Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଟେନସନରେ ଫ୍ୟାନ୍,ଧୋନି ଛାଡିବେ କି ଆଇପିଏଲ?

Sangram Tripathy
Browse all articles by Sangram Tripathy
·1 year ago·2 min read
ଟେନସନରେ ଫ୍ୟାନ୍,ଧୋନି ଛାଡିବେ କି ଆଇପିଏଲ?

ଅର୍ଗସ ବ୍ୟୁରୋ:ବିଶ୍ବ କ୍ରିକେଟରେ ଚର୍ଚ୍ଚିତ ଚେହେରା ମହେନ୍ଦ୍ର ସିଂ ଧୋନି,ସେ ପଡ଼ିଆକୁ ଓହ୍ଲାଇବା ମାତ୍ରେ ଫ୍ୟାନଙ୍କ ଖୁସି କହିଲେ ନସରେ।ସେ ଦିନିକିଆ,ଟି-୨୦,ଟେଷ୍ଟକୁ ବାଏବାଏ କରିସାରିଥିବାବେଳେ ଆଇପିଏଲରେ ନିଜର ଜଲୱା ଦେଖାଇ ଆସୁଛନ୍ତି,ଆଇପିଏଲରେ ମଧ୍ୟ ସବୁଠାରୁ ସଫଳ ଅଧିନାୟକ ଭାବେ ୫ଥର ଟ୍ରଫି ଜିତି ରୋହିତ ଶର୍ମାଙ୍କ ରେକର୍ଡର ମଧ୍ୟ ସମକକ୍ଷ ହୋଇଛନ୍ତି । କିନ୍ତୁ ଧୋନିଙ୍କୁ ନେଇ ଏବେ ଟେନସନରେ ଫ୍ୟାନ୍ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ନିଶ୍ଚୟ, ଏମିତି କଣ କରିଦେଲେ ଧୋନି?। ଦର୍ଶକଙ୍କ ହୃହୟର ରାଜାମହେନ୍ଦ୍ର ସିଂ ଧୋନି ଆନ୍ତର୍ଜାତିକ କ୍ରିକେଟ‌ରୁ ଅବସର ନେଇସାରିଛନ୍ତି। କିନ୍ତୁ ୨୦୨୫ ଆଇପିଏଲ ଖେଳିବ ତ ଧୋନି,ତାଙ୍କ ନିଷ୍ପତ୍ତି ଅପେକ୍ଷାରେ ରହିଛନ୍ତି କ୍ରିକେଟ୍ ପ୍ରଶଂସକ। ୨୦୨୫ ସଂସ୍କରଣ ପାଇଁ ନିଲାମ ଓ ଖେଳାଳି ରଖିବା ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଥିବାରୁ ଧୋନି ନୂଆ ନିୟମାବଳୀ ଉପରେ ନଜର ରଖିଥିବା କହିଥିଲେ। ଅବସର ନିଷ୍ପତ୍ତି ନେବା ପୂର୍ବରୁ ନିୟମରେ କ’ଣ ପରିବର୍ତ୍ତନ ହେଉଛି, ତାହା ଉପରେ ‌ତାଙ୍କ ଭବିଷ୍ୟତ ନିର୍ଭର କରିବ ବୋଲି ଏକ ସାକ୍ଷାତକାରରେ କହିଥିଲେ ଧୋନି। ଏବେ ନୂଆ ନିୟମ ଆସିସାରିଥିବା ବେଳେ ଧୋନି ଆଇପିଏଲ-୨୦୨୫ ଖେଳିବେ କି ନାହିଁ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।ଏନେଇ ଅକ୍ଟୋବର ୩୧ରେ ଧୋନି ତାଙ୍କ ନିଷ୍ପତ୍ତି ଶୁଣାଇବେ ବୋଲି କହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ କାସି ବିଶ୍ୱନାଥନ୍। ସେ କହିଛନ୍ତି,ଧୋନି ସିଏସକେ ପାଇଁ ଖେଳନ୍ତୁ ବୋଲି ଆମେ ମଧ୍ୟ ଚାହୁଁଛୁ। କିନ୍ତୁ ଧୋନି ଖେଳିବେ କି ନାହିଁ ଏପର୍ଯ୍ୟନ୍ତ ଆମକୁ ନିଶ୍ଚିତ କରିନାହାଁନ୍ତି। ଧୋନି କହିଛନ୍ତି, ଅକ୍ଟୋବର ୩୧ରେ ତାଙ୍କ ନିଷ୍ପତ୍ତି ଶୁଣାଇବେ ବୋଲି। ତେବେ ଧୋନି ଅକ୍ଟୋବର ୩୧ରେ କଣ ଘୋଷଣା କରିବେ,ଆଉ ଆଇପିଏଲକୁ କରିବେନି ତ ବାଏବାଏ।

ସେ ଆଉ କିଛି ବର୍ଷ ଆଇପିଏଲ ଖେଳନ୍ତୁ ବୋଲି ଫ୍ୟାନ୍ ଚାହୁଁଛନ୍ତି,ସେ ଏବେବି ଯେମିତି ପଡିଆରେ ଛକା,ଚୌକା ବର୍ଷା କରୁଛନ୍ତି,ଯେମିତି ଲାଗୁଛି ସେ ଏବେ ଏବେ କ୍ରିକେଟ ଖେଳିବା ଆରମ୍ଭ କରିଛନ୍ତି,ସେଇଥି ପାଇଁ ତାଙ୍କ ଭିନ୍ନ ଆନ୍ଦଜାକୁ ଦର୍ଶକ ବେଶ ପସନ୍ଦ କରନ୍ତି। ବିଶ୍ବ କ୍ରିକେଟରେ ସେଇଥି ପାଇଁ ତ ସେ ଫିନିସର ନଂ୧। ଅପେକ୍ଷା ଅକ୍ଟୋବର ୩୧କୁ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fans in tension, will Dhoni leave IPL? | Argus News