୋହିତଙ୍କ ଫ୍ୟାନ୍ସ...

ଅର୍ଗସ ବ୍ୟୁରୋ: ରୋହିତଙ୍କ ପାଇଁ ଫ୍ୟାନ୍ସ ଲେଖିଲେ କୋହଭରା ଚିଠି। ୧୫ ବର୍ଷୀୟ ଫ୍ୟାନଙ୍କ ଏହି ଚିଠି ଏବେ ବେଶ୍ ଚର୍ଚ୍ଚାରେ । ଫ୍ୟାନ୍ସଙ୍କ ନାମ ହେଉଛି ଯଥାର୍ଥ ଛାବଡିୟା । ଟିମ୍ ଇଣ୍ଡିଆର କ୍ୟାପଟେନ୍ଙ୍କ ପାଇଁ କାନ୍ଦୁଛନ୍ତି । ଦୁଃଖରେ ଏତେ ଭାଙ୍ଗିପଡିଛନ୍ତି ଯେ, ହିଟ୍ମ୍ୟାନ୍ଙ୍କ ପାଇଁ ଆମେ ଦେଖୁଛୁ କ୍ରିକେଟ । ଯଦି ରୋହିତ ଖେଳ ଛାଡିବେ ତାହେଲେ କାହା ଖେଳ ଦେଖିବୁ । ସେ ଆହୁରି କହିଛନ୍ତି ମୋ ଆଦର୍ଶ ଜଣେ ମହାନ୍ ବ୍ୟାଟର । ଏହା କେବଳ ମୋର ନୁହେଁ ଅନେକ ଭାରତୀୟଙ୍କ ହୃଦୟର କଥା । କାରଣ ଆମେ ଭାଗ୍ୟବାନ କି ଆମେ ସେହି ରୋହିତ ଯୁଗରେ ଜନ୍ମିତ ।
ଦମ୍ଦାର ପାଳି ବି ଦେଖିବାକୁ ମିଳିଛି । ଫର୍ମ ଅସ୍ଥାୟୀ, କିନ୍ତୁ କ୍ଲାସ ପରମାନେଟ୍ । ଏବେ ବ୍ୟାଟରୁ ରନ୍ ଆସୁନି ସତ କିନ୍ତୁ, ଚାମ୍ପିଆନ୍ସ ଟ୍ରଫିରେ ହେବ ଛକା ଚଉକାର ବର୍ଷା । ଏହା ମୋର ଦମ୍ଭୋକ୍ତି । ଟିମକୁ ବର୍ତ୍ତମାନ ଆପଣଙ୍କ ଭଳି ଜଣେ ମହାନ ବ୍ୟାଟ୍ସ ମ୍ୟାନଙ୍କର ରହିଛି ଆବଶ୍ୟକତା । ଏଭଳି ସ୍ଥିତିରେ ଅବସର ନେବା ଟିକ୍ ହେବନି । ରଣଜୀରେ ସିନା ରନ୍ ହେଲାନି ତଥାପି 3ଟି ଛକ୍କା ଥିଲା ବେଶ ଦମଦାର । ସେ ଆହୁରି କହିଛନ୍ତି ମୋ ଆଦର୍ଶ ଜଣେ ମହାନ୍ ବ୍ୟାଟର । ଏହା କେବଳ ମୋର ନୁହେଁ ଅନେକ ଭାରତୀୟଙ୍କ ହୃଦୟର କଥା । କାରଣ ଆମେ ଭାଗ୍ୟବାନ କି ଆମେ ସେହି ରୋହିତ ଯୁଗରେ ଜନ୍ମିତ ।
📱 Get Argus News App
✨ଦମ୍ଦାର ପାଳି ବି ଦେଖିବାକୁ ମିଳିଛି ।ରୋହିତ ଶର୍ମାଙ୍କ ଫ୍ୟାନ୍ ଫଲୋଅର୍ସ ସାରା ଦେଶରେ ଢେର୍ । ଟିକିଏ ଝଲକ ଓ ସ୍ପର୍ଶ ପାଇବାକୁ ମୈଦାନରେ ବି ପଶିଯାଆନ୍ତି । ବେଳେ ବେଳେ ଲାଇଭ ମ୍ୟାଚରେ ନଜର ଆସିଛି ଏପରି ଦୃଶ୍ୟ । ପ୍ରକୃତ ଘଟଣାକ୍ରମ କିଛି ଏପରି ରହିଛି, ଶୁଣିବାକୁ ମିଳିଛି ଚାମ୍ପିଅନ୍ସ ଟ୍ରଫି ପରେ ରୋହିତ ଶର୍ମା ଅବସର ନେଇପାରନ୍ତି। ସବୁଆଡୁ ତେଜିଛି ସମାଲୋଚନା । ଯାହାକୁ ନେଇ ରୋହିତଙ୍କର ଜଣେ ଫ୍ୟାନ୍ସ ଏଭଳି ଚିଠି ଲେଖିଛନ୍ତି।
ଅଧିକ ପଢ଼ନ୍ତୁ ଖେଳ ଖବର: