ନତାଶାଙ୍କ ଫଟୋରେ ହାର୍ଦ୍ଦିକଙ୍କ କମେଣ୍ଟ୍ ଦେଖି ଖୁସି ହେଲେ ପ୍ରଶଂସକ

ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ପ୍ରତି ଖବର ଏବେ ଚର୍ଚ୍ଚାରେ। କିଛି ମାସ ତଳେ ଏକ ମିଳିତ ବୁଝାମଣାରେ ପରସ୍ପରଠାରୁ ଅଲଗା ହେବା କଥା ଘୋଷଣା କରିଥିଲେ। ଡିଭୋର୍ସ ଖବର ଶୁଣି ଫ୍ୟାନମାନଙ୍କୁ ଝଟକା ଲାଗିଥିଲା। କାରଣ ଫ୍ୟାନମାନେ ଚାହୁଁ ନ ଥିଲେ ହାର୍ଦ୍ଦିକ-ନତାଶା ଅଲଗା ହୁଅନ୍ତୁ। କିନ୍ତୁ ଏପରି ହେଲାନି। ଆଜି ପୁଣି ହାର୍ଦ୍ଦିକ ଏବଂ ନତାଶାଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ପୁଅକୁ ଦେଖି କୋହ ସମ୍ଭାଳି ପାରି ନାହାନ୍ତି ପାଣ୍ଡ୍ୟା।
ଗତ କିଛି ମାସ ଧରି ସୋସିଆଲ ମିଡିଆରେ ଖବର ଭାଇରାଲ ହେଉଥିଲା ଯେ, ସେଲିବ୍ରିଟି ଦମ୍ପତି ଅଲଗା ହେବାକୁ ଯାଉଛନ୍ତି। କାରଣ ପ୍ରଥମେ ନତାଶା ତାଙ୍କ ଇନଷ୍ଟା ପ୍ରୋଫାଇଲରୁ ଉଭୟ ମ୍ୟାରେଜ ପିକ ଏବଂ ତାଙ୍କ ନାଁରୁ ପାଣ୍ଡ୍ୟା ସରନେମ ହଟାଇଦେଇଥିଲେ। ଏହାପରେ ସବୁଠି ଚର୍ଚ୍ଚା ହୋଇଥିଲା ଯେ, ଉଭୟଙ୍କ ମଧ୍ୟରେ କିଛି ଠିକ ନାହିଁ। ଏହାର କିଛି ମାସ ପରେ ଏହି ଖବର ସତ ହୋଇଥିଲା। ଉଭୟ ଦମ୍ପତି ଆନୁଷ୍ଠାନିକ ଭାବେ ଅଲଗା ହୋଇଥିଲେ। ୨୦୨୪ ଟି -୨୦ ବିଶ୍ୱକପ ଜିତିବାରେ ଭାରତରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ତାଙ୍କ ଦାମ୍ପତ୍ୟ ଜୀବନ ଏଭଳି ହେବ ବୋଲି ସେ ଭାବି ନ ଥିଲେ। ଅନ୍ୟପକ୍ଷରେ, ସର୍ବିଆର ନତାଶା ଚଳଚ୍ଚିତ୍ରରେ କାମ କରିସାରିଛନ୍ତି। କାରଣ ପ୍ରଫେସନରେ ସେ ଜଣେ ମଡେଲ ଏବଂ ଆକ୍ଟର। ଫ୍ୟାନମାନେ ସମ୍ପର୍କ ଭାଙ୍ଗିବା ଦୋଷ କେବଳ ନତାଶାଙ୍କୁ ଦେଇଛନ୍ତି। ଏବଂ ନତାଶାଙ୍କ ଉପରେ ଖପ୍ପା ଅଛନ୍ତି।
ନିକଟରେ ପରସ୍ପରଠାରୁ ଅଲଗା ହେବା ପରେ ନତାଶା ତାଙ୍କ ପୁଅକୁ ନେଇ ସର୍ବିଆ ପଳାଇ ଯାଇଛନ୍ତି। ନତାଶା ତାଙ୍କ ପୁଅ ଅଗସ୍ତ୍ୟଙ୍କ ଫଟୋ ଇନ୍ଷ୍ଟାରେ ପୋଷ୍ଟ କରୁଛନ୍ତି। ଆଉ ଏହାକୁ ଦେଖି ନିଜର ଇମୋସନ ଲୁଚାଇ ପାରି ନାହାନ୍ତି ହାର୍ଦ୍ଦିକ। ଫଟୋରେ ‘ଲଭ’ ଇମୋଜି ଦେଇଛନ୍ତି ହାର୍ଦ୍ଦିକ। ହାର୍ଦ୍ଦିକଙ୍କ ଏହି କମେଣ୍ଟ୍ ସୋସିଆଲ୍ ମିଡିଆ ୟୁଜର୍ସଙ୍କୁ ଖୁବ୍ ପସନ୍ଦ ଆସିଛି। ଜଣେ ୟୁଜର୍ସ ଲେଖିଛନ୍ତି ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସମ୍ମାନ। ତେବେ ହାର୍ଦ୍ଦିକ ତାଙ୍କ ପୁଅକୁ ବହୁତ ଭଲ ପାଆନ୍ତି। ବିଶ୍ବକପ ଜିତିବା ପରେ ଅଗସ୍ତ୍ୟଙ୍କୁ ହଗ କରିବାର ଭିଡିଓ ମଧ୍ୟ ବେଶ ଭାଇରାଲ ହୋଇଥିଲା।
📱 Get Argus News App
✨ହାର୍ଦ୍ଦିକ-ନତାଶା ୨୦୨୦ ମସିହା ଜାନୁୟାରୀରେ ତିନି ପାରମ୍ପରିକ ରୀତିନୀତିରେ ଧୁମଧାମରେ ବିବାହ କରିଥିଲେ। ସେମାନଙ୍କର ଚାରି ବର୍ଷର ପୁଅ ଅଗସ୍ତ୍ୟ ଅଛି। ନିକଟରେ ନତାଶା ପୁଅ ଅଗସ୍ତ୍ୟଙ୍କ ସହିତ ସର୍ବିଆକୁ ଚାଲି ଯାଇଥିବା ବେଳେ ଉଭୟ ବାପାମାଆ ତା’ର ଯୁଗ୍ମ ଅଭିଭାବକ ରହିଛନ୍ତି।
ପାଣ୍ଡ୍ୟାଙ୍କ ସହ ଅଲଗା ହେବା ଘୋଷଣା କରିବା ପରେ ନତାଶା ଅନଲାଇନ୍ ଟ୍ରୋଲର ଶିକାର ହୋଇ ଆସୁଛନ୍ତି। ଜୁଲାଇ ୧୯ ତାରିଖରେ ଏକ ମିଳିତ ଇନଷ୍ଟାଗ୍ରାମ ପୋଷ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାସା ଷ୍ଟାନକୋଭିକ୍ ଲେଖିଛନ୍ତି: “୪ ବର୍ଷ ଏକାଠି ରହିବା ପରେ, ଆମେ ଦୁହେଁ ପରସ୍ପରଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛୁ। ଏହା ଆମ ଦୁହିଁଙ୍କ ପାଇଁ ଉତ୍ତମ। ଆମେ ପାରସ୍ପରିକ ସମ୍ମାନକୁ ଦୃଷ୍ଟିରେ ରଖି ନେଇଛୁ। ଆମେ ଭାବୁଛୁ ଯେ ଫ୍ୟାନମାନେ ଆମ ନିଷ୍ପତ୍ତିକୁ ସମ୍ମାନ କରିବେ। ଆଉ ନତାଶାଙ୍କୁ ଟ୍ରୋଲ କରିବେନି ବୋଲି ମୁଁ ବିଶ୍ବାସ ରଖିଛି। ତେବେ ଗୋଟିଏ କଥା ଏଥିରୁ ସ୍ପଷ୍ଟ ଯେ, ହାର୍ଦ୍ଦିକ ତାଙ୍କ ପତ୍ନୀ ନତାଶା ଏବଂ ପୁଅ ଅଗସ୍ତ୍ୟଙ୍କୁ ବହୁତ ଭଲ ପାଆନ୍ତି। ସତରେ ସମ୍ପର୍କ ଏମିତି ଭାଙ୍ଗିବା ନିଶ୍ଚିତ ଯନ୍ତ୍ରଣାଦାୟକ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର