Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଟେନସନରେ ଫ୍ୟାନ୍,ଧୋନି ଖେଳିବେ ଶେଷ ମ୍ୟାଚ୍!

Sangram Tripathy
Browse all articles by Sangram Tripathy
·1 year ago·2 min read
ଟେନସନରେ ଫ୍ୟାନ୍,ଧୋନି ଖେଳିବେ ଶେଷ ମ୍ୟାଚ୍!


ଅର୍ଗସ ବ୍ୟୁରୋ: କ୍ୟାପଟେନ କୁଲ୍ ଙ୍କ ହେଲିକ୍ଟେପଟର ସଟ୍ ଅପେକ୍ଷାରେ ଫ୍ୟାନ୍,୨୦୨୫ ଆଇପିଏଲ ହେବ ଧୋନିଙ୍କର ଶେଷ ଆଇପିଏଲ!,ଏଥର ଆଇପିଏଲ ପରେ ଆଉ ପଡିଆରେ ଦେଖିବାକୁ ମିଳିବନି ବିଶ୍ବ କ୍ରିକେଟର ସଫଳ ଅଧିନାୟକ କ୍ୟାପଟେନ କୁଲ୍ ମହେନ୍ଦ୍ର ସିଂ ଧୋନିଙ୍କ ଯାଦୁ । ଶୁଭିବନି ଆଉ ଧୋନି ନାରା। ଓ୍ବିକେଟ୍ ପଛରେ ତାଙ୍କ ରଣନୀତି ଏଥର ଆଇପିଏଲ ପରେ ଆଉ ପ୍ରତିପକ୍ଷକୁ କରିବନି ଘାଇଲା। ଦିନିକିଆ,ଟି-୨୦,ଟେଷ୍ଟ ହେଉ ଅବା ଆଇପିଏଲ ସବୁଥିରେ ସେ ଫିନିସର ନଂ୧। ଏଥର କିନ୍ତୁ ଆଇପିଏଲରେ ,ଭିନ୍ନ ଆନ୍ଦାଜରେ ନଜର ଆସିବେ ଟ୍ରଫି କଲେକ୍ଟର। ଶେଷ ଆଇପିଏଲ ହେବ ରୋମଞ୍ଚକର।

ଧୋନିଙ୍କ  ଅଧିନାୟକତ୍ବରେ ଭାରତ ଜିତିଛି ତିନୋଟି ଆଇସିସି ଟ୍ରଫି,୨୦୦୭ ଟି-୨୦ ବିଶ୍ବକପ୍,୨୦୧୧ ଦିନିକିଆ ବିଶ୍ବକପ,୨୦୧୩ ଚାମ୍ପିୟନ୍ସ ଟ୍ରଫି ଜିତି ସଭିଙ୍କ ହୃଦୟ ଜିତିଛନ୍ତି ସେ। ଆଇପିଏଲରେ ମଧ୍ୟ ସବୁଠାରୁ ସଫଳ ଅଧିନାୟକ ଭାବେ ୫ଥର ଟ୍ରଫି ଜିତି ରୋହିତ ଶର୍ମାଙ୍କ ରେକର୍ଡର ହୋଇଛନ୍ତି  ସମକକ୍ଷ । ବିଶ୍ବ କ୍ରିକେଟର ସଫଳ ଅଧିନାୟକଙ୍କ ମଧ୍ୟରୁ ଅନ୍ୟତମ ଧୋନି । ତାଙ୍କ ରେକର୍ଡ ଭାଙ୍ଗିବା ଆଜିବି ପ୍ଲେୟାର ମାନଙ୍କ ପାଇଁ  ହୋଇଛି ମୁସ୍କିଲ୍ ,ଆଜିବି ଥକିନି ତାଙ୍କ ପାଦ,ସେ ପଡିଆରେ ଥିଲେ ବୋଲର  ହୋଇଯାନ୍ତି କନଫୁଉଜ୍,ତାଙ୍କ ବିପରୀତ ପାଖରେ ଥିବା ଖେଳାଳିଙ୍କୁ ମିଳିଯାଏ କନଫିଡେଣ୍ଟ। ଯେତେପର୍ଯ୍ୟନ୍ତ ସେ ଚେନ୍ନାଇ ସୁପର କିଙ୍ଗ୍ ଲାଗି ପଡିଆରେ ଥାନ୍ତି ଫ୍ୟାନଙ୍କ ଭରସା ଥାଏ ଶେଷ ବଲ୍ ରେ ବି ସେ ଟିମ୍ କୁ ଜିତାଇବେ,ସେଇଥି ପାଇଁ ତ ସେ କୋଟି କୋଟି ଫ୍ୟାନ୍ ଙ୍କ ହୃଦୟର ରାଜା କ୍ୟାପଟେନ କୁଲ୍ ମହେନ୍ଦ୍ର ସିଂ ଧୋନିଙ୍କ ଯାଦୁ ।

ଆଜି ବି ସେ ଅନେକ ଖେଳାଳିଙ୍କ ପାଇଁ ମାର୍ଗ ଦର୍ଶକ ସାଜିଛନ୍ତି।  ଚେନ୍ନାଇ ସୁପର କିଙ୍ଗ୍ ର ଅଧିନାୟକ ଋତୁରାଜ ଗାଏକ୍ୱାଡ ,ରିଷଭ ପନ୍ତ,ହାର୍ଦ୍ଦିକ,ହୁଅନ୍ତୁ ଅବା ରବିନ୍ଦ୍ର ଜାଡେଜା। ଅନ୍ୟ ପକ୍ଷରେ ବିଶ୍ବ କ୍ରିକେଟର ଅନେକ ଦିଗଜ ଖେଳାଳିମଧ୍ୟ ପାଲଟିଯାଇଛନ୍ତି ତାଙ୍କ ଫ୍ୟାନ୍। ଚର୍ଚ୍ଚା ହେଉଛି ୨୦୨୫ ଆଇପିଏଲ ହେବ ଧୋନିଙ୍କ ଶେଷ ଆଇପିଏଲ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fans in tension, Dhoni will play the last match! | Argus News